Odisha news

ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ଆସିଲେ, ବାଣ୍ଟିଲେ ଓ ଆର୍ଶୀବାଦ ଭିକ୍ଷା ନିବେଦନ କଲେ

ହାତ ଗଣତି ଲୋକ କେବଳ ଡ୍ରାମା କରୁଛନ୍ତି - ବାହିନୀପତି

0
ଆନ୍ଧ୍ର ପ୍ରଦେଶର ଉପମୂଖ୍ୟମନ୍ତ୍ରୀ ପି. ରାଜନ୍ନା ଦୋରା କୋଟିଆ ଗ୍ରାମପୁଞ୍ଜ ଗସ୍ତ କରି ମୂଖ୍ୟମନ୍ତ୍ରୀଙ୍କୁ ଆର୍ଶୀବାଦ ଦେବା ନିମନ୍ତେ  ଲୋକମାନଙ୍କୁ ନିବେଦନ କରିଥିବା ଜଣାପଡିଛି। କୋଟିଆ ଗ୍ରାମପୁଞ୍ଜର ତାଡିବାଲସା ଗ୍ରାମ ଗସ୍ତ କରିଥିଲେ। ଆନ୍ଧ୍ର ସରକାରଙ୍କ ୩ ବର୍ଷ ପୂର୍ତ୍ତି ଉପଲକ୍ଷେ ଲୋକମାନଙ୍କୁ ଏକାଠି କରି ଯୋଜନା ଉପରେ ସଚେତନ କରିଥିଲେ। ପେନସନ, ବୀମା, ଆମା ଭାଡି ଓ  ରାଇତୁ ଭରସା  ଯୋଜନା ହିତାଧିକାରୀଙ୍କୁ ୩ ଲକ୍ଷ ୩୮ ହଜାର ଟଙ୍କା ପ୍ରଦାନ କରିଥିଲେ।
ଓଡିଶା ସରକାରଙ୍କ ତରଫରୁ ହିତାଧିକାରୀମାନେ ସମସ୍ତ ଯୋଜନାରେ ସାମିଲ ହୋଇଛନ୍ତି। କିନ୍ତୁ ଓଡ଼ିଶା ମାଟିରେ ଆନ୍ଧ୍ର ନେତା ଓ ଅଧିକାରୀମାନେ ଅନୁପ୍ରବେଶ କରି ଲୋକମାନଙ୍କୁ ନିଜ ଆଡକୁ ନେବାକୁ ଯେଉଁ ଚେଷ୍ଟା ଚଳାଇଛନ୍ତି ତାହାକୁ ଓଡିଶା ରାଜ୍ୟ ସରକାରଙ୍କ ତରଫରୁ ବିରୋଧ କରାଯିବାର ଆବଶ୍ୟକତା ରହିଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।ରାଜ୍ୟ ସରକାରଙ୍କ ମନ୍ତ୍ରୀ କିମ୍ବା ସଚିବ କେବେ କୋଟିଆ ଆସିବେ ,ଓଡ଼ିଶା ସରକାର ତଥା ମୁଖ୍ୟମନ୍ତ୍ରୀଙ୍କ ବିକାଶ ଉପରେ କହିବେ ତାହା ଦେଖିବାକୁ ବାକି ରହିଲା।
ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀଙ୍କ କୋଟିଆ ଗ୍ରାମପୁଞ୍ଜ ଗସ୍ତକୁ ନେଇ   ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଓ ପଟ୍ଟାଙ୍ଗୀ ବିଧାୟକ ପୀତମ ପାଢୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।ଅନେକ ବାର ଆନ୍ଧ୍ର ମନ୍ତ୍ରୀ ଓ ନେତା କୋଟିଆ ଗ୍ରାମପୁଞ୍ଜରେ ଅନୁପ୍ରବେଶ କରି ଲୋକଙ୍କୁ ନିଜ ଆଡକୁ ନେବାକୁ ଚେଷ୍ଟା କରିଛନ୍ତି କିନ୍ତୁ ସବୁ ଚେଷ୍ଟା ଫେଲ ମାରିଥିବା ପଟ୍ଟାଙ୍ଗୀ ବିଧାୟକ ପୀତମ ପାଢୀ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ହୁଅନ୍ତୁ କିମ୍ବା ଉପ ମୁଖ୍ୟମନ୍ତ୍ରୀ ହୁଅନ୍ତୁ ଯିଏ ଆସିଲେ ବି ଫରକ ପଡିବ ନାହିଁ ବୋଲି ସେ ସୂଚନା ଦେଇଛନ୍ତି। କୋଟିଆ ଓଡ଼ିଶାର ରହିଛି ଓ ରହିଥିବ ବୋଲି ସେ ପ୍ରକାଶ କରିଛନ୍ତି।
ଆନ୍ଧ୍ର ପ୍ରଦେଶ ନିର୍ବାଚନ ରେ କେତେ ଲୋକ ଭୋଟ ଦେଲେ ଓ ଓଡିଶା ନିର୍ବାଚନରେ କେତେ ଲୋକ ଭୋଟ ଦେଲେ ତାହା ଆନ୍ଧ୍ର ନେତାମାନେ ଭଲ ଭାବରେ ଜାଣିଛନ୍ତି ବୋଲି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ପ୍ରକାଶ କରିଛନ୍ତି।ଲୋକେ ଓଡ଼ିଶାରେ ରହିବାକୁ ଚାହୁଁଛନ୍ତି ଓ ହାତଗଣତି ଲୋକ ଡ୍ରାମା କରୁଛନ୍ତି ବୋଲି ସେ ସୂଚନା ଦେଇଛନ୍ତି। କୋଟିଆ ଓଡିଶାର ରହିଛି କେହି ବି ଛଡାଇ ନେଇ ଯାଇ ପାରିବେ ନାହିଁ ବୋଲି ସେ ପ୍ରକାଶ କରିଛନ୍ତି। ଠିକ ସମୟରେ ଆନ୍ଧ୍ରକୁ ଉଚିତ ଜବାବ ଦିଆଯିବ ବୋଲି ସେ ପ୍ରକାଶ କରିବା ସହ ବିଧାନସଭାରେ ଏ ସମ୍ପର୍କରେ ଉପସ୍ଥାପନା କରାଯିବ ବୋଲି ସେ ସୂଚନା ଦେଇଛନ୍ତି। କୋଟିଆକୁ ବିଧାୟକମାନେ ଯାଇ  ପରିସ୍ଥିତି ତଦାରଖ କରିବେ ବୋଲି କୋରାପୁଟ ଗସ୍ତରେ ଥିବା ଷ୍ଟିଲ ଓ ମାଇନସ ଏବଂ ନିର୍ମାଣ ବିଭାଗ ମନ୍ତ୍ରୀ  ପ୍ରଫୁଲ୍ଲ କୁମାର ମଲ୍ଲିକ ପ୍ରକାଶ କରିଛନ୍ତି।
Nalco
Leave A Reply