Odisha news

ଆନନ୍ଦପୁର ପ୍ରେସ ଫୋରମର ସାଧାରଣ ବୈଠକ

0
  ଆନନ୍ଦପୁର :  ଆନନ୍ଦପୁର ପ୍ରେସ ଫୋରମର ସାଧାରଣ ବୈଠକ ରିଂଗ ରୋଡ଼ ସ୍ଥିତ ଫୋରମ କାର୍ଯ୍ୟଳୟ ଠାରେ ଅନୁଷ୍ଠିତ ହୋଇଯାଇଛି ll ଫୋରମର ସମ୍ପାଦକ ନିର୍ମଳ ଚନ୍ଦ୍ର ରାଉଳଙ୍କ ସଂଯୋଜନାରେ ଆୟୋଜିତ ବୈଠକରେ ଫୋରମର ଉପଦେଷ୍ଟା କମଳାକାନ୍ତ ଦାସ, ସଭାପତି ଉମେଶ ଚନ୍ଦ୍ର ପାଢ଼ୀ, ପୂର୍ବତନ ସମ୍ପାଦକ ଲଲାଟେନ୍ଦୁ ଧିର ପ୍ରଥମେ ଆସନ ଅଳଙ୍କୃତ କରିବା ପରେ ସମ୍ପାଦକ ନିର୍ମଳ ଚନ୍ଦ୍ର ରାଉଳ ବାର୍ଷିକ ବିବରଣୀ ପାଠ କରିଥିଲେ ll ପରେ ସଭାପତି ଉମେଶ ଚନ୍ଦ୍ର ପାଢ଼ୀ ଆଜିର ଏହି ସାଧାରଣ ବୈଠକରେ ସଭାପତିତ୍ୱ କରିବା ସହିତ ଉପଖଣ୍ଡର ବିଭିନ୍ନ ସ୍ଥାନରୁ ଆନନ୍ଦପୁର ପ୍ରେସ ଫୋରମର ସଦସ୍ୟ ମାନେ ଉପସ୍ଥିତ ରହି ନିଜନିଜର ମନ୍ତବ୍ୟ ରଖିଥିଲେ ll ଫୋରମର ଉପଦେଷ୍ଟା କମଳାକାନ୍ତ ଦାସ ତାଙ୍କ ମନ୍ତବ୍ୟରେ ଗଣମାଧ୍ୟମର ଭୂମିକା ସମ୍ବଦ୍ଧରେ ଉପସ୍ଥିତ ସଦସ୍ୟ ମାନଙ୍କୁ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ଫୋରମର ସଭାପତି  ଆଗାମୀ ଦିନରେ ଫୋରମର ବିଭିନ୍ନ କାର୍ଯ୍ୟକ୍ରମ ସମ୍ବନ୍ଧ ରେ ସଦସ୍ୟ ମାନଙ୍କୁ ଅବଗତ କରାଇଥିଲେ ll ଆନନ୍ଦପୁର ବ୍ଲକ, ଘସିପୁରା ବ୍ଲକ ଓ ହାଟଡିହି ବ୍ଲକରେ ଶିକ୍ଷା, ସ୍ୱାସ୍ଥ୍ୟ, ରାଜନୈତିକ, ପ୍ରଶାସନିକ ନ୍ୟାୟ ବ୍ୟବସ୍ଥାକୁ ନେଇ ଏକ କମିଟି ଗଠନ କରାଯାଇଛି ll ଏହି କମିଟି ଆଗାମୀ ଦିନରେ ସାଧାରଣ ଲୋକ ମାନଙ୍କ ବିଭିନ୍ନ ମୌଳିକ ସୁବିଧାରୁ ବଞ୍ଚିତ ହୋଇଥିବା ବେଳେ ସେହି ମାନଙ୍କୁ ଫୋରମର ସଦସ୍ୟ ମାନେ ସହଯୋଗର ହାତ ବଢ଼ାଇବେ ବୋଲି ସଭାପତି ମନ୍ତବ୍ୟ ଦେଉଛନ୍ତି ll ଆଗାମୀ ସେପ୍ଟେମ୍ବର 19 ତାରିଖ ଗଣେଶ ପୂଜାରେ ଫୋରମର ଦ୍ୱିତୀୟ ବୈଠକ ଅନୁଷ୍ଠିତ ହେବାକୁ ଥିବା ବେଳେ ନଭେମ୍ବର ମାସରେ ଫୋରମ ପକ୍ଷରୁ ଏକ ନିଃଶୁଳ୍କ ବହୁମୂତ୍ର ରୋଗ ଚିକିତ୍ସା ଶିବିର ଓ ବରିଷ୍ଠ ନାଗରିକ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର କରାଯିବାକୁ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଥିଲା ll ଆୟୁଷ ଅନୁଷ୍ଠାନ ସହଯୋଗରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯିବାକୁ ପ୍ରସ୍ତାବ ଆଗତ କରାଯାଇଥିବା ବେଳେ ଏକ ମେଘା ରକ୍ତଦାନ ଶିବିର ଅନୁଷ୍ଠିତ କରାଯିବାକୁ ନିଷ୍ପତି ନିଆଯାଇଛି ll ଫୋରମର ଆଜି ସଭାପତି, ଫୋରମର କର୍ମକର୍ତ୍ତାଙ୍କ ନାମ ଘୋଷଣା କରିଥିବା ବେଳେ ଉପସଭାପତି ପଦ୍ମନାଭ ସାହୁ, ଅନନ୍ତ ଚରଣ ପହି, ଲକ୍ଷ୍ମଣ ବେହେରା, ସହ ସମ୍ପାଦକ ଭାବେ ମନୋଜ କୁମାର ବାରିକ, ଗୁରୁ ଚରଣ ସେନାପତି, ସଂଜୀବ କୁମାର ମହାନ୍ତିଙ୍କୁ ବୈଠକରେ ସର୍ଵ ସଂମ୍ମତି କ୍ରମେ ମନୋନୀତ କରାଯାଇଥିଲା ll ଆଜିର ଏହି ବୈଠକରେ କମଳାକାନ୍ତ ଆଇଚ, ବିନୋଦ କୁମାର ଖଣ୍ଡା, ଜଗବନ୍ଧୁ ପଣ୍ଡା, ସଂଜୀବ କୁମାର ମହାନ୍ତି,ସତ୍ୟବ୍ରତ ଜେନା, ନିର୍ମଳ କୁମାର ଓଝା, ସଂଜିତ କୁମାର ମହାରଣା, ରଂଜିତ କୁମାର ରଣା, ଭରତ ଚନ୍ଦ୍ର ମିଶ୍ର, ରୁଦ୍ର ନାରାୟଣ ପରିଡା, ପଙ୍କଜ କୁମାର ସାବତ, ଦେବବ୍ରତ ବେହେରା, ଜିତେନ୍ଦ୍ର ସାହୁ, ନିରାକାର ବାରିକଙ୍କ ସମେତ ଫୋରମ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ll ଶେଷରେ ଜ୍ୟୋତି ରଞ୍ଜନ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ll
Leave A Reply