ଆନନ୍ଦପୁର : ଘଷିପୁରା ବ୍ଲକ ଅନ୍ତର୍ଗତ ପତିତପାବନ ମହାବିଦ୍ୟାଳୟ ସାଇଁକୁଳ ର ପରିସରରେ ୫୦ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ, ଶ୍ରେଣୀ କକ୍ଷ ଓ ପ୍ରଶାସନିକ କକ୍ଷର ଭିତ୍ତି ପ୍ରସ୍ତର ସ୍ଥାପନ ମହାବିଦ୍ୟାଳୟ ର ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ରାଉତ ଙ୍କ ପୌରହିତ୍ୟ ରେ ଘଷିପୁରା ନିର୍ବାଚନ ମଣ୍ଡଳୀ ର ବିଧାୟକ ବଦ୍ରିନାରାୟଣ ପାତ୍ର, ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟ ର ପରୀକ୍ଷା ନିୟନ୍ତ୍ରକ ଡ଼ଃ ଲକ୍ଷ୍ମୀଧର ଗିରି ଙ୍କ ଦ୍ଵାରା ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି। ଆଇ.ଡି.ପି. ଅନୁଦାନ ସହାୟତାରେ ଏହି ଛାତ୍ରୀ ନିବାସ, ଶ୍ରେଣୀ କକ୍ଷ ଓ ପ୍ରଶାସନିକ କକ୍ଷର କାର୍ଯ୍ୟ ଏକ ବର୍ଷ ମଧ୍ୟରେ ସମାପ୍ତ ହୋଇ କାର୍ଯ୍ୟକ୍ଷମ ହେବା ଖବର ସମସ୍ତ ଛାତ୍ରଛାତ୍ରୀ ଅଧ୍ୟାପକ ଅଧ୍ୟାପିକା କର୍ମଚାରୀ ତଥା ଏହି ଅଞ୍ଚଳବାସୀ ଙ୍କୁ ଖୁସି ଓ ଆନନ୍ଦ ଆଣି ଦେଇଛି। ସର୍ବପ୍ରଥମେ ମହାବିଦ୍ୟାଳୟ ର ଏନ୍ ସି ସି କ୍ୟାଡେଟ ମାନେ ଓ ଲେଷ୍ଟନାଣ୍ଟ ଜୟଦେବ ଦାଶ ଙ୍କ ତତ୍ତ୍ଵାବଧାନରେ ଅତିଥି ମାନଙ୍କୁ ପାଛୋଟି ଆଣିଥିଲେ। ମହାବିଦ୍ୟାଳୟ ର ବରିଷ୍ଠ ଅଧ୍ୟାପକ ସତ୍ୟନାରାୟଣ ମିଶ୍ର, ସୁବୀର କୁମାର ଘୋଷ, ମହେନ୍ଦ୍ର କୁମାର ନାୟକ, ଅମୂଲ୍ୟ ରାଉତ, ଡ଼ଃ ନରେନ୍ଦ୍ର କୁମାର ସାହୁ, ଅନନ୍ତ ନାରାୟଣ ଦାଶ, ଶରତ କୁମାର ଜେନା, କର୍ମଚାରୀ ସର୍ବଶ୍ରୀ ବିଜୟ କୁମାର ସିଂ, ନିରଞ୍ଜନ ପଣ୍ଡା, ସତ୍ୟବାନ୍ ଯେନା, ତାପସ ପତି, ବିଦ୍ୟାଧର ଘଡେଇ, ଗ୍ରନ୍ଥାଗାରିକ ନିରାକାର ଚକ୍ର, ଆଲୋକ ଦାସ, କର୍ମଚାରୀ ଘନଶ୍ୟାମ ଭଞ୍ଜ, ଅଶୋକ ପଟ୍ଟନାୟକ, ବିଷ୍ଣୁ ଜେନା, ବିଦ୍ୟାଧର ଗୋଚ୍ଛାୟତ ଓ ଅନ୍ୟ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀମାନଙ୍କ ସହଯୋଗ ରେ ଏହି କାର୍ଯ୍ୟ ସମ୍ପାଦିତ ହୋଇଥିଲା। ମହାବିଦ୍ୟାଳୟ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ରାଉତ ଓ ଆଇ. ଡି. ପି. ଦାୟିତ୍ଵ ରେ ଥିବା ଅଧ୍ୟାପକ ପ୍ରଦୀପ କୁମାର ମଲ୍ଲିକ ଙ୍କ ତତ୍ତ୍ଵାବଧାନରେ ସମସ୍ତ କାର୍ଯ୍ୟ ସଫଳ ହୋଇଥିଲେ।
