Odisha news

ତେଲକୋଇ : କରୋନା ପାଇଁ ଖାଁ ଖାଁ ମକର ପଡିଆ

0
ତେଲକୋଇ -ବହୁ ଚର୍ଚିତ ମକର ମେଳା ଖୁଣ୍ଟାପଡା ମକର ପଡିଆ ଆଜି ଖାଁ ଖାଁ  l ସର୍ବ ପୁରାତନ ଖୁଣ୍ଟାପଡା ମକରଯାତ୍ରା ଓଡ଼ିଶାରେ ବେଶ ପରିଚିତ  l ମାତ୍ର କରୋନା ପାଇଁ ଫିକା ପଡିଯାଇଛି ମକର ମେଳଣ  l ଏହି ମକର ମେଳlକୁ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଦୋକାନବଜ଼ାର ପନ୍ଦର ଦିନ ଆଗରୁ ଆସି ସ୍ଥାନ ନିରୂପଣ କରି ଯାତ୍ରାରେ ବ୍ୟବସାୟ କରି ବେଶ ଦୁଇପଇସା ରୋଜଗାର କରିଥାନ୍ତି  l ତାହା ଆଜି ହୋଇପାରିନାହିଁ  l କରୋନା ପାଇଁ ଜୀବନ ଯାତ୍ରାରେ ବାଧକ ସୃଷ୍ଟି ହୋଇଛି  l
ତେଲକୋଇ ଅଂଚଳର ପୂରପଲ୍ଲୀରୁ ହଜାର ହଜାର ସଂଖ୍ୟାରେ ମକର ମେଳlକୁ ଆସି ଉପଭୋଗ କରିଥାନ୍ତି,ତା ସାଙ୍ଗକୁ ଇଛାମୁତାବକ ଜିନିଷପତ୍ର ତଥା ବ୍ୟବହାରିକ ସାମଗ୍ରୀ ଧରି ଘରକୁ ଫେରିଥାନ୍ତି l ଚଳିତବର୍ଷ ନିରାଶରେ ମକର ପର୍ବ ଅତିବାହିତକୁ   ଅଞ୍ଚଳବାସୀ କେବେ ଭୁଲି ପାରିବେ ନାହିଁ ବୋଲି ବରିଷ୍ଠ ସମାଜସେବୀ କୈଳାଶ ଚନ୍ଦ୍ର ପ୍ରଧାନ ମତବ୍ୟକ୍ତ କରିଛନ୍ତି l ଅପର ପକ୍ଷେ ଯାତ୍ରାପାର୍ଟି (ଅପେରା )କୁ ମଧ୍ୟ ଏଡାଇଦିଆଯାଇ ନପାରେ l ଖୁଣ୍ଟାପଡା ମକର କମିଟି ସଦସ୍ୟମାନେ ସରକାର ଙ୍କ ନିୟମକୁ  ସଠିକ ଢଙ୍ଗରେ ପାଳନ କରି ସର୍ବ ଆଦୃତ ହୋଇଛନ୍ତି l ସମସ୍ତଙ୍କ ମୁହଁରୁ ନିଃସୃତ ହେଉଛି ସlବାସ ଖୁଣ୍ଟାପଡା l
Nalco
Leave A Reply