ଭୁବନେଶ୍ୱର,(ନି.ପ୍ର): ଆଦିତ୍ୟ ଦାଶ ମୃତ୍ୟୁ ମାମଲା ମାସରୁ ଉଦ୍ଧ୍ୱର୍ ଦିନ ବିତିଗଲାଣି । ଜିଆରପି ଠାରୁ ତଦନ୍ତ ଭାରେ କ୍ରାଇମବ୍ରାଞ୍ଚ ନେବାର ୧୩ ଦିନ ଅତିବାହିତ ହୋଇଥିଲେ ମଧ୍ୟ କୌଣସି ନିର୍ଜାସ ବାହାରି ପାରି ନଥିବାରୁ ପିପୁଲସ୍ ଫର୍ ସେବାର ସଦସ୍ୟମାନେ ସିବିଆଇ ତଦନ୍ତ ପାଇଁ ଭୁବନେଶ୍ୱରରେ ବିକ୍ଷୋଭ କରିଥିଲେ ।
ସମସ୍ତ ସନ୍ଦିଗ୍ଧଙ୍କ ସିଡିଆର ଯାଞ୍ଚ୍ କରାଯାଉ ବୋଲି ପିପୁଲସ୍ ଫର ସେବାର ସଦସ୍ୟମାନେ ତାଙ୍କ ଫ୍ଲାଗ୍ କାର୍ଡରେ ଦର୍ଶାଇଥିଲେ । ଅନୁଷ୍ଠାନର ଓକିଲ୍ଙ୍କ କହିବାନୁଯାୟୀ, ସିବିଆଇ ତଦନ୍ତ ହେଲେ ପ୍ରକୃତ ଦୋଷୀ ଧରାପଡିବେ । କ୍ରାଇମବ୍ରାଞ୍ଚ ଯେଉଁପ୍ରକାର ଧିମା ତଦନ୍ତ କରୁଛି ସେଥିରେ ସେମାନେ ସନ୍ତୁଷ୍ଟ ନୁହଁନ୍ତି ବୋଲି ମତ ଦେଇଛନ୍ତି ।
ଅନ୍ୟପକ୍ଷରେ ସାମ୍ବାଦିକ ସମ୍ମିଳନୀ କରି ତଦନ୍ତ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସେବାଶ୍ରମ ସଦସ୍ୟ । ପିପୁଲସ୍ ଫର ସେବା ସଦସ୍ୟ କ୍ରାଇମବ୍ରାଞ୍ଚ ତଦନ୍ତରେ ସନ୍ତୁଷ୍ଟ ନଥିବା କହିବା ସହିତ ସିବିଆଇ ତଦନ୍ତ ଦାବି କରିଛନ୍ତି । ଘଟଣାର ସିବିଆଇ ତଦନ୍ତ କରାଯାଉ ଏବଂ ଆଦିତ୍ୟ ତଥା ପିପୁଲସ୍ ଫର ସେବାର ସମସ୍ତ ସଦସ୍ୟ ତଥା ବିଦ୍ୟାଶ୍ରୀଙ୍କ ଗତ ୬ ମାସର କଲ୍ ରେକର୍ଡିଂ ଓ ସିସିଟିଭି ଚିତ୍ର ଅନୁଧ୍ୟାନ କଲେ ସତ କଣ ସାମ୍ନାକୁ ଆସିବ ବୋଲି ଦାବି କରିଛନ୍ତି ।