Odisha news

ଇମ୍ୟୁନିଟି ବଢିବାରୁ ନେଇ ମଧୁମେହ ପର୍ଯ୍ୟନ୍ତ ସବୁର ଉପଚାର କରିଥାଏ ସାରୁ

ଆମ ଗାଁ ଗହଳିରେ ସାରୁ ଗୋଟିଏ ଜଣା ଶୁଣା ପାରିବା । ରୋଷେଇ ଘରେ କୁହାଯାଏ ଯେ ବିନା ସାରୁ ରେ ଓଡ଼ିଆ ଘରର ସାଧା ତରକାରି ହେବା ଅସମ୍ଭବ । କିନ୍ତୁ ଏହି ସାରୁ ର ରହିଛି ଅନେକ ଔଷଧିୟ ଗୁଣ । ଯାହା ହୁଏତ ଆପଣ ଜାଣି ନଥିବେ । ଆସନ୍ତୁ ଜାଣିବା ଏହି ସାରୁ ବିଷୟରେ ।

* ମହାମାରୀ ଓ ସମସ୍ତ ସଂକ୍ରମଣ ଜନିତ ରୋଗ ପାଇଁ ଇମ୍ୟୁନିଟି ମଜବୁତ୍ ହେବା ନିହାତି ଆବଶ୍ୟକ । ସାରୁ ରେ ପ୍ରଚୁର ମାତ୍ରାରେ ଭିଟାମିନ ସି ରହିଛି । ଏହି ଭିଟାମିନ ସି କାରଣରୁ ଏଥିରେ ଆଣ୍ଟି ଅକ୍ସିଡେଣ୍ଟ ରହିଥାଏ । ଯାହା ଇମ୍ୟୁନିଟିକୁ ମଜବୁତ୍ କରିଥାଏ ।

* ସାରୁରେ ପ୍ରଚୁର ମାତ୍ରାରେ ଫାଇବର୍ ରହିଛି । ଫାଇବର ପାଚନ ପ୍ରକ୍ରିୟା ପାଇଁ ନିହାତି ଆବଶ୍ୟକ । ସାରୁ ଖାଇବା ଦ୍ୱାରା ଗ୍ୟାସ , ଏସିଡିଟି , କୋଷ୍ଠ କଠିନ୍ୟ ସମସ୍ୟା ଦୂର ହୋଇଥାଏ ।

* ମଧୁମେହ ରୋଗୀ ମାନଙ୍କ ପାଇଁ ସାରୁ ଅତି ହିତକର । ମଧୁମେହ ରୋଗୀମାନେ ସାରୁ ଖାଇବା ଦ୍ୱାରା ରକ୍ତ ଶର୍କରା ନିୟନ୍ତ୍ରଣ ହୋଇଥାଏ ।

* ସାରୁ ରେ ଥିବା ମାଗ୍ନେ ସୀୟମ ଆପଣଙ୍କ ମାଂସପେଶୀ ପାଇଁ ଖୁବ୍ ଲାଭ ଦାୟକ । ତା ସହ ହାଡକୁ ମଧ୍ୟ ସାରୁ ମଜବୁତ୍ କରିଥାଏ । ସାରୁ ରେ ଜୀଙ୍କ , ଆଇରନ , ମଗ୍ନେଶିୟମ୍ , କପର୍ , ଜୀଙ୍କ୍ ଭଳି ଗୁଣ ରହିଛି । ଯାହା ଆପଣଙ୍କୁ ହାଡ ରୋଗରୁ ରକ୍ଷା ପାଇବା ସହିତ କ୍ୟାନ୍ସର ଓ ହୃଦ ରୋଗରୁ ରକ୍ଷା କରିଥାଏ ।

Nalco

Comments are closed.