ନିଜମାଟିରେ ଧର୍ମେନ୍ଦ୍ରଙ୍କୁ ପ୍ରଶ୍ନବାଣରେ ଘାଇଲାକଲେ ପାଣ୍ଡିଆନ ; ନିଜ ଅଞ୍ଚଳ ପାଇଁ କେନ୍ଦ୍ରମନ୍ତ୍ରୀ ଭାବେ ଆପଣଙ୍କ ଅବଦାନ କ’ଣ?
କେତେ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ହୋଇଛି?
କେତେ ଦକ୍ଷତା ବିକାଶ କେନ୍ଦ୍ର ସ୍ଥାପନ ହୋଇଛି?
କାହିଁକି ଠିକ୍ହେଉନି ୫୫ ନମ୍ବର ଜାତୀୟ ରାଜପଥ?
କେନ୍ଦ୍ରମନ୍ତ୍ରୀ ଭାବେ ଜୁଏଲ, ବିଶ୍ୱେଶ୍ୱର, କେପିସିଂହଦେଓ ଓ ଚନ୍ଦ୍ରଶେଖରଙ୍କ କାର୍ଯ୍ୟକୁ ପ୍ରଶଂସା
ଗୋଟିଏ ଗସ୍ତରେ ୬ ମାସ ଭିତରେ ଅନୁଗୁଳ ନିର୍ବାଚନ ମଣ୍ଡଳୀକୁ ମୁଖ୍ୟମନ୍ତ୍ରୀ ଦେଇଛନ୍ତି ୧୦୦ କୋଟି
ପରଜଙ୍ଗ ନିର୍ବାଚନ ମଣ୍ଡଳୀକୁ ମିଳିଛି ହଜାରେ କୋଟି
ଭୁବନେଶ୍ୱର, ୨୮/୧୨/୨୦୨୩:କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିଜ ଜିଲ୍ଲା ଅନୁଗୁଳ ମାଟିରେ ଠିଆହୋଇ ତାଙ୍କୁ ପ୍ରଶ୍ନବାଣରେ ଘାଇଲା କରିଛନ୍ତି ବିଜେଡିର ବରିଷ୍ଠ ନେତା୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।ଅନୁଗୁଳ ଜିଲ୍ଲାର ବଅଁରପାଳ ବ୍ଲକ ଅନ୍ତର୍ଗତ ଗଡସନ୍ତ୍ରୀ ଠାରେ ସାଧାରଣ ସଭାରେ ପାଣ୍ଡିଆନ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସିଧା ସଳଖ ତିନିଟି ପ୍ରଶ୍ନ ପଚାରିଛନ୍ତି।ସେ କହିଥିଲେ, ମୁଁ ବିନମ୍ରତାର ସହ ପଚାରୁଛି- କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏମାଟିର ସନ୍ତାନ।ଏମାଟି ତାଙ୍କୁ ନେଇ ଗର୍ବ କରିବାର କଥା।ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପରେ ସବୁଠୁ ଅଧିକ ସୁଯୋଗ ସେ ପାଇଛନ୍ତି।କେନ୍ଦ୍ରରେ ଦୀର୍ଘଦିନ ଧରି ପ୍ରଭାବଶାଳୀ ମନ୍ତ୍ରୀ ହୋଇ ରହିଛନ୍ତି।କିନ୍ତୁ ଏ ଅଂଚଳ ପାଇଁ ତାଙ୍କର ଅବଦାନ କ’ଣ?
ଶ୍ରୀ ପାଣ୍ଡିଆନ କହିଥିଲେ ଯେ କେନ୍ଦ୍ରରେ ଶିକ୍ଷାମନ୍ତ୍ରୀ ଅଛନ୍ତି ଧର୍ମେନ୍ଦ୍ର ପ୍ରଧାନ।ସେ ଚାହିଁଥିଲେ ତାଙ୍କ ଅଞ୍ଚଳରେ ଥିବା ୩୦ଟି ଯାକ ବ୍ଲକରେ କେନ୍ଦ୍ରୀୟ ବିଦ୍ୟାଳୟ, ନବୋଦୟ ବିଦ୍ୟାଳୟ ଏବଂ କମ୍ୟୁନିଟି କଲେଜ ଭଳି ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରି ପାରିଥାନ୍ତେ ।ଫଳରେ ଏ ଅଞ୍ଚଳର ପିଲା ସିବିଏସସି ପାଠପଢିବାର ସୁଯୋଗ ପାଇଥାନ୍ତେ।ମାତ୍ର ବିଡ଼ମ୍ବନା ହେଲା ଏତେ ବର୍ଷ ହେଲା ମନ୍ତ୍ରୀ ରହି ମଧ୍ୟ ସେ ନିଜ ଅଞ୍ଚଳ ପାଇଁ କିଛି କଲେନାହିଁ।
କେନ୍ଦ୍ରୀୟ ବିଦ୍ୟାଳୟ ପ୍ରସଙ୍ଗରେ ଶ୍ରୀ ପାଣ୍ଡିଆନ କହିଥିଲେ ଯେ, ସେ ଗଂଜାମ ଜିଲ୍ଲାପାଳ ଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମରେ ସେଠାରେ ତିନିଟି କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ କରିବା ପାଇଁ ସମର୍ଥ ହୋଇଥିଲେ ।କିନ୍ତୁ ସେହି ବିଭାଗର ଜଣେ କେନ୍ଦ୍ରମନ୍ତ୍ରୀ ହୋଇ ତାଙ୍କ ଜିଲ୍ଲାରେ ମାତ୍ର ଦୁଇଟି ଇନଷ୍ଟିଟ୍ୟୁସନାଲ କେନ୍ଦ୍ରୀୟ ବିଦ୍ୟାଳୟ ରହିବା ଦୁର୍ଭାଗ୍ୟ ଜନକ।ଅପରପକ୍ଷରେ କେନ୍ଦ୍ରମନ୍ତ୍ରୀଙ୍କ ନିଜ ପଞ୍ଚାୟତରେ ଥିବା ସ୍କୁଲକୁ ରାଜ୍ୟ ସରକାର୫-ଟି ଉପକ୍ରମରେ ରୂପାନ୍ତର କରିଛନ୍ତି।ସ୍ମାର୍ଟ ସ୍କୁଲ କରିଛନ୍ତି।
ସେହିଭଳି କେନ୍ଦ୍ରମନ୍ତ୍ରୀ ସବୁବେଳେ କହୁଛନ୍ତି ଯେ, ଏ ଅଂଚଳର ଲୋକ କାମ ଧନ୍ଦା ପାଇଁ ବାହାରକୁ ଯାଉଛନ୍ତି।ସେ ନିଜେ ଦକ୍ଷତା ବିକାଶ ବିଭାଗର ମନ୍ତ୍ରୀ ଅଛନ୍ତି।ଚାହିଁଥିଲେ ଏ ଅଂଚଳର ସବୁ ବ୍ଲକରେ ଦକ୍ଷତା ବିକାଶ କେନ୍ଦ୍ର ପ୍ରତିଷ୍ଠା କରି ପାରିଥାନ୍ତେ।ଏ ଅଞ୍ଚଳରେ ଏମସିଏଲ, ଏନଟିପିସି, ନାଲକୋ ଭଳି ସଂସ୍ଥା ରହିଛି।ଦକ୍ଷତା ବିକାଶ ହୋଇଥିଲେ ଅନୁଗୁଳ, ଢେଙ୍କାନାଳ, ସୁନ୍ଦରଗଡ ଆଦି ଅଂଚଳର ଯୁବ ପିଢି ଭଲଭଲ ଚାକିରି ପାଇ ପାରିଥାନ୍ତେ।ମାତ୍ର ସେ କାହିଁକି ଏଠାରେ ଦକ୍ଷତା ବିକାଶ କେନ୍ଦ୍ର ପ୍ରତିଷ୍ଠା କଲେ ନାହିଁ ?
ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ତୃତୀୟ ପ୍ରଶ୍ନଥିଲା୫୫ ନମ୍ବର ଜାତୀୟ ରାଜପଥକୁ ନେଇ।କଟକରୁ ଅନୁଗୁଳ ଦେଇ ସମ୍ବଲପୁର ଯିବା ପାଇଁ ରହିଥିବା ୫୫ ନମ୍ବର ଜାତୀୟ ରାଜପଥ ଏମିତି ବିପଦ ଜନକ ହୋଇଛି ଯେ, ପ୍ରତିଦିନ ଦୁର୍ଘଟଣାରେ ଲୋକେ ପ୍ରାଣ ହରାଉଛନ୍ତି।ତଥାପି ବର୍ଷବର୍ଷ ଧରି ଠିକ ହୋଇପାରୁନି ରାସ୍ତା।ଓଡ଼ିଶା ଭିତରେ ସବୁ ରାସ୍ତା ଭଲ।ଏପରିକି ଓଡ଼ିଶା ଭିତରେ ଥିବା ଭାରତ ସରକାରଙ୍କର ସବୁରାସ୍ତା ମଧ୍ୟ ଭଲ।କିନ୍ତୁ କେବଳ ଧର୍ମେନ୍ଦ୍ର ବାବୁଙ୍କ ଅଂଚଳ ଦେଇ ଯାଇଥିବା ଏହି ଗୋଟିଏ ଜାତୀୟରାଜ ପଥ କାହିଁକି ଅବହେଳିତ? ସାତ ଆଠ ବର୍ଷ ହେଲା ୫୫ ନମ୍ବର ଜାତୀୟ ରାଜପଥର କାମ ଚାଲିଛି।କେବେ କାମ ସରିବ ତାହା କାହାକୁ ଜଣା ନାହିଁ।ଯଦି ଜିଲ୍ଲାପାଳ ମାନେ ରାସ୍ତା ଠିକ କରିଦେଇ ପାରୁଛନ୍ତି ତାହେଲେ କେନ୍ଦ୍ରମନ୍ତ୍ରୀ କାହିଁକି ଏହା କରିପାରୁ ନାହାନ୍ତି ବୋଲି ଶ୍ରୀ ପାଣ୍ଡିଆନ ପ୍ରଶ୍ନ କରି ଧର୍ମେନ୍ଦ୍ର ପ୍ରଧାନଙ୍କୁ ଘାଇଲା କରିଥିଲେ।
ଅନୁଗୁଳ ଓ ଢେଙ୍କାନାଳ ଗସ୍ତରେ ଯାଇ ଶ୍ରୀ ପାଣ୍ଡିଆନ ଆଜି ପ୍ରଥମେ ଗଡ଼ସନ୍ତ୍ରୀ ଠାରେ ଥିବା ମା ଲୋଭୀ ଠାକୁରାଣୀଙ୍କ ଦର୍ଶନ କରିଥିଲେ।ଏହାପରେ ସେଠାରେ ଅନୁଷ୍ଠିତ ସାଧାରଣ ସଭାରେ ଜୟ ଜଗନ୍ନାଥ ଓ ଜୟ ମାହିଙ୍ଗୁଳା କହି ତାଙ୍କ ଅଭିଭାଷଣ ଆରମ୍ଭ କରିଥିଲେ।ଶ୍ରୀ ପାଣ୍ଡିଆନ କହିଥିଲେ ଯେ ଗତ ବର୍ଷେ ଭିତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ବାବୁ ୪୦ଥର ଅନୁଗୁଳ ଜିଲ୍ଲା ଆସିଛନ୍ତି।ପ୍ରତିଥର ଟିକିଏ ଟିକିଏ ବିକାଶ ମୂଳକ କାର୍ୟ୍ୟ ହାତକୁ ନେଇଥିଲେ ଅନୁଗୁଳର ପ୍ରଭୂତ ବିକାଶ ହୋଇ ପାରିଥାନ୍ତା।କିନ୍ତୁ ସେ ତାହା କରି ନାହାନ୍ତି। ଅପରପକ୍ଷରେ ଶ୍ରୀ ପାଣ୍ଡିଆନ ଜୁନ ମାସରେ ଥରଟିଏ ଅନୁଗୁଳ ଜିଲ୍ଲା ଆସିଥିଲେ।ତାପରେ୧୦୦କୋଟି ଟଙ୍କା ଅନୁଗୁଳ ନିର୍ବାଚନ ନମଣ୍ଡଳୀକୁ ପ୍ରଦାନ କରାଯାଇଛି ବୋଲି ପାଣ୍ଡିଆନ କହିଥିଲେ।
ରାଜନୀତିରେ ତାଙ୍କର ଦୀର୍ଘ ଅନୁଭୂତି ନାହିଁ, କେନ୍ଦ୍ରମନ୍ତ୍ରୀଙ୍କୁ ପରାମର୍ଶ ଦେବାଭଳି ଯୋଗ୍ୟତା ମଧ୍ୟ ତାଙ୍କର ନାହିଁ।କେବଳ ସେ ବିନମ୍ରତାର ସହ ଅନୁରୋଧ କରି ପାରିବେ ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ।ନିଜ ଅଂଚଳ ପାଇଁନିଜର କର୍ତ୍ତବ୍ୟ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆତ୍ମସମୀକ୍ଷା କରନ୍ତୁ ବୋଲି କାର୍ତ୍ତିକ ପାଣ୍ଡିଆନ ଗଡ଼ସନ୍ତ୍ରୀ ଠାରେଆହ୍ୱାନ ଦେଇଥିଲେ।
ଗତ କା ଲିଧାମନଗର ଠାରେ ମଧ୍ୟ କାର୍ତ୍ତିକ ପାଣ୍ଡିଆନ ଦେଇଥିବା ବିବୃତି ଓ ପ୍ରଶ୍ନ ଆଜି ଗଡ଼ସନ୍ତ୍ରୀ ଠାରେ ଦୋହରାଇ ଥିଲେ।କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଧାମନଗର ଉପନିର୍ବାଚନ ବେଳେ ୫ଥର ପ୍ରଚାରରେ ଯାଇଥିଲେ ।ସେଠାରେ ତାଙ୍କ ପ୍ରାର୍ଥୀ ବିଜୟୀ ହେବା ପରେ ଥରୁଟିଏବି ଧାମନଗର ଗଲେ ନାହିଁ କି ଧାମନଗର ବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ରକ୍ଷା କଲେ ନାହିଁ।
ବଡ଼ସହରରପିଲାଙ୍କଭଳିଏହିଅଞ୍ଚଳରପିଲାବିପାଠପଢିବେ।ଖମାରକଲେଜରୂପାନ୍ତରଣପାଇଁ୫କୋଟିଟଙ୍କାମଂଜୁରକରାଯାଇଛି।ଫେବ୍ରୁଆରୀରେଅନୁଗୁଳରେଲକ୍ଷ୍ମୀଯୋଜନାରଶୁଭାରମ୍ଭକରାଯିବ।ଫେବ୍ରୁଆରୀସୁଦ୍ଧାଜିଲ୍ଲାରସବୁପଞ୍ଚାୟତରେମିଳିବବ୍ୟାଙ୍କସୁବିଧା।ପ୍ରତିପଞ୍ଚାୟତରେଥିବାଜଗନ୍ନାଥମନ୍ଦିରରଉନ୍ନତିପାଇଁମଧ୍ୟଟଙ୍କାଦିଆଯାଇଛି।
ଢେଙ୍କାନାଳପରଜଙ୍ଗରେମଧ୍ୟକେନ୍ଦ୍ରମନ୍ତ୍ରୀଧର୍ମେନ୍ଦ୍ରପ୍ରଧାନଙ୍କୁଟାର୍ଗେଟ୍କରିଥିଲେଫାଇଭଟିଓନବୀନଓଡ଼ିଶାଅଧ୍ୟକ୍ଷକାର୍ତ୍ତିକପାଣ୍ଡିଆନ।ପୁଣିଥରେ୩ଟିପ୍ରସଙ୍ଗକୁନେଇସିଧାସଳଖପ୍ରଶ୍ନକରିଥିଲେ।ଧର୍ମେନ୍ଦ୍ରବାବୁଙ୍କୁଲକ୍ଷ୍ୟକରିପାଣ୍ଡିଆନକହିଥିଲେଯେ, ଆପଣମାଟିପାଇଁଧ୍ୟାନଦିଅନ୍ତୁ।ନିଜଘରକୁକେବେବିଭୁଲିବେନି।ଆପଣଚେଷ୍ଟାକଲେମୁଖ୍ୟମନ୍ତ୍ରୀସବୁସହାୟତାକରିବେ।ଲୋକେସବୁମନେରଖିବେକାହାହାତରେକେତେକ୍ଷମତାରହିଛି।ଆପଣବଡ଼କ୍ଷମତାରେଅଛନ୍ତି।ଆପଣପିଲାଙ୍କପାଇଁକାହିଁକିକିଛିକରୁନାହାନ୍ତି ?ଢେଙ୍କାନାଳବାସୀକେଉଁପାପକଲେବୋଲିପଚାରିଥିଲେପଣ୍ଡିଆନ।
ଏହିଅବସରରେବିଭିନ୍ନଉନ୍ନୟନମୂଳକକାର୍ୟ୍ୟସଂପର୍କରେସୂଚନାଦେଇଶ୍ରୀପାଣ୍ଡିଆନକହିଥିଲେଯେବର୍ଷକମଧ୍ୟରେସେଏଠାକୁଦୁଇଥରଆସିଛିନ୍ତି।ଜୁଲାଇ୧୨ରେପ୍ରଥମେଆସିଥିଲେ।୫୨୬ଦରଖାସ୍ତପାଇଥିଲେ।ସେଥିମଧ୍ୟରୁ୪୫୦ଦରଖାସ୍ତରସମାଧାନହୋଇଛି।ଅଂଚଳରବିକାଶଲାଗିହଜାରେକୋଟିଟଙ୍କାଅନୁମୋଦନକରିଛନ୍ତିମୁଖ୍ୟମନ୍ତ୍ରୀ।ସୁକାଟିନିପାଖରେଆଡିବନ୍ଧନିର୍ମାଣଲାଗି୯୦୦କୋଟିଅନୁମୋଦନକରିଛନ୍ତି।ସେହିପରିଲୋଭୋଲଟେଜ୍ସମସ୍ୟାଦୂରକରିବାକୁଦୁଇଟିସବଷ୍ଟେସନନିର୍ମାଣହବ।ଜହ୍ନପଡ଼ାପାଖରେହେବାକୁଥିବାସବଷ୍ଟେସନଲାଗି୫୦କୋଟିମଂଜୁରହୋଇଛି।ମୁକ୍ତାପଶିପାଖରେଆଉଏକସବଷ୍ଟେସନଲାଗି୧୨କୋଟିମଂଜୁରହୋଇଛି।
ଅଷ୍ଟଶମ୍ଭୁମନ୍ଦିରରଉନ୍ନତିଲାଗି୨କୋଟି୨୦ଲକ୍ଷମଂଜୁରହୋଇଛି।ଜିଲ୍ଲାରେ୬ମାସମଧ୍ୟରେସବୁସ୍କୁଲ,ଉଚ୍ଚମାଧ୍ୟମିକସ୍କୁଲଓକଲେଜରରୂପାନ୍ତରଣସରିବ।ପରଜଙ୍ଗପିଲାମଧ୍ୟଭଲସ୍କୁଲରପାଠପଢିବେ।ଏଠାକାରଲୋକଙ୍କସ୍ବପ୍ନସାକାରହେଲେନୂଆଓଡ଼ିଶାଗଠନହେବବୋଲିକହିଥିଲେ୫-ଟିଓନବୀନଓଡ଼ିଶାଅଧ୍ୟକ୍ଷକାର୍ତ୍ତିକପାଣ୍ଡିଆନ।