Odisha news

ପ୍ରମୋଶନାଲ ଇଭେଣ୍ଟ୍‌ରେ ଉର୍ବଶୀ

0

ଅଭିନେତ୍ରୀ ଉର୍ବଶୀ ରୌତେଲା ମୁମ୍ବାଇରେ ମାସ୍କ ଓ ସାନିଟାଇଜରର ଏକ ନୂଆ ବ୍ରାଣ୍ଡ୍‌ ଲଞ୍ଚ୍‌ କରିଛନ୍ତି । ଏହି ଇଭେଣ୍ଟରେ ସେ ନିଜେ ମାସ୍କ ଓ ଗ୍ଲଭ୍‌ସ ପିନ୍ଧିଥିବା ଦେଖିବାକୁ ମିଳିଥିଲା । ତାଙ୍କ ଦ୍ୱାରା ଲଞ୍ଚ୍‌ କରାଯାଇଥିବା ଏହି କରୋନା ଫ୍ୟାମିଲି କିଟ୍‌ ସିଧାସଳଖେ ୱବ୍‌ସାଇଟ୍‌ରୁ କିଣାଯାଇପାରିବ । କରୋନା କାଳରେ ଏକ ଇଭେଣ୍ଟର ଅଂଶ ହୋଇଥିବାରୁ ଉର୍ବଶୀ ଖୁସି ବ୍ୟକ୍ତ କରିବା ସହ ଲୋକଙ୍କୁ ସୁରକ୍ଷିତ ରହିବାକୁ କହିଛନ୍ତି । ଲକ୍‌ଡାଉନ୍‌ରେ ପିଆନୋ ଶିଖିବା ସହ ଅନେକ ବହି ପଢ଼ିଛନ୍ତି ଓ ଫିଲ୍ମ ଦେଖିଛନ୍ତି । ଫିଲ୍ମ ସୁଟିଂ ବନ୍ଦ ରହିବା ସହ ପ୍ରମୋଶନାଲ ଇଭେଣ୍ଟ୍‌ ମଧ୍ୟ ବନ୍ଦ ଥିଲା । ଲକ୍‌ଡାଉନ୍‌ ପରେ ପ୍ରଥମ ଥର ବଲିଉଡ୍‌ ସେଲିବ୍ରିଟିଙ୍କୁ ଇଭେଣ୍ଟ୍‌ରେ ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.