Odisha news

ଦୁଗ୍ଧ ବ୍ୟବସାୟରୁ ରାଜ୍ୟର ମୁଖ୍ୟମନ୍ତ୍ରୀ : ସୁଖବିନ୍ଦର ସିଂହ ସୁଖୁ

0

ମଣିଷ ଜୀବନ ରେ ଅନେକ ପରିବର୍ତନ ଆସିଥାଏ , ଯାହା ତାକୁ ଗୋଟିଏ ନୂଆ ଦିଗର ଅନ୍ୱେଷଣ କରାଇଥାଏ l ସେହିଭଳି କିଛି ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ହେଉଛନ୍ତି ହିମାଚଳପ୍ରଦେଶ ର ନୂତନ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ , ଯାହାଙ୍କୁ ନେଇ ଆଜି ଖୁବ ଚର୍ଚା ଚାଲିଛି l  ସେ ବର୍ତମାନ ହିମାଚଳପ୍ରଦେଶର ୧୫ତମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି l ଏହି ଶପଥ ଗ୍ରହଣ ସମାରୋହ ରେ ରାହୁଲ ଗାନ୍ଧୀ ଓ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ପାର୍ଟିର ଅନେକ ବଡ ନେତା ଉପସ୍ଥିତ ଥିଲେ l

ସବୁଠୁ ବିଶେଷ କଥାଟି ହେଲା ଆଜି ପର୍ଯ୍ୟନ୍ତ ହିମାଚଳପ୍ରଦେଶ ରେ କୌଣସି ମୁଖ୍ୟମନ୍ତ୍ରୀ ଙ୍କର ନିଶ ନଥିଲା, କିନ୍ତୁ ପ୍ରଥମଥର ପାଇଁ ହିମାଚଳପ୍ରଦେଶ ରେ ନିଶ ରଖିଥିବା ସୁଖବିନ୍ଦର ସିଂହ ମୁଖ୍ୟମନ୍ତ୍ରୀ ହୋଇଛନ୍ତି l ପୂର୍ବରୁ ଅନ୍ଧ ବିଶ୍ୱାସ ରହିଥିଲା ଯେ ଯାହାର ନିଶ ନଥିବ ସେ ମୁଖ୍ୟମନ୍ତ୍ରୀ ପଦବୀ ଲାଭ କରିପାଇବ , କାହିଁକି ନା ହିମାଚଳପ୍ରଦେଶ ର ପୂର୍ବ ମୁଖ୍ୟମନ୍ତ୍ରୀ ଡକ୍ଟର ଯଶବନ୍ତ ସିଂ ପରମାର, ରାମ ଲାଲ ଠାକୁର, ବୀରଭଦ୍ର ସିଂ, ଶାନ୍ତl କୁମାର ଓ ପ୍ରଫେସର ପ୍ରେମ କୁମାର ଧୁମଲ ଙ୍କର ନିଶ ନଥିଲା l ୨୦୧୭ ରେ ମୁଖ୍ୟମନ୍ତ୍ରୀ ହେବ ପରେ ଜୟରାମ ଠାକୁର ନିଜର ନିଶ କାଟି ଦେଇଥିଲେ l  ଅନ୍ୟ ବିଜେପି ନେତାମାନେ ମଧ୍ୟ ଏହି ଅନ୍ଧବିଶ୍ୱାସ କୁ ଏଭଳି ବିଶ୍ୱାସ କରୁଥିଲେ ମୁଖ୍ୟମନ୍ତ୍ରୀ ହେବା ଇଛାରେ ନିଶ କାଟି ଦେଉଥିଲେ l

ତେଣୁ ସୁଖବିନ୍ଦର ସିଂହ ନିଜର ନିଶ କୁ ନେଇ ବେଶ ଚର୍ଚାରେ l

କିଏ ସୁଖବିନ୍ଦର ସିଂହ ସୁଖୁ ?
ସୁଖବିନ୍ଦର ସିଂହ ଙ୍କ ଜନ୍ମ ୨୬ ମାର୍ଚ୍ଚ,୧୯୬୪ ଦିନ ହମିରପୁର ଜିଲ୍ଲାର ନାଦୌନ ତହସିଲ ର ସେରା ଗ୍ରାମରେ ଜନ୍ମ ନେଇଥିଲେ l  ତାଙ୍କ ପିତା ରସିଲ ସିଂହ ହିମାଚଳ ପରିବହନ ନିଗମରେ ଡ୍ରାଇଭର ଭାବରେ କାର୍ଯ୍ୟରତ ଥିଲେ l  ନିଜେ ସୁଖବିନ୍ଦର ସିଂହ ନିଜର ପ୍ରାରମ୍ଭିକ ଜୀବନ ରେ ବିଭିନ୍ନ ଦୁଗ୍ଧ କାଉଣ୍ଟର ରେ ଦୁଗ୍ଧ ବ୍ୟବସାୟ କରୁଥିଲେ l  ୧୯୮୧ ରେ ଏକାଦଶ ଶ୍ରେଣୀରେ ନିଜର କ୍ଲାସ ର ମନିଟର ଭାବରେ ଚୟନ ହୋଇଥିଲେ l  ସେତେବେଳେ ସେ ସରକାରୀ କଲେଜ ସିମ୍ଲା ରେ ଶିକ୍ଷା ଗ୍ରହଣ କରୁଥିଲେ l  ଏହାପରେ ସେ ହିମାଚଳପ୍ରଦେଶ ର ବିଶ୍ୱବିଦ୍ୟାଳୟ ରୁ ପୋଷ୍ଟ ଗ୍ରାଜୁଏସନ ଡିଗ୍ରୀ ଗ୍ରହଣ କରିଥିଲେ l  ଏହାପରେ LLB ପଢିଥିଲେ, ସି ନିଜର ରାଜନୈତିକ ଜୀବନ ଗୋଟିଏ ଛାତ୍ର ନେତା ଭାବରେ ଆରମ୍ଭ କରିଥିଲେ l  କଲେଜ ରେ ଛାତ୍ର ସଂଘର ମହାସଚିବ ଓ ଅଧ୍ୟକ୍ଷ ପଦବୀରେ ରହିବ ପରେ , ୧୯୮୯ ରୁ ୧୯୯୫ ମଧ୍ୟରେ ସେ କଂଗ୍ରେସ ପାର୍ଟି ର ଛାତ୍ର ସଂଗଠନ ର ଅଧକ୍ଷ ମଧ୍ୟ ରହିଥିଲେ l

ଏହାପରେ ସେ ପଛକୁ ଆଉ ଚାହିଁ ନାହାନ୍ତି, ୧୯୯୯ ରୁ ୨୦୦୮ ପର୍ଯ୍ୟନ୍ତ କଂଗ୍ରେସ ର ପ୍ରମୁଖ ଭାବରେ ରହିଲେ l  ୨ଥର ସେ ନଗର ନିଗମ ମୁଖ୍ୟ ଭାବରେ ବିଜୟ ଲାଭ କରିଛନ୍ତି l ନିଜ ଜୀବନ ର  ଛୋଟ ଛୋଟ ସିଢି ଚଢି ସେ ୨୦୧୩ ରେ ହିମାଚଳ ପ୍ରଦେଶ କଂଗ୍ରେସ ର ମୁଖ୍ୟ ହୋଇଥିଲେ l  ସେ ଏହି ପଦବୀରେ ୨୦୧୯ ପର୍ଯ୍ୟନ୍ତ ରହିଲେ l  ୫୮ ବର୍ଷୀୟ ସୁଖବିନ୍ଦର ସିଂହ ସୁକୁ ୪ଥର ହିମାଚଳ ପ୍ରଦେଶର ବିଧାୟକ ଭାବରେ ନିର୍ବାଚିତ ହୋଇ ସାରିଛନ୍ତି l

ହିମାଚଳପ୍ରଦେଶ ବିଧାନସଭା ମତଦାନରେ କଂଗ୍ରେସ ପାର୍ଟ ରାଜ୍ୟର ୬୮ ତମ ବିଧାନସଭା ସିଟ ରେ ୪୦ ଟି ସିଟ ରେ ବିଜୟ ହାସଲ କରିଛି l  ଏଠାରେ ଭାଜପା କୁ ୨୫ଟି ସିଟ ମିଳିଥିବା ବେଳେ , କଂଗ୍ରେସ ନିଜର ପ୍ରତିଦ୍ବନ୍ଦୀ ଭାଜପା ନିକଟରୁ ମାତ୍ର ୩୭,୯୭୪ ଭୋଟ ରେ ବିଜୟ ଲାଭ କରି ହିମାଚଳ ରେ ସରକାର ଗଢିବାରେ ସକ୍ଷମ ହୋଇଛି l

ପରିବାରଙ୍କ ଜୀବନ –
ସୁଖବିନ୍ଦର ସିଂହ ୧୧ ଜୁନ ୧୯୯୮ ରେ କମଲେସ ଠାକୁର ଙ୍କୁ ବିବାହ କରିଥିଲେ , ଉଭୟଙ୍କ ର ୨ଟି କନ୍ୟା ସନ୍ତାନ ଅଛନ୍ତି l କମଲେଶ ଜଣେ ଗୃହିଣୀ ଅଟନ୍ତି, ବର୍ତମାନ ସୁଖବିନ୍ଦରଙ୍କ ଉଭୟ କନ୍ୟା ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଶିକ୍ଷା ଗ୍ରହଣ କରୁଛନ୍ତି l

Govt
Leave A Reply