ଆସିକା୧୫/୫ : ଆସିକା ପୋଲିସ୍ ଥାନା ଅନ୍ତର୍ଗତ ନଳବଣ୍ଟା ଗ୍ରାମ ରାସ୍ତା ରେ ଦୁଇଟି ଗାଡ଼ି ରେ ଚାଲାଣ ହେଉଥିବା ବିପୁଳ ପରିମାଣ ର ବିସ୍ପୋରକ ସାମଗ୍ରୀ କୁ ପୋଲିସ ଖାନତଲାସୀ ବେଳେ ଜବତ କରାଯାଇଛି। ଅଟୋ ନଂ ଓଡ଼ି ୩୨ ଡି ୩୮୩୨ ଓ ଏକ ପିକ୍-ଆପ ଗାଡ଼ି ରେ ବେ ଆଇନ ଭାବେ ବିସ୍ପୋରକ ସାମଗ୍ରୀ ଆସୁଥିବା ପୋଲିସ ସୂଚନା ପାଇଥିଲା।ବିଶେଷ ସୂତ୍ର ରୁ ଏହି ଖବର ପାଇ ଗୁରୁବାର ସକାଳୁ ଥାନା ଅଧିକାରୀ ପି. ସ୍ୱରୂପ କ୍ରିଷ୍ଣା ଙ୍କ ସଂଯୋଜନା ରେ ପୋଲିସଏସ ଆଇ ଜ୍ଞାନ ରଞ୍ଜନ ସେଠୀ ଓ ଅନ୍ୟ ପୋଲିସ କର୍ମଚାରୀ ସେହି ରାସ୍ତା ରେ ଖାନତଲାସୀ ଜାରି ରଖିଥିଲେ।। ସନ୍ଧେହ ଜନକ ଗତିବିଧି କୁ ଦେଖି ପୋଲିସ ଗାଡ଼ି ଦୁଇ ଟି କୁ ଅଟକାଇ ଯାଞ୍ଚ କରିବାରେ ୧୪ବସ୍ତା ସୁରା ଖାର, (୨୫ କେ. ଜି ବସ୍ତା) ୪ ପ୍ୟାକେଟ ଗନ୍ଧକ( ୫୦କେ. ଜି ପ୍ୟାକେଟ),୪୦ କେ. ଜି ଅଙ୍ଗାର ୧ବସ୍ତା ଥିବା ଦେଖିବାକୁ ପାଇଥିଲେ।ବିସ୍ପୋରକ ସାମଗ୍ରୀ ଚାଲାଣ ନେଇ ଉଭୟ ଗାଡ଼ି ର ଡ଼୍ରାଇଭର ଓ ଅନ୍ୟ ଦୁଇ ସହଯୋଗୀ ପୋଲିସ କୁ ଦେଖାଇ ପାରିନଥିଲେ।ଘଟଣାରେ ସଂପୃକ୍ତ ଥିବା ଅଭିଯୋଗରେ ପୋଲିସ କଟକ ଜିଲ୍ଲା ତିଗିରିଆ ଥାନା ପାଇକରା ଗ୍ରାମର ହୃଦୟା ନନ୍ଦ ନାୟକ, ତିଗିରିଆ ଗଡର ସୁରେଶ ସ୍ବାଇଁ, ଆସିକା ଥାନା କେ,ନୂଆଗାଁ ର ରାଘବ ଚନ୍ଦ୍ର ପାତ୍ର,ନଳବଣ୍ଟା ଗ୍ରାମର ଦିୱାନ ସେଠୀ ଙ୍କୁ ଧରି ଥିଲା।ଘଟଣା ନେଇ ଯାଞ୍ଚ କରିବାରେ ନଳବଣ୍ଟା କୁ ଦୀପାବଳୀ ରେ ବାଣ ପ୍ରସ୍ତୁତି ପାଇଁ ଏହି ଚାରି ଅଭିଯୁକ୍ତ ଆଣିଥିବା ସ୍ବୀକାର କରିଥିବା ଥାନା ଅଧିକାରୀ ଶ୍ରୀ କ୍ରିଷ୍ଣା କହିଛନ୍ତି।ଆସିକା ଥାନା କେସ ନଂ୫୨୪ ରେ ମାମଲା ରୁଜୁ କରି ସମସ୍ତ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସେ ସୂଚନା ଦେଇଛନ୍ତି।
