ଆନନ୍ଦପୁର ପୌର ପରିଷଦର ନିର୍ବାଚିତ ପ୍ରତିନିଧିମାନେ ଜିଲ୍ଲା ପ୍ରଶାସନର ଆନନ୍ଦପୁର ପୌର ପାଳିକା ପ୍ରତି ଅବହେଳା ଓ ବୈମାତୃକ ମନୋଭାବ ନେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି
ନିର୍ବାଚିତ ପ୍ରତିନିଧି ମାନେ କେନ୍ଦୁଝର ଜିଲ୍ଲାପାଳଙ୍କୁ ସାକ୍ଷାତ କରିବାକୁ ଯାଇଥିଲେ ମଧ୍ୟ ଜିଲ୍ଲାପାଳ ନିର୍ବାଚିତ ପ୍ରତିନିଧି ମାନଙ୍କୁ ସାକ୍ଷାତ କରିନଥିବା ବେଳେ ଆନନ୍ଦପୁର ପୌର ପାଳିକାରେ ବିଭିନ୍ନ ବିଭାଗରେ କର୍ମଚାରୀଙ୍କ ଅଭାବ ଏବଂ ବଦଳି ହୋଇଥିବା କର୍ମଚାରୀଙ୍କ ସ୍ଥାନରେ ନୂତନ କର୍ମଚାରୀ ଯୋଗ ନଦେବା ଓ ଅବସର ହୋଇଥିବା କର୍ମଚାରୀଙ୍କ ବଦଳରେ ନୂତନ କର୍ମଚାରୀ ନିଯୁକ୍ତି ନକରିବା ଦାବି ନେଇ ଶାସକ ବିଜେଡି ଓ ବିଜେପିର ନିର୍ବାଚିତ ପ୍ରତିନିଧି ମାନେ ଧାରଣାରେ ବସିବା ସହିତ ତୁରନ୍ତ ଆନନ୍ଦପୁର ପୌର ପାଳିକା ପ୍ରତି ହୋଇଥିବା ଅବହେଳାକୁ ଯଦି ସମାଧାନ ନକରାଯାଏ ଏହି ଆନ୍ଦୋଳନ ଜାରି ରହିବ ବୋଲି ନିର୍ବାଚିତ ବିଜେପି ଓ ବିଜେଡିର କାଉନସିଲର ମାନେ ଗଣମାଧ୍ୟମଙ୍କ ନିକଟରେ ପ୍ରକାଶ କରିଛନ୍ତି
ଆଗାମୀ ଦିନରେ ଏହି ଆନ୍ଦୋଳନରେ ଆନନ୍ଦପୁରର ସାଧାରଣ ଜନତା ସାମିଲ ହେବା ସହ ଜିଲ୍ଲା ପ୍ରଶାସନକୁ ଉଚିତ ଜବାବ ଦେବେ ବୋଲି ନିର୍ବାଚିତ ପ୍ରତିନିଧି ମାନେ ପ୍ରକାଶ କରିଛନ୍ତି ll ଆଜିର ଏହି ଆନ୍ଦୋଳନରେ ଉପ-ନଗରପାଳ ଦୁର୍ଗା ଚରଣ ଦଳେଇ, କାଉନସିଲର କୃଷ୍ଣ ଚନ୍ଦ୍ର ରଣା, ସନତ କର, ଜୟନ୍ତୀ ବେହେରା, ସୁପ୍ରିୟା ମିଶ୍ର, ରଶ୍ମିତା ବାରି, ସୁରେନ୍ଦ୍ର ଦାସ, ସମ୍ବିତ କୁମାର ଦାସ, ଲଷ୍ମୀଧର ଦେହୁରୀ, ଜ୍ୟୋସ୍ନା ରାଣୀ ଖୁଣ୍ଟିଆ, ଉର୍ବଶୀ ସାହୁ, ଲିନା ରାଣୀ ସାହୁ, ମଣିଲତା ରାମ ପ୍ରମୁଖ ଧାରଣାରେ ବସିଥିବା ଦେଖିବାକୁ ମିଳିଛି ll
