ଆନନ୍ଦପୁର :ଆନନ୍ଦପୁର ଅଞ୍ଚଳର ଅଗ୍ରଣି ସ୍ବେଚ୍ଛାସେବୀ ସଂଗଠନ ଯାହାକି ମାତ୍ର ଦୁଇବର୍ଷ ମଧ୍ୟରେ ସମଗ୍ର ରାଜ୍ୟରେ ପକୃତି ସଂସ୍କୃତି ଓ ମାନବିକତା ଅଧିକାର ସୁରକ୍ଷା ଓ ଗରିବ ଅସହାୟ ବ୍ୟକ୍ତିଙ୍କ ସହାରା ,ରକ୍ତଦାନ, ମେଡ଼ିକାଲ କ୍ଷେତ୍ରରେ କାର୍ଯ୍ୟ କରି ଆଜି ଅନେକ ନାମ ଅର୍ଜନ କରିପାରିଛନ୍ତି l ବିଶ୍ୱ ମହାମରୀ କରୋନା ସମୟରେ ଉକ୍ତ ସଂଗଠନ ପକ୍ଷରୁ ଅସହାୟ ଗରିବ ଓ ନିଃସହାୟ ବ୍ୟକ୍ତିଙ୍କ ପାଇଁ ଦେବଦୂତ ସାଜି ସ୍ବେଚ୍ଛାସେବୀ ବ୍ୟକ୍ତି ବିଶେଷଙ୍କର ସହଯୋଗରେ ଖାଦ୍ୟ, ବସ୍ତ୍ର ସହ ସୁରକ୍ଷିତ ଭାବରେ ବାସସ୍ଥାନରେ ପହଞ୍ଚାଇବାର ଯଥାସମ୍ଭବ ସୁବ୍ୟବ୍ୟସ୍ଥା କରିଆସୁଛନ୍ତି । ତତସହିତ ଓଡ଼ିଶାର ଅନେକ ସ୍ବେଚ୍ଛାସେବୀ ସଂଗଠନ ବିଭିନ୍ନ ସମୟରେ ଅସହାୟ ସମୟରେ ଲୋକମାନଙ୍କୁ ସହାୟ ହେଉଥିବା ସ୍ବେଚ୍ଛାସେବୀ ଯୁବକ ଯୁବତୀ ମାନେ ଦେବଦୂତ ସାଜି ପ୍ରତେକ କ୍ଷେତ୍ରରେ ସାହାଯ୍ୟ କରି ଆସୁଛନ୍ତି । ଏଥିପାଇଁ ଆଜି ମା ମଙ୍ଗଳା ସ୍ବେଚ୍ଛାସେବୀ ସଂଗଠନର ପ୍ରଥମ ବାର୍ଷିକ ଉତ୍ସବ ଉପଲକ୍ଷେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ସେବା ସଂଗଠନ ମାନଙ୍କୁ ଉତ୍ସାହିତ କରିବା ପାଇଁ ସମ୍ମାନିତ କରାଯାଇଛି lଏଥିସହିତ ଆନନ୍ଦପୁର ଅଞ୍ଚଳର ସାମ୍ବାଦିକ ବନ୍ଧୁ ମାନେ ନିଷ୍ଠାପର ଭାବେ କାଯ୍ୟ କରୁଥିବାରୁ ସମସ୍ତ ସାମ୍ବାଦିକଙ୍କୁ ସମ୍ନାନିତ କରାଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଆନନ୍ଦପୁର ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଅନୀଲ କୁମାର ସେଠୀ ଯୋଗଦେବା ସହ ସମ୍ନାନିତ ଅତିଥି ଦିଲ୍ଲୀ ଓଡ଼ିଆ ସମାଜ ଏବଂ ସୁଯ୍ୟକ୍ଷେତ୍ର ଫାଉଣ୍ଡେସନର ସଭାପତି ବିପିନ ବିହାରୀ ମିଶ୍ର ,ରବୀନ୍ଦ୍ର ନାଥ ରାଉତରାୟ ଓ ଆନନ୍ଦପୁର ବନଖଣ୍ଡ ଫରେଷ୍ଟର ମଳୟ କୁମାର ସାହୁ ଏବଂ ଘଷିପୁରା ଥାନା ଅଧିକାରୀ ବିକ୍ରମ ଭୁଇଁଆ,ମୁଖ୍ୟ ବକ୍ତା ଏବଂ ମୁଖ୍ୟବକ୍ତା ଭାବେ ଆଇନିଜୀବୀ ବିଚିତ୍ର ଚକ୍ର,ରାଜ୍ୟ ସମାଜସେବୀ ସଂଘ ସଭାପତି ନରୋତ୍ତମ ଦାଶ ,ଶାଳପଡା ଓମ୍ଫେଡ଼ ଯିଏମ ,ଆଇଟିଆଇ ଅଧ୍ୟକ୍ଷ ପ୍ରମୋଦ କୁମାର ସାହୁ,ଘଷିପୁରା ଅଗ୍ନିଶ୍ରମ ଅଧିକାରୀ ମଲ୍ଲିକ ସାର ଏବଂ ଅନେକ ବରିଷ୍ଠ ଅଧିକାରୀ ମାନେ ଯୋଗଦାନ କରିଥିଲେ । ଉକ୍ତ ସଭାରେ ମା ମଙ୍ଗଳା ସେବା ସଂଗଠନର ଫାଉଣ୍ଡର ହରିହର ଓଝା ଏବଂ ସଭାପତି ,ସମ୍ପାଦକ,କୋଷାଧ୍ୟକ୍ଷ ଓ ସମସ୍ତ ସଦସ୍ୟ ମାନେ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳାରେ ସମ୍ପୂର୍ଣ୍ଣ ସହଯୋଗ କରି ଓଡ଼ିଶାର କୋଣ ଅନୁକୋଣରୁ ଆସିଥିବା ୧୬୦ଟି ସ୍ୱେଚ୍ଛାସେବୀ ସଂଗଠନକୁ ମାନପତ୍ର ସହ ସମ୍ନାନିତ କରିଥିଲେ ।ଏଭଳି କାଯ୍ୟକ୍ରମ ପାଇଁ ଅତିଥି ମାନେ ବହୁ ପ୍ରଶଂସା କରିବା ସହ ମା ମଙ୍ଗଳା ସଂଗଠନକୁ ଧନ୍ୟବାଦ ଜଣାଇଥିଲେ ।।