ବ୍ରହ୍ମପୁର : ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫ଟି ସଚିବ ଭି କାର୍ତିକେୟ ପାଣ୍ଡିଆନ ଖତ ୨୫ ତାରିଖ ଠାରୁ ତିନି ଦିନଆ ଗଞ୍ଜାମ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇ ଆଜି ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀ ବିବେକ ବିହାର ଠାରେ ପହଞ୍ଚି ଜିଲ୍ଲାପାଳ ଥିବା ବେଳେ ନିଜର ଚାରି ବର୍ଷ ର ଅନୁଭୂତି ପ୍ରଦାନ କରିଥିଲେ। ରିଙ୍ଗ ରୋଡ ୧୮୦ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି,ବ୍ରହ୍ମପୁର ଷ୍ଟାଡିୟମ ବିକାଶ, ବେଢା ବନ୍ଧ ୨୫ କୋଟି,ନଗର ଚିକିତ୍ସା ଳୟ ୮ କୋଟି, ଏମକେସିଜି ୮୦ କୋଟି ଟଙ୍କା ବ୍ୟୟ କରା ଯାଇ ଉନ୍ନତ କରାଯାଇଥିବା ବେଳେ ଜାଗା ମିଶନ ରେ ବହୁ ହିତାଧିକାରୀଙ୍କୁ ପଟା ପ୍ରଦାନ କରାଯାଉଛି ବୋଲି ସେ କହିଛନ୍ତି। ଗଞ୍ଜାମ ଜିଲ୍ଲାରେ ଜିଲ୍ଲା ପାଳ ଥିବା ବେଳେ ଚାରି ଚାରି ଥର ଜାତୀୟ ସ୍ତରରେ ପୁରସ୍କାର ପାଇଥିଲା। ଗଞ୍ଜାମ ବାସୀ ବଡ ପରିଶ୍ରମି ଅଟନ୍ତି ବୋଲି ସେ କହିଥିଲେ।
ଅଭିଯୋଗ ପତ୍ର ର ସମାଧାନ ଲାଗି ଜନ ସାଧାରଣ ଙ୍କୁ ପ୍ରତିସୃତି ଦେଇଛନ୍ତି। ଆଜି ସ୍ବତନ୍ତ୍ର ହେଲିକେପ୍ଟର ଯୋଗେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା 5T ବିଭାଗ ର ମୁଖ୍ଯ ଭିକେ ପାଣ୍ଡିଆନ ପହଞ୍ଚି ଜନ ସାଧାରଣ ଙ୍କ ସହ ସିଧାସଳଖ ଆଲୋଚନା କରି ଅଭିଯୋଗ ପତ୍ର ଗ୍ରହଣ କରିବା ପରେ ବ୍ରହ୍ମପୁର ବିବେକ ବିହାର ଠାରେ ପହଞ୍ଚିଥିଲେ । କରି ରୁପାନ୍ତରିକରଣ କରିବାର ପ୍ରତିଶୃତି ଦେଇଥିଲେ। କାର୍ଯ୍ୟକ୍ରମ ସୁରକ୍ଷା ଦେବା ନିମନ୍ତେ ପୋଲିସ ବ୍ୟବସ୍ଥା କରାଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା, କମିଶନର ଜେ ସୋନାଲ, ଉପଜିଲ୍ଲାପାଳ ଆଷୁତୋଶ କୁଲକର୍ଣ୍ଣୀଙ୍କ ସମେତ ବହୁ ପୋଲିସ ଅଧିକାରୀ ସୁରକ୍ଷା ଦୃଷ୍ଟିରୁ ଫୋର୍ସ ମୁତୟନ କରାଯାଇଥିଲା।
