Odisha news

ଆନନ୍ଦପୁର ତହସିଲି ପକ୍ଷରୁ ୨ଚୋରା ବାଲି ଟ୍ରାକ୍ଟର ଜବତ

0
ଆନନ୍ଦପୁର :  ଆନନ୍ଦପୁର ତହସିଲିଦ ଅଧିନସ୍ଥ ବିଭିନ୍ନ ନଦୀ ନାଳରୁ ଚୋରା ବାଲି ଚାଲାଣ ହେବାପରେ ବୈତରଣୀ ନଦୀରୁ ଚୋରା ଚାଲାଣ ହେଉଥିବା ଖବର ପାଇ ଫକୀରୀପୁର ଠାରୁ ୨ ଗୋଟିଚୋରାବାଲି ବୋଝେଇ ଟ୍ରାକ୍ଟର କୁ ଆନନ୍ଦପୁର ତହସିଲିଦାର ତପନ କୁମାର ନାଏକ ଜବତ କରିବାପରେ ସଂପୃକ୍ତ ୨ ଟ୍ରାକ୍ଟର ଠାରୁ ୬୦ ହଜାର ଟଙ୍କା ଜୋରିମାନା ଆଦାୟ କରିବାରେ ସଫଳ ହୋଇଛନ୍ତି। ସୂଚନାଯୋଗ୍ୟ ଆନନ୍ଦପୁର ବୈତରଣୀ ନଦୀରୁ କୁମୁଣିଆ ଘାଟ, ଆନନ୍ଦପୁର ବ୍ରିଜତଳ ଘାଟ, ଫକୀରୀପୁର ଓ ପଦ୍ମପୁର  ଘଟରୁ ବିଳମ୍ବିତ ରାତ୍ରୀରେ ଚୋରା ବାଲି ଚାଲାଣ ହେଉଥିବା ଦେଖାଯାଇଛି। ତହସିଲଦାର  ତପନ କୁମାର ନାଏକ ଓ ଅତିରିକ୍ତ ତହସିଲଦାର ନରେନ୍ଦ୍ର କୁମାର ସେଠୀ ଘମାଘୋଟ ଚଢାଉ କରି ଚୋରା ବାଲି ଚାଲାଣକୁ ରୋକିବା କୁ ବ୍ୟାପକ ପଦକ୍ଷେପ ନେଉଥିବା ଦେଖାଯାଇଛି।।
Leave A Reply