Odisha news

ନାଟ୍ୟକାର ସ୍ଵର୍ଗତ ରାମଚନ୍ଦ୍ର ମିଶ୍ରଙ୍କ ୧୦୨ତମ ଜନ୍ମ ଜୟନ୍ତୀ

0

ଦଶପଲ୍ଲା ୧୨/୧୦ : ବୁଧବାର ଦିନ ସ୍ଵର୍ଗତ ନାଟ୍ୟକାର ରାମଚନ୍ଦ୍ର ମିଶ୍ରଙ୍କ ୧୦୨ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ଏ ଅବସରରେ ସ୍ଵର୍ଗତ ନାଟ୍ୟକାର ରାମଚନ୍ଦ୍ର ମିଶ୍ର ସ୍ମୃତି କମିଟି ପକ୍ଷରୁ ସ୍ଵର୍ଗତ ମିଶ୍ରଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯିବା ସହ ଏକ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ଅତିଥି ଭାବେ ସ୍ଥାନୀୟ ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗ ଦେଇ ସ୍ଵର୍ଗତ ମିଶ୍ରଙ୍କ ମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ସ୍ଵର୍ଗତ ମିଶ୍ରଙ୍କ ସ୍ମୃତି ଚାରଣ କରିଥିଲେ। ସ୍ଵର୍ଗତ ମିଶ୍ର ଏକା ଧାରାରେ ଜଣେ ଆଇନଜୀବି, ନାଟ୍ୟକାର, ଲେଖକ ଓ ସୁ ସାହିତ୍ୟକ ଥିଲେ ବୋଲି ବିଧାୟକ ବାକ୍ତବ୍ୟ ରଖିଥିବା ବେଳେ ତାଙ୍କ ରଚିତ ପୁସ୍ତକ ଗୁଡିକ ଲେଖକ ମାନଙ୍କ ମଧ୍ୟରେ ରାଜ୍ୟରେ ଓ ରାଜ୍ୟ ବାହାରେ ବେଶ ଆଦୃତ ହୋଇପାରିଥିଲା ଓ ସ୍ଵର୍ଗତ ନାଟ୍ୟକାର ରାମଚନ୍ଦ୍ର ମିଶ୍ର ଜଣେ ବ୍ୟକ୍ତି ନଥିଲେ ଏ ମାଟିର ଅନୁଷ୍ଠାନ ଥିଲେ ବୋଲି ବିଧାୟକ ଶ୍ରୀ ବେହେରା ବକ୍ତବ୍ୟ ରଖିଥିଲେ। ଏହା ସହ ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କର ଏକ ପ୍ରତିମୂର୍ତ୍ତୀ ଭୂବନେଶ୍ୱର କିମ୍ବା ନୟାଗଡ଼ ଜିଲ୍ଲା ସଦର ମହକୁମା ଠାରେ ଯଥା ସମ୍ଭବ ସ୍ଥାପନ କରାଯିବା ସହ ଓଡିଶା କ୍ୟାଲେଣ୍ଡରରେ ସ୍ଥାନ ପାଇବ ବୋଲି ପ୍ରତିଶୃତି ଦେଇଥିଲେ। ଏ ଅବସରରେ ସ୍ଵର୍ଗତ ମିଶ୍ରଙ୍କ ସୁପୁତ୍ର ଆଇନଜୀବୀ ଗୌର ଚନ୍ଦ୍ର ମିଶ୍ର, ଆଇନଜୀବୀ ଶରତ ଚନ୍ଦ୍ର ବେହେରା, ସମାଜ ସେବୀ ପ୍ରଦୋଷ କୁମାର ଜେନା, ପ୍ରଫୁଲ ମିଶ୍ର ଙ୍କ ସହ କମିଟି ର ସମସ୍ତ ସଦସ୍ୟ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଶେଷରେ ସନ୍ତୋଷ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Nalco
Leave A Reply