Odisha news

ଜଗତସିଂହପୁରରେ ଆଉ ୨୦ ପଜିଟିଭ ଚିହ୍ନଟ

0

ଭୁବନେଶ୍ୱର: ଜଗତସିଂହପୁରରେ ଆଉ ୨୦ ପଜିଟିଭ ଚିହ୍ନଟ। ଜଗତସିଂହପୁର ଜିଲ୍ଲା କରୋନାମୁକ୍ତ ହେବାର କିଛି ଘଣ୍ଟା ନଯାଉଣୁ ଏକାଥରକେ ୨୦ ପଜିଟିଭ ଚିହ୍ନଟ ହେବା ପୁଣି ଚିନ୍ତା ବଢାଇଛି।  ଏମାନଙ୍କ ମଧ୍ୟରୁ ନାଉଗାଁ ବ୍ଲକ ଜାମୁଗାଁ କ୍ୱାରେଣ୍ଟିନ କେନ୍ଦ୍ରରୁ ୧୯ ଓ କୁଜଙ୍ଗ ବ୍ଲକ ପଣ୍ଡୁଆ କ୍ୱାରେଣ୍ଟିନ କେନ୍ଦ୍ରରୁ ଜଣେ ଚିହ୍ନଟ ହୋଇଛନ୍ତି। ସମସ୍ତେ କୋଲକାତା ଫେରନ୍ତା ବୋଲି ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସୂଚନା ଦେଇଛନ୍ତି।

ଜଗତସିଂହପୁରରେ ସଂକ୍ରମିତଙ୍କ ସଂଖ୍ୟା ୨୫କୁ ବୃଦ୍ଧି ପାଇଛି। ସେହିପରି ୫ ଜଣ ସୁସ୍ଥ ହୋଇଥିବା ବେଳେ ଆଉ ୨୦ ଆକ୍ଟିଭ କେଶ ରହିଛି।

ରାଜ୍ୟରେ ଆଜି ସକାଳେ ନୂଆ ୪୮ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଥିଲେ। ଏହାସହ କନ୍ଧମାଳ ଜିଲ୍ଲାକୁ କରୋନା ଛୁଇଁଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ କନ୍ଧମାଳର ୨ଜଣ ଥିବା ସୂଚନା ମିଳିଛି।

ଆଜି ମୋଟ ୫୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେଥିରୁ ସର୍ବାଧିକ ୪୦ ଜଣ ବ୍ୟକ୍ତି ହେଉଛନ୍ତି ଗଞ୍ଜାମ ଜିଲ୍ଲାର।

ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮୯୬ରେ ପହଞ୍ଚିଛି। ୨୭୭ ଜଣ ସୁସ୍ଥ ହୋଇଛନ୍ତି। ୪ଜଣଙ୍କ ମୃତ୍ୟୁ ହୋଇଛି। ଏବେବି ୬୧୫ ଆକ୍ଟିଭ କେଶ୍ ରହିଛି। ଏମାନେ ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Leave A Reply