ବୋରିଗୁମ୍ମା (K. sakil dora)– ସାରା ବିଶ୍ୱ କୁ କରୋନା ଭାଇରସ ହଇଚଇ କରିଦେଇଛି। ଆମ ଦେଶରେ କରୋନା ଭାଇରସ ନିୟନ୍ତ୍ରଣ ରେ ଥିଲେ ବି ସ୍ଥିତି ଗମ୍ଭୀର।ସାରା ଦେଶରେ ଆଜିକୁ ଲକ ଡାଉନ ହୋଇ ୩୬ ଦିନ ବିତିଲାଣି। ଲକ ଡାଉନ ର ପ୍ରଥମେ ଦୈନିକ ମଜୁରିଆ, ଶ୍ରମିକ, ନିର୍ମାଣ ଶ୍ରମିକ ଅସହାୟ ମାନେ ପ୍ରଥମେ ପ୍ରଭାବିତ ହୋଇଛନ୍ତି। ବର୍ତ୍ତମାନ ସହରରେ ବସବାସ କରୁଥିବା ଚା, ସେଳୁନ ଓ ଠେଲା ଦୋକାନୀ ମାନେ ଲକ ଡାଉନ ଯୋଗୁଁ ଅସୁବିଧା ର ସମ୍ମୁଖିନ ହେଉଛନ୍ତି। ଚା ଦୋକାନୀ ନିଜ ପରିବାର ସହ ସହରରେ କଷ୍ଟେ ମଷ୍ଟେ ଚଳି ଆସୁଥିଲା। ବର୍ତ୍ତମାନ ମାସ ଉପରେ ଲକ ଡାଉନ ଯୋଗୁଁ ପରିବାର ଚଳାଇବା କଷ୍ଟ ହେଲେଣି। ବୋରିଗୁମ୍ମା ସହର ର ବିଭିନ୍ନ ସାହି, ଛକ, ବ୍ଲଜ ଓ ତହସିଲ କାର୍ଯ୍ୟାଳୟ ନିକଟରେ ପ୍ରାୟ ୩୦ ରୁ ଉର୍ଦ୍ଧ୍ବ ଚା ଦୋକାନ ରହିଛି। ବର୍ତ୍ତମାନ ଲକ ଡାଉନ ଯୋଗୁଁ ଚା ଦୋକାନ ବନ୍ଦ।ଚା ଦୋକାନୀ ପରିବାର ଭୋକ ଉପାସରେ ଆଉଟୁ ପାଉଟୁ।।ଗୁହାରୀ ଶୁଣିବାକୁ କେହି ନାହିଁ। ସେହିଭଳି ଠେଲା ଦୋକାନୀ ଅବସ୍ଥା ନ କହିଲେ ଭଲ। ଠେଲା ରେ ଜଳଖିଆ , ଗୁପଚୁପ ଅନ୍ୟାନ୍ୟ ଦୋକାନୀ ମାନେ ବର୍ତ୍ତମାନ ହାତ ବାନ୍ଧି ବସିଛନ୍ତି। ବୋରିଗୁମ୍ମା ସହରରେ ପ୍ରାୟ ୧୦୦ ରୁ ଉର୍ଦ୍ଧ୍ବ ଠେଲା ଦୋକାନୀ ଅଛନ୍ତି କିଛି ଠେଲା ଦୋକାନୀ ରାଜ୍ୟ ବାହାରୁ ଆସିଛନ୍ତି। ସେମାନଙ୍କ ପରିବାର ଅବସ୍ଥା ନ କହିଲେ ଭଲ। ଏହି ମାନଙ୍କୁ କିଛି ବଦାନ୍ୟ ବ୍ୟକ୍ତି ମାନେ ଘର କୁ ଯାଇ ରାସନ ଓ ଚାଉଳ ଯୋଗେଇଥିବା ଜଣାଯାଇଛି। ଠେଲାରେ ଜଳଖିଆ ଦୋକାନୀ ମାନେ ବି ଲକ ଡାଉନ ରେ ବହୁତ ପ୍ରଭାବିତ ହୋଇଛନ୍ତି। ଜିଲ୍ଲା ବାହାରୁ ଆସିଥିବା କିଛି ଠେଲା ଦୋକାନୀ ମାନେ ନିଜ ଜିଲ୍ଲା କୁ ଯିବାକୁ ଚାହୁଁ ଥିଲେ ହିଁ ଲକ ଡାଉନ ଯୋଗୁଁ ଯାଇପାରୁନାହାନ୍ତି। ସେଳୁନ ବନ୍ଦ ଯୋଗୁଁ ଦୋକାନୀ ମାନେ ଯେତିକି ହଇରାଣ ହେଉଛନ୍ତି, ସେହି ଅନୁପାତରେ ଲୋକ ବି ହଇରାଣ ହେଉଛନ୍ତି।।ବୋରିଗୁମ୍ମା ସହରରେ ପ୍ରାୟ ୨୫ ଗୋଟି ସେଳୁନ ରହିଛି। ସମସ୍ତ ସେଳୁନ ବନ୍ଦ ଯୋଗୁଁ ନିଜର ଜୀବିକା ବନ୍ଦ ହୋଇଛି। ଶେଷରେ କାର ଚାଳକ ମାନେ ବି ଲକ ଡାଉନ ରେ ପ୍ରଭାବିତ ହୋଇଛନ୍ତି।ସମସ୍ତ ଗାଡି ମୋଟର ବନ୍ଦ କାର ଚାଳକ ପରିବାର ଅସୁବିଧା ର ସମ୍ମୁଖୀନ ହେଉଛନ୍ତି। ସମସ୍ତ ଙ୍କ ଗୋଟିଏ ସ୍ୱର କେବେ ଖୋଲିବ ଲକ ଡାଉନ,ଆଉ କେବେ ସ୍ୱାଭାବିକ ହେବ ଜୀବନଯାତ୍ରା।