Odisha news

‘‘ଜାରରେ ଓଡ଼ିଶା ଘୁଞ୍ଚୁ ତୋ ଦୁର୍ଦ୍ଦଶା’’

0

ମୁଁ ନୁହେଁ ବଇରି ସଂସାରେ କାହାରି ସଭିଏଁ ମୋହର ମିତ୍ର ।
ମାନବ ଜଗତେ ସର୍ବ ପ୍ରାଣୀ ହିତେ ଯାଉ ଏ ଜୀବନ ଛାର । 

ମୌଲାନା ଫଜଲ ହକ ଖାଁ : ବର୍ତମାନ ଯୁଗରେ ସର୍ବଶକ୍ତିମାନ ଈଶ୍ୱରଙ୍କ ଉପରେ ଲୋକମାନଙ୍କର ଆସ୍ଥା ଏବଂ ବିଶ୍ୱାସ କ୍ରମଶଃ ଲୋପ ପାଇବାରେ ଲାଗିଛିି । ସର୍ବତ୍ର ଶୋଷଣ, ମିଥ୍ୟାପ୍ରବଂଚନା, ସ୍ୱାର୍ଥପରତା, ଅନ୍ୟାୟ, ଅତ୍ୟାଚାର, ଲୋଭ ଲାଳସା, ଦୁର୍ନୀତି, ବିଶୃଙ୍ଖଳା, ଚୋରୀ, ଡ଼କାୟତି, ଠକାମି, ଷଡ଼ଯନ୍ତ୍ର, ଦାୟିତ୍ୱ ହୀନତା, ପରସ୍ପର ଅବିଶ୍ୱାସୀକତା ଏବଂ ମାନବଧିକାର ଲଂଘନ ବୃଦ୍ଧି ପାଇବାରେ ଲାଗିଛି । ବର୍ତମାନର ଆଧୁନିିକ ସଭ୍ୟତା ତା’ର ସୁକ୍ଷ୍ମ ପରଦାରେ ଏହାକୁ ଲୁଚାଇବାକୁ ଅସମର୍ଥ ହୋଇଛି । ଏପରିକି ନୈତିକ ଏବଂ ଆଧ୍ୟାତ୍ମିକ ରୋଗରେ ସମଗ୍ର ବିଶ୍ୱର ମାନବ ସମାଜ ଆକ୍ରାନ୍ତ ।
ଯୁବପିଢୀ ହେଉଛି ଦେଶର ସମ୍ପତି ଏବଂ ମେରୁଦଣ୍ଡ । ଏହା ଯେତେ ବଳଶାଳୀ ହେବ, ଦେଶ ଓ ସମାଜ ସେତେ ସଶକ୍ତ ଓ ସ୍ୱାସ୍ଥ୍ୟବାନ ହେବ । ଯୁବକମାନଙ୍କ ଠାରେ କାର୍ଯ୍ୟ କରିବାର ଦକ୍ଷତା ଓ କ୍ଷମତା ରହିଥାଏ । ନୂଆ ରକ୍ତ ଏବଂ ନୂଆ ଉସôାହ ଥାଏ । ଏଣୁ ଯୁବଶକ୍ତି ଯେତେ ଏକାଗ୍ର ହେବ, ଦେଶ ସେତେ ଶକ୍ତିଶାଳୀ ହେବ । ଦେଶରେ ଦେଖାଯାଉଥିବା ଅନ୍ୟାୟ, ଅନୀତି, ଦୁର୍ନୀତି ଏବଂ ଆତଙ୍କବାଦ ଏଥିରୁ ମୁକୁଳିବାକୁ ହେବ । ଦେଶର ଯୁବ ଶକ୍ତିକୁ ଆଗକୁ ଆସିବାକୁ ହେବ । ଯୁବ ଶକ୍ତିକୁ ରାଷ୍ଟ୍ରର ଉନ୍ନତି ଓ ପ୍ରଗତି କ୍ଷେତ୍ରରେ ଉଚିତ୍ ବିନିଯୋଗ କରିିବାକୁ ହେବ । ଦେଶରେ ଦେଖା ଯାଉଥିବା ସମସ୍ୟାଗୁଡ଼ିକ ଉପରେ ଗଭିତ ଚିନ୍ତା ଓ ସ୍ଥିର ମନରେ ପ୍ରଥମେ ଅନୁଧ୍ୟାନ କରିବାକୁ ହେବ । ଦେଖା ଦେଉଥିବା ଏ ଅରାଜକତା, ଏ ଅଶାନ୍ତିି ଏ ସମସ୍ୟା କ’ଣ ପାଇଁ ? କାରଣ ଜାଣି ତଦନୁଯାୟୀ ଉପଚାର କରାଗଲେ, ନିଶ୍ଚିତ ସମସ୍ୟାର ସମାଧାନ ହୋଇପାରିିବ । ଶାସକ ଓ ପ୍ରଶାସକଙ୍କ ତରଫରୁ ବିଭିନ୍ନ ପ୍ରକାରର ଯୋଜନାମାନ କରାଯାଉଛି । ନିବାରଣ ପାଇଁ ଉପଚାର ଓ ଉପାୟ ମଧ୍ୟ କରାଯାଉଛିି । କିନ୍ତୁ ତ୍ରୁଟି ଓ ଅଳସୁଆମୀ ରହିଲା କେଉଁଠି ?

୨୫ ବର୍ଷ ତଳେ ମୁଁ ପ୍ରାୟ ନବମ-ଦଶମ ଶ୍ରେଣୀର ଛାତ୍ର ଥିଲି । ଗାଁ ଗଣ୍ଡାରେ ଅନେକ ଆଇ.ଏ, ବି.ଏ ଯୁବକମାନେ ପାଠ ପଢି ମଧ୍ୟ ବେକାର ଓ ବେରୋଜଗାର ହୋଇ ଘର ବାହାର ପିିଣ୍ଢାମାନଙ୍କରେ ବସିଉଠି ବୁଲୁଥିଲେ । ସେ ସମୟରେ ସେମାନଙ୍କର ଉଚିତ୍ ସଂରକ୍ଷଣ ବା ସୁବ୍ୟବସ୍ଥା କରାଯାଇ ପାରୁନଥିଲା । ଏବେ ସେ ସମସ୍ୟା ନଥିଲେ ମଧ୍ୟ ବହୁଳ ସଂଖ୍ୟାରେ ଓଡ଼ିଶାର ଯୁବଗୋଷ୍ଠୀ ଭଲ ପାଠ ପଢି, ଉଚ୍ଚ ଶିକ୍ଷା ହାସଲ କରି ଅଧିକ ସମ୍ବଳ ରୋଜଗାର କରିବା ଉଦେ୍ଦଶ୍ୟରେ ବାଙ୍ଗାଲୁରୁ, ଚେନ୍ନାଇ, ମୁମ୍ବାଇ, ଗୁଯୁରାଟ, ସୁରଟ, ହାଇଦ୍ରାବାଦ, ଦିଲ୍ଲୀ, କୋଲକତା, କେରଳ ଏପରି କିି ଦେଶ ବାହାରକୁ ମଧ୍ୟ ବହୁଳ ସଂଖ୍ୟାରେ ଚାଲିଯାଉଛନ୍ତି । ଏବେ ମଧ୍ୟ ଏହି ଓଡ଼ିିଶା ଯୁବ ସମ୍ପତି ଓ ଯୁବଶକ୍ତିକୁ ସଂରକ୍ଷଣ କରାଯାଇପାରୁ ନାହିଁ । ସେମାନଙ୍କୁ ସ୍ୱରାଜ୍ୟରେ ଉଚିତ୍ ରୋଜଗାରର ସୁବିଧା ଓ ସୁଯୋଗ ମିିଳିପାରୁ ନାହିଁ । ବାକି ଯାହାକିଛି ରହିଗଲେ ସେମାନେ ପରିବେଶ ସହ ଖାପଖୁଆଇବାକୁ ଚେଷ୍ଟାକରି ଦେଶର ଉନ୍ନତି ଓ ପ୍ରଗତି କ୍ଷେତ୍ରରେ ଦୁର୍ନୀତିର ଶିକାର ହୋଇ ଯାଉଛନ୍ତି । ପୁଣି ଉପରୁ ନିଶା, ଆତଙ୍କବାଦ, ଚୋରୀ, ଡ଼କାୟତି ତଥା ଖୁବ କମ ପରିଶ୍ରମରେ ଅନ୍ୟାୟ ପ୍ରକ୍ରୀୟାରେ ଅଧିକ ରୋଜଗାର କରିବାର ଅବୈଧ ମାର୍ଗକୁ ଆପଣାଇ ନେଇଥାନ୍ତି । ଯାହା ଏକ ସ୍ୱଚ୍ଛ ସମାଜ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବାରେ ଘାତକ ସାଧ୍ୟ ହୋଇଥାଏ ।

ଏବେ ସମୟର ଆହ୍ୱାନ ଯେ ସରକାରୀ ଓ ବେସରକାରୀ ସଂସ୍ଥା ମାଧ୍ୟମରେ ଆମ ରାଜ୍ୟର ନବିକରଣ ହେଉ । ଯୁବଶକ୍ତିକୁ ଏକଜୁଟ କରାଯାଉ । ଏକ ଦୁର୍ନୀତିି ମୁକ୍ତ ସ୍ୱରାଜ୍ୟ ଓ ସ୍ୱରାଷ୍ଟ୍ର ଗଠନ କରାଯାଉ । ଓଡ଼ିିଶାକୁ ଜାଗ୍ରତ କରାଯାଉ । କୋଭିଡ଼ି-୧୯ ଓ କରୋନା କାଳରେ ଆମ ରାଜ୍ୟର ଅନେକ ଯୁବଗୋଷ୍ଠୀ ଓ କାମୁକା ଲୋକ ଘର ବାହୁଡ଼ା ହୋଇଛନ୍ତି । ଏମାନଙ୍କ ବିଷୟରେ ପୂନର୍ବାର ସ୍ଥିର ମନରେ ଚିନ୍ତନ କରାଯିବା ଉଚିତ୍ । ଆମ ରାଜ୍ୟରେ ଓଡ଼ିଶା ବିକାଶ ନାମରେ ଅନେକ ସୁଯୋଗ ଓ ଯୋଜନା ଆରମ୍ଭ କରା ଯାଇଛି । ସେ ସବୁକୁ ବି ଧ୍ୟାନରେ ରଖି ଏବେ ଆମ ଘର ବାହୁଡ଼ା ଯୁବ ସମାଜକୁ ଏକତ୍ର କରାଯାଉ । ଏବଂ ଆମ ଦେଶ ଆମ ରାଜ୍ୟର ବିକାଶ ଓ ସଶକ୍ତିକରଣରେ ସେମାନଙ୍କୁ ସାମିଲ କରାଯାଉ । ଆମରି ପିଲା ଆମରି ରାଜ୍ୟରେ ରହି, ତାଙ୍କ ପ୍ରତିଭାକୁ ବ୍ୟବହାର ଉପଯୋଗୀ କରାଯାଉ । ଯଦ୍ଦ୍ୱାରା ଆମର ଶ୍ରମ ଆମର ହେବ, ଆମରି ଲାଭ ଆମ ରାଜ୍ୟକୁ ମିଳିବ, ଆମ ପିଲାମାନେ ସେଥିରୁ ଉପକୃତ ହେବେ । ଆମେ ଆତ୍ମ ନିର୍ଭରଶୀଳ ହେବା । ଆମରି ଯୁବଶକ୍ତି ଓ ରାଜ୍ୟର ଅର୍ଥଶକ୍ତି ସୁଦୃଢ ହେବ ।
ଆସ ଆମେ ସମସ୍ତେ ମିଳିମିଶି ଦୁର୍ନୀତିି ମୁକ୍ତ ସମାଜ ଗଠନ କରିବାରେ ଏକ ମନ ଏକ ପ୍ରାଣ ହୋଇ ଆଗକୁ ବଢିବା । ଏକ ସ୍ୱଚ୍ଛ ଓ ଶକ୍ତିଶାଳୀ ଓଡ଼ିଶା ଗଠନ କରିିବା । ଏହା ହିଁ ଆମର କାମନା ।

Leave A Reply