Odisha news

ସୃଜନଶୀଳ କାର୍ଯ୍ୟରେ ପ୍ରେରଣା ପାଇଁ ଆସ୍କା କେନ୍ଦ୍ରୀୟ ବିଦ୍ୟାଳୟର  ୩ ଛାତ୍ର ଛାତ୍ରୀ  ପୁରସ୍କୃତ

0
ଆସିକା (ସୁଶାନ୍ତ କୁମାର ପଟ୍ଟନାୟକ) : ଗଞ୍ଜାମ ଜିଲ୍ଲା ଆସ୍କା ନିକଟସ୍ଥ କଲେଜ ଛକ ଠାରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟ ର ତିନି ଛାତ୍ର ଛାତ୍ରୀ ସୃଜନଶୀଳ କାର୍ଯ୍ୟରେ ପ୍ରେରଣା ପାଇଁ ଚଳିତ ବର୍ଷ ଇନ୍ସପାଇଡ୍ ଆଓ୍ବାର୍ଡ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଏହି ୱାଆର୍ଡ଼ ପାଇଁ  ଗଞ୍ଜାମ ଜିଲ୍ଲାର ବହୁ ବିଦ୍ୟାଳୟ ଛାତ୍ର ଛାତ୍ରୀ ମାନେ ଭାଗ ନେଇଥିବାବେଳେ ଆସ୍କା କେନ୍ଦ୍ରୀୟ ବିଦ୍ୟାଳୟ ର ତିନି ଛାତ୍ର ଛାତ୍ରୀ ଙ୍କୁ ମନୋନୀତ କରାଯାଇ  ଜଣ ଜଣକୁ ୧୦,୦୦୦ (ଦଶ ହଜାର) ପ୍ରୋତ୍ସାହନ ରାଶି  ପ୍ରଦାନ କରାଯାଇଛି।ପ୍ରୋତ୍ସାହନ ରାଶି ପାଇଥିବା ଛାତ୍ର ଛାତ୍ରୀ ମାନେ ହେଲେ ସପ୍ତମ ଶ୍ରେଣୀ ଛାତ୍ରୀ ସୁଶ୍ରୀ ପଟ୍ଟନାୟକ ,ଷଷ୍ଠ ଶ୍ରେଣୀ ଛାତ୍ରୀ ଶ୍ରୀୟା ସଂସ୍କୃତି ନାୟକ,ସପ୍ତମ ଶ୍ରେଣୀ ଛାତ୍ର ସୃଭ୍ରାଂଶୁ ରଞ୍ଜନ ଜେନା ।ଏହି ପ୍ରତିଯୋଗିତାରେ ଛାତ୍ର ଛାତ୍ରୀ ମାନେ ନୂତନ ବିଜ୍ଞାନ ଜ୍ଞାନ କୌଶଳ ରେ ନିଜ ନିଜ ପ୍ରତିଭା ପାରିଦର୍ଶିତା ଦେଖାଇବା ପାଇଁ ଗୋଟିଏ ଗୋଟିଏ ନୂତନ ପ୍ରୋଜେକ୍ଟ ଯାହାକି ସମାଜରେ କିଛି ନୂତନ ବାର୍ତ୍ତା ଦେଇପାରିବ, ସେହିପରି ପ୍ରୋଜେକ୍ଟ କରି ଅନ ଲାଇନ ରେ ପ୍ରୋଜେକ୍ଟ ସହ ନିଜ ନିଜ ବିଦ୍ୟାଳୟ ଠିକଣା ରେଜିଷ୍ଟ୍ରେସନ କରିଥାନ୍ତି।ଏହାକୁ ଜିଲ୍ଲା ସ୍ତରୀୟ କୁ ମନୋନୀତ ହେବା ପରେ ରାଜ୍ୟ ସ୍ତରୀୟ ଓ ପରେ ଜାତୀୟ ସ୍ତରରେ ପହଞ୍ଚି ପାରିବାର ମଧ୍ୟ ସମ୍ବାବନ ରହିଥାଏ ।ଯଦ୍ୱାରା ଆଜିର ଛାତ୍ର କାଲିର ଜଣେ ପ୍ରତିଷ୍ଠିତ ବୈଜ୍ଞାନିକ ହୋଇପାରିବେ ବୋଲି ଅବିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନେ କହିଛନ୍ତି । ଏହି ତିନି ଛାତ୍ର ଛାତ୍ରୀ ଙ୍କୁ ବରିଷ୍ଠ ସମାଜ ସେବୀ ବଂଶୀଧର ନାହାକ ଶୁଭେଚ୍ଛା ଜଣେଇବା ସହ ଆଗକୁ କିପରି ନିଜ ଅଞ୍ଚଳ ଟେକ ରଖିବେ ସେଥିପାଇଁ ସେମାନଙ୍କ ଉପରେ ମୋର ଯଥେଷ୍ଟ ଆଶା ଭରସା ରହିଛି ବୋଲି କହିଛନ୍ତି ।
Govt
Leave A Reply