Odisha news

ହଠାତ କି ଯଦି କାର୍ଡିଆକ ଅରେଷ୍ଟ ହୁଏ ତେବେ ଜାଣନ୍ତୁ ମାତ୍ର ୫ମିନିଟ ରେ କିପରି ବଞ୍ଚି ପାରିବ ଜୀବନ

0

ହାର୍ଟ ଆଟାକ ଓ କାର୍ଡିଆକ ପ୍ରୋବ୍ଲେମ ଥିବା ଲୋକଙ୍କୁ ଆମେ ଏକାଭଳି ଭାବିଥାଉ , କିନ୍ତୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନଙ୍କ ମତରେ ଏହି ୨ଟି ରେ ଖୁବ ଅନ୍ତର ରହିଛି l ଭାରତରେ ଆଜିକାଲି କାର୍ଡିଆକ ପ୍ରୋବ୍ଲେମ ଅଧିକ ବଢି ଥିବାର ଲକ୍ଷ କରାଯାଇଛି l କିନ୍ତୁ ଆଶ୍ଚର୍ଯ୍ୟ ର କଥା ହେଲା ଲୋକମାନଙ୍କର କାର୍ଡିଆକ ଆରେଷ୍ଟ ବିଷୟରେ ଠିକ ଭାବରେ ଜ୍ଞାନ ନାହିଁ l ଲୋକମାନେ ଏହାକୁ ହାର୍ଟ ଆଟାକ ବୋଲି ଭାବୁଛନ୍ତି l

କାର୍ଡିଆକ ଆରେଷ୍ଟ ଯେତେବେଳେ ରୋଗୀକୁ ଡାକ୍ତରଖାନା କୁ ନିଆ ଯାଇଥାଏ, ସେତେବେଳେ ତାର ମୃତ୍ୟୁ ଆସି ଯାଇଥାଏ l ତେଣୁ ପ୍ରଥମେ ଆପଣ ଜାଣିବା ଆବଶ୍ୟକ ହାର୍ଟ ଆଟାକ ଓ କାର୍ଡିଆକ ପ୍ରୋବ୍ଲେମ ମଧ୍ୟରେ ଫରକ କଣ ରହିଛି l

ହାର୍ଟ ଆଟାକ ଓ କାର୍ଡିଆକ ଆରେଷ୍ଟ ମଧ୍ୟରେ ଅନ୍ତର –

– ସେତେବେଳେ ହୃଦଘାତ ହୋଇଥାଏ ଯେତେବେଳେ କରୋନାରୀ ଶିରା ଗୁଡିକ ବ୍ଳକେଜ ଦେଖା ଯାଇଥାଏ l ଏପରି ସ୍ଥିତିରେ ହାର୍ଟ ର ମାଂସପେଶୀ ନିକଟରେ ବ୍ଲଡ଼ ପହଂଚି ପାରି ନଥାଏ l ଆମ ହାର୍ଟ ଗୋଟିଏ ମାଂସପେଶୀ ଅଟେ l ତେଣୁ ଏହାକୁ ଠିକ ଭାବରେ କାର୍ଯ୍ୟ କରିବା ପାଇଁ ଅକ୍ସିଜେନ ଯୁକ୍ତ ବ୍ଲଡ଼ ର ଆବଶ୍ୟକତା ରହିଛି l ଯଦି କରୋନାରୀ ଧମନୀ ରେ ବ୍ଳକେଜ ଆସି ଯାଇଥାଏ ତେବେ ଏହାକୁ ହାର୍ଟ ଆଟାକ କୁହାଯାଏ l

– କିନ୍ତୁ କାର୍ଡିଆକ ଆରେଷ୍ଟ ରେ ଅଚାନକ ଭାବରେ ହାର୍ଟ ବିଟ କରିବା ବନ୍ଦ କରିଦେଇଥାଏ l ଏଥିରେ ଗୋଟିଏ ରୋଗୀ ନିକଟରେ ମାତ୍ର ୫ ମିନିଟ ସମୟ ଥାଏ ଯାହାଦ୍ୱାରା ରୋଗୀକୁ ବଞ୍ଚା ଯାଇପାରେ l କିନ୍ତୁ ୫ ମିନିଟ ପରେ ଆଉ କିଛି ହାତରେ ନଥାଏ l

କାର୍ଡିଆକ ଆରେଷ୍ଟ ର ଲକ୍ଷଣ –
– ଯଦି କୌଣସି ବ୍ୟକ୍ତି ଅଚାନକ ବେହୋସ ହୋଇଯାଏ ତେବେ ଏହା କାର୍ଡିଆକ ଆରେଷ୍ଟ ର ଲକ୍ଷଣ l

– ଯଦି ବ୍ୟକ୍ତି ୨୦ ରୁ ୩୦ ମିନିଟ ପର୍ଯ୍ୟନ୍ତ ହୋସ ରେ ଆସି ନଥାଏ ତେବେ ଏହା କାର୍ଡିଆକ ପ୍ରୋବ୍ଲେମ ର ଲକ୍ଷଣ l

– କାର୍ଡିଅକ ପ୍ରୋବ୍ଲେମ ରେ ହୃଦ ସ୍ପନ୍ଦନ ପାଖାପାଖି ୩୦୦ ରୁ ୪୦୦ ପର୍ଯ୍ୟନ୍ତ ହୋଇଥାଏ l

– ବ୍ଲଡ଼ ପ୍ରେସର କମିବାକୁ ଲାଗି ଥାଏ l

– ହାର୍ଟ ଫଙ୍କସନ ରେ ଅନିୟମିତତା ହୋଇ ଯାଇଥାଏ l

କାର୍ଡିଅକ ପ୍ରୋବ୍ଲେମ ରେ ପ୍ରଥମ ୫ମିନିଟ ଖୁବ ଗୁରୁତ୍ୱପୂର୍ଣ –

ଯଦି କୌଣସି ବ୍ୟକ୍ତି କାର୍ଡିଅକ ଆରେଷ୍ଟ ହୋଇଥାଏ ପ୍ରଥମ ୫ମିନିଟ ଖୁବ ଗୁରୁତ୍ୱପୂର୍ଣ ଅଟେ l ସର୍ବ ପ୍ରଥମେ ଆମ୍ବୁଲାନ୍ସ ଡାକିବା ଉଚିତ ଓ ତୁରନ୍ତ ରୋଗୀକୁ ସିପିଆର ଦେବା ଜରୁରୀ l  ସିପିଆର ଜରିଆରେ ମଧ୍ୟ ରୋଗୀର ଜୀବନ ରକ୍ଷା କରାଯାଇ ପାରିବ l

ସିପିଆର କିପରି ଦିଆ ଯାଇଥାଏ –

ସିପିଆର ପାଇଁ ରୋଗୀର ଛାତିରେ ୩୦ ଥର ପର୍ଯ୍ୟନ୍ତ ଖୁବ ଜୋର ରେ ଚାପ ପକାନ୍ତୁ , ସେଥିପାଇଁ ନିଜର ଦୁଇ ହାତ କୁ ଜୋର ରେ ମୁଠା କରି ପୀଡିତ ବ୍ୟକ୍ତିର ଛାତିକୁ ଜୋରେ ମାରନ୍ତୁ l ଆପଣ ଙ୍କୁ ଖୁବ ଜୋରେ ମାରିବା ଆବଶ୍ୟକ , ମାରିବା ସମୟରେ ଦେଖିବେ ଯେ ଛାତି ଯେପରି ୧ ଇଞ୍ଚ ଭିତରକୁ ଯାଉଥିବ l ଆପଣ ଯେପରି ୧ ମିନିଟ ରେ ୧୦୦ ଥର ଛାତି କୁ ଜୋରେ  ଦାବି ପାରୁଥିବେ l ଧ୍ୟାନ ରଖନ୍ତୁ ଯେ ଯେପରି କମ୍ପ୍ରେସନ ମଧ୍ୟରେ ଛାତି ଯେପରି ଉପରକୁ ଉଠି ପାରୁଥିବ l ଆପଣ ସେତେବେଳ ପର୍ଯ୍ୟନ୍ତ ଏଭଳି କରିବେ ଯେତେବେଳ ପର୍ଯ୍ୟନ୍ତ ରୋଗୀ ହସ୍ପିଟାଲ ରେ ପହଂଚି ନଯାଏ l

IEC 2 years
Leave A Reply