Odisha news

ଆସିକା ରେ କୋରୋନା ସ୍ଥିତି ଭୟଙ୍କର ; ଛଅ ଦିନ ସଟ୍ ଡାଉନ୍ ଘୋଷଣା

0

ଆସିକା : କୋରୋନା ସ୍ଥିତି  ଆସିକା ସମେତ ଗଞ୍ଜାମ ଜିଲ୍ଲାରେ ଦିନ କୁ ଦିନ ଭୟଙ୍କର ରୂପ ଧାରଣ କରୁଥିବା ବେଳେ  ମୃତକ ଙ୍କ ସଂଖ୍ୟା ବଢ଼ି ଚାଲିଛି। ଏହା କୁ ମୁକାବିଲା କରିବା କୁ ଆସିକା ଏନ୍ ଏ ସି  ଅଞ୍ଚଳ କୁ  ଆଗାମୀ ଛଅ ଦିନ  ଯାଏଁ ସଟ୍ ଡାଉନ୍ ଘୋଷଣା କରାଯାଇଛି।
ଆସିକା ରେ ଶତାଧିକ ସଂଖ୍ୟାରେ କୋଭିଡ ଯୋଦ୍ଧା ସହ  ସାଧାରଣ ଜନତା ଲଗାତାର ଭାବେ ସଂକ୍ରମିତ ହୋଇ  ଆକ୍ରାନ୍ତ ହୋଇଥିବା ରୁ ପରିସ୍ଥିତି ଜଟିଳ ହୋଇପଡ଼ିଥିବା ଲକ୍ଷ୍ୟ କରାଯାଇଛି। ତେବେ ପରିସ୍ଥିତି କୁ ମୁକାବିଲା କରିବା ପାଇଁଁ ସ୍ଥାନୀୟ ପ୍ରଶାସନ ଅଣ୍ଟା ଭିଡିଚି। ଆଜିଠାରୁ   ସମ୍ପୂର୍ଣ୍ଣ ସହର କୁ ଛଅ ଦିନ ଗୁରୁବାର ପର୍ଯ୍ୟନ୍ତ ସଟ୍ ଡାଉନ୍  ଘୋଷଣା କରାଯାଇଛି।ସମସ୍ତ ବଜାର ,ପ୍ରବେଶ ପଥ ପ୍ରଭୃତି କୁ ବ୍ୟାରିକେଟ କରି ଅବରୋଧ କରାଯାଇଛି।

ସଟ୍ ଡାଉନ୍ ସମୟରେ ଆଇନ କୁ କଡାକଡି ଲାଗୁ କରାଯିବ ଓ କାହାକୁ ବି ଏଥିରୁ ଛାଡ ଦିଆଯିବ ନାହିଁ ବୋଲି ଥାନା ଅଧିକାରୀ କହିଛନ୍ତି। ଆଜି ଅପରାହ୍ନ  ପୋଲିସ ଓ ପ୍ରଶାସନ ପକ୍ଷରୁ ଫ୍ଲାଗ ମାର୍ଚ୍ଚ କରାଯାଇ ଛଅ ଦିନ ସଟ୍ ଡାଉନ୍  ଓ ନିୟମ ମାନିବାକୁ ଜନସାଧାରଣ ଙ୍କୁ  ଅବଗତ କରାଯାଇଛି। ସମସ୍ତ ପ୍ରକାର ଯାନବାହାନ ଏପରିକି ମୋଟର ସାଇକଲ ମଧ୍ୟ ଚଳାଚଳ ବନ୍ଦ କରାଯିବ ବୋଲି ସୂଚନା ଦିଆଯାଇଛି।
ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ଙ୍କ ସଂଯୋଜନାରେ ଏସ ଡି ପି ଓ ସୂର୍ଯ୍ୟ ମଣି ପ୍ରଧାନ,ତହସିଲଦାର ସଦାନନ୍ଦ ସେଠି, ବି ଡି ଓ ରୋଷଣ ଷଡ଼ଙ୍ଗୀ,  ଅତିରିକ୍ତ ବି ଡ଼ି ଓ ପ୍ରଦୀପ କୁମାର ପଣ୍ଡା,ଏନ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ କୁମାର ପଣ୍ଡା ଓ ବହୁ ସଂଖ୍ୟାରେ ପୋଲିସ ଅଧିକାରୀ ତଥା କର୍ମଚାରୀ ସାମିଲ ଥିଲେ।

Leave A Reply