Odisha news

କେନ୍ଦ୍ରାପଡା : କ୍ଷୁଦ୍ର ଉଠା ବ୍ୟବସାୟୀ ସଂଘକୁ ସହାୟତା ପାଇଁ ଦାବି

0

କେନ୍ଦ୍ରାପଡା-୧୪/୦୬ କେନ୍ଦ୍ରାପଡା ଜିଲ୍ଲାର କ୍ଷୁଦ୍ର ଉଠା ବ୍ୟବସାୟୀ ସଂଘ ପକ୍ଷରୁ ଏକ ବୈ÷ଠକ ଦିଲିପ କୁମାର ବେହେରା ଙ୍କ ସଭାପତିତ୍ୱ ରେ ଭାସ୍କର ଟକିଜ ନିକଟରେ ଅନୁଷ୍ଠିତ ହୋଇଯାଇଛି ।

ଏହି ବୈଠକରେ ଜିଲ୍ଲାର ୯ଟି ବ୍ଲକ ଓ ୨ଟି ପୈାରାଂଚଳର ଶତାଧିକ ଷ୍ଟେସନାରୀ, ଗୁପଚୁପ, ଚାଟ୍, ଦହିବରା, ଖେଳନା, ଚାହା, ପାନ, ଫଳ ଦୋକାନ, ଆଇସକ୍ରିମ, ଚଟପଟି ବାରମଜା ପ୍ରମୁଖ କ୍ଷୁଦ୍ର ଉଠା ବ୍ୟବସାୟୀ ମାନେ ଯୋଗ ଦେଇଥିଲେ । ମହାମାରୀ କରୋନା ଲାଗି ଦୀର୍ଘ ୩ ମାସ ହେଲା ଏହି ବ୍ୟବସାୟୀ ମାନେ ହାତ ବାନ୍ଧି ବସିଛନ୍ତି ।

ସରକାରଙ୍କ ପକ୍ଷରୁ ଏହି ଉଠା ବ୍ୟବସାୟୀ ମାନଙ୍କୁ କୈାଣସି ସହାୟତା ଦିଆଯାଇ ନାହିଁ । ସେମାନଙ୍କ ପରିବାର ଭରଣ ପୋଷଣ ନିମନ୍ତେ ସରକାରୀ ସହାୟତା ଏବଂ ତାଙ୍କ ବ୍ୟବସାୟ ପରିଚାଳନା ନିମନ୍ତେ ଅନୁମତି ପ୍ରଦାନ ପାଇଁ ସଂଘର ରାଜେଶ କୁମାର ଦାସ, ଶିଶିର ମହାରଣା, ସେକ ଗଫାର, ମୁସ୍ତାକ ଖାଁ ପ୍ରମୁଖ ଦାବି କରିଛନ୍ତି ।

Leave A Reply