Odisha news

ଶିକ୍ଷାବିତ୍‌ ଅଭୟ କୁମାର ମହାନ୍ତିଙ୍କ ପରଲୋକରେ ବୈଜୟନ୍ତଙ୍କ ଶୋକ ପ୍ରକାଶ

0

ଓଲିଉଡ୍‌ ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ବାପା ତଥା ଶିକ୍ଷାବିତ୍‌ ଅଭୟ କୁମାର ମହାନ୍ତିଙ୍କ ପରଲୋକରେ ମୁ ବହୁତ ମର୍ମାହତ ହୋଇଛି l ତାଙ୍କର ଆମର ଆତ୍ମାର ସଦଗତି ନିମନ୍ତେ ପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରୁଛି ଏବଂ ଏହି ଦୁଖଦଃ ସମୟରେ ତାଙ୍କ ପରିବାରଙ୍କୁ ମୋର ସମବେଦନା ଜ୍ଞାପନ କରୁଛି ।

ସୂଚନା ଯୋଗ୍ୟ  ଅଭୟ କୁମାର ମାହାନ୍ତି ଜଣେ ଅବସରପ୍ରାପ୍ତ ଅଧ୍ୟାପକ ଥିଲେ। କଟକର ନନ୍ଦିସାହିସ୍ଥିତ ବାସଭବନରେ ୭୪ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। କିଡ୍‌ନି ରୋଗରେ ପୀଡିତ ଥିବାରୁ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ତାଙ୍କର ଡାଇଲିସିସ୍‌ ଚାଲିଥିଲା। ବାପାଙ୍କର ଚିକିତ୍ସା ପାଇଁ ଅନୁଭବ ନିୟମିତ ହସ୍ପିଟାଲ ନେବା ଆଣିବା କରୁଥିଲେ। ସାଂସଦ ଅନୁଭବ ମହାନ୍ତି ସାମାଜିକ ଗଣମାଧ୍ୟମରେ ‌ଏନେଇ ସେୟାର କରିଆସୁଥିଲେ। ସେ ତାଙ୍କ ବାପାଙ୍କୁ ସୁସ୍ଥ କରିବାକୁ ପ୍ରାଣ ପ୍ରଣେ ଚେଷ୍ଟା କରୁଥିଲେ। ହେଲେ ତାଙ୍କର ସମସ୍ତ ଚେଷ୍ଟା ଓ ପ୍ରାର୍ଥନା ବିଫଳ ହୋଇଛି।

ଅଭୟ ମହାନ୍ତିଙ୍କ ବିୟୋଗରେ ପୁରାପରିବାରରେ ଶୋକର ଛାୟା ଖେଳିଯାଇଛି। ନନ୍ଦିସାହିସ୍ଥିତ ବାସଭବନରେ ଅଭୟ ମହାନ୍ତିଙ୍କ ଶେଷ ଦର୍ଶନ ପାଇଁ ବହୁ ବିଶିଷ୍ଟ ବକ୍ତି ପହଞ୍ଚିଛନ୍ତି। ବହୁ ସ୍ଥାନୀୟ ବିଶିଷ୍ଟ ବକ୍ତି ମଧ୍ୟ ତାଙ୍କର ଶେଷ ଦର୍ଶନ କରୁଛନ୍ତି

Leave A Reply