Odisha news

ରାଜ୍ୟରେ ସୁସ୍ଥହେଲେ ଆଉ ୮ଜଣ କରୋନା ଆକ୍ରାନ୍ତ

0

ଭୁବନେଶ୍ୱର: ରାଜ୍ୟରେ ଆଜି ଆଉ ୮ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ଜଣାଯାଇଛି।ଏବେ ସୁଦ୍ଧା ରାଜ୍ୟରେ ୧୬୬ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏମାନଙ୍କ ଭିତରୁ ଯାଜପୁର ଜିଲ୍ଲାର ୪ଜଣ, ଭଦ୍ରକ ଜିଲ୍ଲାର ୨ଜଣ, ବାଲେଶ୍ବର୧ ଓ କେନ୍ଦୁଝର ଜିଲ୍ଲାର ୧ସୁସ୍ଥ ହୋଇଥିବାର ସୂଚନା ମିଳିଛି। ଏହା ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୧୬୬କୁ ବୃଦ୍ଧି ପାଇଛି।

ରାଜ୍ୟରେ ଆଜି ପୁଣି ୬୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।ଗଞ୍ଜାମ ଓ ବାଲେଶ୍ୱର ଜିଲ୍ଲାରୁ ସର୍ବାଧିକ ୧୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ପୁରୀରୁ ୧୦, ଭଦ୍ରକରୁ ୬ , ଯାଜପୁରରୁ ୨, ନୟାଗଡରୁୁ ୩ , ଦେବଗଡ଼, ସୁନ୍ଦରଗଡ଼ ଓ କଟକ ଜିଲ୍ଲାରୁ ଜଣେ ଲେଖାଏଁ ନୂଆ ଆକ୍ରାନ୍ତ ଠାବ ହୋଇଥିବା ଜଣାଯାଇଛି। ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୭୨କୁ ବୃଦ୍ଧି ପାଇଛି।

ଏବେ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୫୦୩ ଥିବା ବେଳେ ୧୬୬ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୩ଜଣଙ୍କର ମୃତ୍ୟୁ ଘଟିଛି।

Leave A Reply