ପାରଳାଖେମୁଣ୍ଡି:୩/୭(ଗରୁଡ଼ ଧ୍ୱଜ ଚୌଧୁରୀ) ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଜିଲ୍ଲାର ଆଗଧାଡିର କରୋନା ଯୋଦ୍ଧା ଭାବେ ପରିଚିତ ଗଜପତି ଜିଲ୍ଲାପାଳ ଅନୁପମ ସାହା,ଏସପି ସାରା ଶର୍ମା ଏବଂ ପାରଳା ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁଙ୍କୁ ଅନ୍ତର୍ଜାତୀୟ ମାନବ ଅଧିକାର ପରିଷଦ ଗଜପତି ଜିଲ୍ଲା ସାଖା ବୋର୍ଡ ପକ୍ଷରୁ ସମ୍ମାନୀତ କରାଯାଇଛି । ଏହି ଅବସରରେ ଏହି କରୋନା ଯୋଦ୍ଧାଙ୍କୁ ବୋର୍ଡ ପକ୍ଷରୁ ପ୍ରମାଣପତ୍ର ଦିଆଯାଇଛି । ଦୀର୍ଘ ୪ ମାସ ଧରୀ ଏହି କରୋନା ଯୋଦ୍ଧାମାନେ ଲୋକଙ୍କୁ ସାବଧାନତା ଅବଲମ୍ବନ କରିବା ଦିଗରେ ସଚେତନ କରି ଆସୁଛନ୍ତି ।
ଏପରି କି ଏମାନେ ଲୋକମାନଙ୍କୁ ମାସ୍କ ପିନ୍ଧିବା,ସାମାଜିକ ଦୁରତା ରକ୍ଷା କରିବା,ଘରେ ରହି ସୁରକ୍ଷିତ ରହିବା,ସାନିଟାଇଜର ବ୍ୟବହାର କରିବା ବିଷୟରେ ସଚେତନ କରୁଛନ୍ତି । ତେଣୁ ଅନ୍ତର୍ଜାତୀୟ ମାନବଅଧିକାର ପରିଷଦ ପକ୍ଷରୁ ଏମାନଙ୍କୁ କରୋନା ଯୋଦ୍ଧା ଭାବେ ସମ୍ମାନୀତ କରାଯାଇଛି । ଜିଲ୍ଲାପାଳ ଅନୁପମ ସାହା,ଏସପି ସାରା ଶର୍ମାଏବଂ ପାରଳା ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ପ୍ରମୁଖଙ୍କୁ ସେମାନଙ୍କ କାର୍ଯ୍ୟାଳୟ ପରିସରରେ ଉପଢୌକନ ଏବଂ ପ୍ରମାଣପତ୍ର ସହ ସମ୍ମାନୀତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ତର୍ଜାତୀୟ ମାନବଅଧିକାର ପରିଷଦ ଗଜପତି ଜିଲ୍ଲା ବୋର୍ଡ ସଭାପତି ଆଲୋକ କୁମାର ବୋଷ,ଉପସଭାପତି ପ୍ରଦୀପ କୁମାର ଚୌଧୁରୀ,ସାଧାରଣ ସମ୍ପାଦିକା ମଞ୍ଜୁଳା ଚୌଧୁରୀ ଓ ଲିଲି ସାହୁ ପ୍ରମୁଖ ଉପସ୍ଥିତ