Odisha news

କୁଶଳେଶ୍ଵର ମହାବିଦ୍ୟାଳୟରେ ରକ୍ତଦାନ ଶିବିର

0
ଆନନ୍ଦପୁର :  ଓଡ଼ିଶା ମୋ ପରିବାର ତରଫରୁ କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଳକ ରେକୁଟିଆ ସ୍ଥିତ କୁଶଳେଶ୍ୱର ଆଞ୍ଚଳିକ ମହାବିଦ୍ୟାଳୟ ପରିସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । କଲେଜ ଅଧ୍ୟକ୍ଷ ସନ୍ତୋଷ କୁମାର ପତି ସଂଯୋଜନାରେ ଅତିଥି ଭାବେ ସ୍ଥାନୀୟ ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର ଫିତା କାଟି ଶୁଭ ଉଦଘାଟନ କରିଥିଲେ ଅନ୍ୟମାନଙ୍କ ମଧ୍ୟରେ  ମୋ ପରିବାର ଜିବନ ବିନ୍ଦୁ ଜିଲ୍ଲା ସଂଯୋଜକ ପ୍ରଦୀପ କୁମାର ସାହୁ, ଯୁବନେତା ଦେବାଶିଷ ପାତ୍ର, ଜିଲ୍ଲା ପରିଷଦ ସଞ୍ଜୟ ମଲ୍ଲିକ ଓ ମଧୁସ୍ମିତା ଦାସ ଓ  ଅନେକ ବରିଷ୍ଠ ନେତୃ ବୃନ୍ଦ ଉକ୍ତ ଶିବିର ରେ ଯୋଗ ଦେଇକରି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ  । ଶିବିରରୁ ମୋଟ ୨୦୦ରୁ ଉର୍ଦ୍ଧ ୟୁନିଟ୍ ରକ୍ତ ସଂଗ୍ରହ କରାଯିବା ନେଇ ଲକ୍ଷ ରଖାଯାଇଛି ବୋଲି କହିଛନ୍ତି ଜିଲ୍ଲା ସଂଯୋଜକ । ଏଥିରେ  ମହାବିଦ୍ୟାଳୟର ଛାତ୍ରଛାତ୍ରୀ ସମେତ ଅନେକ ଯୁବ ଗୋଷ୍ଠି ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରୁଥିବାର ଦେଖିବାକୁ ମିଳିଥିଲା । ଆନନ୍ଦପୁର ରକ୍ତ ଭଣ୍ଡାର ର କର୍ମଚାରୀ ମାନେ  ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ ।
Nalco
Leave A Reply