ଆଗରପଡ଼ା, ୧୪/୬: ଚଳିତବର୍ଷ କରୋନା ସଂକ୍ରମଣ ତଥା ପହିଲିରଜ ସଟଡ଼ାଉନରେ ପଡ଼ୁଥିବାରୁ ରଜ ମହୋସôବ ଆଗରପଡ଼ା ଅଞ୍ଚଳରେ ଫିକା ପଡ଼ିଛି । ·ଷୀର ପର୍ବ ରଜପର୍ବକୁ ଗାଁ ଗାଁରେ ମହା ଧୂମଧାମରେ ପ୍ରତିବର୍ଷ ପାଳିତ ହୋଇଥାଏ । ମାତ୍ର ଚଳିତ ବର୍ଷ ନାଁ ଅଛି ଦୋଳିଗୀତ ନାଁ ଅଛି ବାଗୁଡ଼ି ଖେଳ । କାଁ ଭାଁ ଜମିଛି ତାସଖେଳର ଆସର । ତାହାବି ପୁଣି ସାମାଜିକ ଦୂରତାକୁ ବଜାୟ ରଖି । ଦୀର୍ଘ ଅଢେଇମାସ ଧରି ଲକଡ଼ାଉନ ଫଳରେ କାମଧନ୍ଦା ନପାଇ ଆଦିବାସୀ ଗରିବ ପରିବାର ଚିନ୍ତାରେ ରହିଛି । ଏହି ଦୁର୍ଦ୍ଦିନରେ ଆଦିବାସୀ ବସ୍ତିରେ ଥିବା ଝିଅ ପିଲାମାନଙ୍କୁ ଡ଼୍ରେସ ବଣ୍ଟନ କରାଯାଇଛି ଭଦ୍ରକ ବ୍ଲକ ବରପଦାସ୍ଥିତ ମା’ ସିଦ୍ଧଦୁର୍ଗା ଯୁବସଙ୍ଗଠ ପକ୍ଷରୁ ।
ସଙ୍ଗଠନର ସଭାପତି ଭରତ ବାରିକଙ୍କ ତତ୍ୱାବଧାନରେ ଗଣିଜାଙ୍ଗ ସ୍ଥିତ ହାସିନପୁର ଆଦିବାସୀ ସାହିର ୨୨ ଜଣ ଆଦିବାସୀ ଝିଅଙ୍କୁ ନୂତନ ଡ଼୍ରେସ ବଣ୍ଟନ କରାଯାଇଛି । ସାମାଜିକ ଦୂରତା ରକ୍ଷା କରି ସଙ୍ଗଠନର ସଦସ୍ୟ ସମାଜସେବୀ ଭୀମସେନ ସାମଲ, ସାମ୍ବାଦିକ ହେମନ୍ତ ସିଂହ, ସୁଶାନ୍ତ ବେହେରା, ରବିନ୍ଦ୍ର ବେହେରା, ରାଜେଶ ଦୀକ୍ଷିତ, ନିତ୍ୟାନନ୍ଦ ଜେନା, ରାକେଶ ଭୂୟାଁ, ସଞ୍ଜୟ ବାରିକ, ପଦ୍ମଲୋଚନ ବେହେରା, ସଞ୍ଜୀବ ପରିଡ଼ା, ଜୀତେନ୍ଦ୍ର ବେହେରା, ବସନ୍ତ କୁମାର ପଲେଇ, ମନୋରଞ୍ଜନ ବେହେରା ପ୍ରମୁଖ ଏହି ସେବାକାର୍ଯ୍ୟରେ ସହଯୋଗ କରିଥିଲେ । ଯୁବସଙ୍ଗଠନ ଆଜକୁ ୩ମାସ ଧରି ମାସ୍କ, ସାବୁନ, ରନ୍ଧାଖାଦ୍ୟ ବଣ୍ଟନ ସହ କରୋନା ସଚେତନତା ଜାରୀ ରଖିଥିବା ବେଳେ ଆଜି ଅଭାବୀ ଆଦିବାସୀ ଝିଅମାନଙ୍କୁ ଡ଼୍ରେସ ବଣ୍ଟନ କରିବାକୁ ନେଇ ସଂପୃକ୍ତ ଅଞ୍ଚଳର ଲୋକେ ଉଚ୍ଚ ପ୍ରଶଂସା କରିଛନ୍ତି ।