Odisha news

ଟାଟା ଏସି ଧକ୍କାରେ ଦୁଇ ମୃତ ଜଣେ ଗୁରୁତର

0
ଆଜି ସକାଳ ଏଗାର ଘଣ୍ଟ ସମୟରେ ଧରାକୋଟ ଥାନା ଅନ୍ତର୍ଗତ ନନ୍ଦିଗୋର ତୋଟା ଠାରେ ପ୍ରତିଦିନ ଭଳି ଚିକେନ ଓ ମଟନ କିଣିବା ପାଇଁ ଆସିଥିବା ଦୁଇ ଜଣ ଗ୍ରାହକଙ୍କ ଉପରେ ଭାରଶ୍ୟାମ ହରାଇ ଆସିକା ପଟୁ ସୋରଡ଼ା ଆଡ଼କୁ ଦୃତଗତିରେ ଯାଉଥିବା ଏକ ଟାଟା ଏସି ନୋ od 32 f 3482 ଅଚାନକ ମାଡ଼ିଯିବାରୁ ସେଠାରେ ଉପସ୍ଥିତ ମଗୁରା ପଲି ଗ୍ରାମର ପଞ୍ଚୁ ବେହେରା, ଗଡ ଦାମୋଦର ପଲି ଗ୍ରାମର ସୁଜାତା ସେଠୀଙ୍କ ସହ ଜନବିଲି ଗ୍ରାମର ବିଜୁ ଗୌଡ଼ ଗୁରୁତର ହେବାରୁ ସେମାନଙ୍କୁ ଧରାକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା। ଘଟଣା ସ୍ଥଳରେ ଡାକତର ପଞ୍ଚୁ ବେହେରା ଙ୍କୁ ମୃତ ଘୋଷଣା କରିଥିଲେ। ଅଧିକ ଚିକିତ୍ସା ପାଇଁ ନିଆଯାଇଥିବା ସୁଜାତା ସେଠୀଙ୍କ ଆସିକା ଠାରେ ମୃତ ଘଟିଥିଲା । ସଂପ୍ରତି ବିଜୁ ଗୌଡ଼  ର ଗୁରୁତର ଅବସ୍ଥାରେ ଚିକିତ୍ସା ଚାଲିଛି । ଘଟଣା ସ୍ଥଳରେ ଧରାକୋଟ ପୋଲିସ ପହିଂଚି ଗାଡ଼ି ଜବତ କରିବା ସହ ଅଧିକ ତଦନ୍ତ ଆରମ୍ଭ କରିଛି।
Nalco
Leave A Reply