ନୂଆଦିଲ୍ଲୀ : ବଲିଉଡ୍ କଳାକାର ଅମିର ଖାନ୍ ଙ୍କ ର ଆଉ ଥରେ ବିବାହ ବିଚ୍ଛେଦ ହୋଇଛି । ଅମୀର୍ ଖାନ୍ ଓ କିରଣ ରାଓ ନିଜର ବିବାହ ବିଚ୍ଛେଦ ଖବରକୁ ମିଳିତ ଭାବରେ ସେୟାର କରିଛନ୍ତି । ଉଭୟଙ୍କ ବିବାହ ବିଚ୍ଛେଦ ଖବର ତାଙ୍କ ପ୍ରଶଂସକ ମାନଙ୍କ ପାଇଁ ଖୁବ୍ କଷ୍ଟ ଦାୟକ ହୋଇଛି । ଉଭୟଙ୍କର ୧୫ ବର୍ଷ ପୂର୍ବରୁ ବିବାହ ହୋଇଥିଲା ।
ଚଳଚ୍ଚିତ୍ର ସଂସ୍ଲାପକ ତରନ ଆଦର୍ଶ ଉଭୟଙ୍କ ଅମୀର ଓ କିରଣ ଙ୍କର ମିଳିତ ଷ୍ଟେଟ୍ ମେଣ୍ଟ କୁ ସୋସିଆଲ ମିଡ଼ିଆ ରେ ସେୟାର କରିଥିଲେ । ଉଭୟ କହିଛନ୍ତି ଯେ ବର୍ତ୍ତମାନ୍ ଆଉ ଗୋଟିଏ ନୂଆ ଅଧ୍ୟାୟ ଆରମ୍ଭ ହେବ । ଦୀର୍ଘ ୧୫ବର୍ଷ ଧରି ଆମ ଜୀବନ ସୁରୁଖୁରୁରେ ଚାଲି ଥିଲା , ଆମ ସଂପର୍କ କେବଳ ଭରସା , ବିଶ୍ବାସ ଓ ସ୍ନେହ ରେ ଚାଲିଛି । ବର୍ତ୍ତମାନ୍ ଆମେ ସ୍ବାମୀ ସ୍ତ୍ରୀ ହିସାବରେ ନୁହେଁ ବରଂ କୋ – ପାରେଣ୍ଟସ ଭାବରେ ରହିବୁ । ଆମେ କିଛି ଦିନ ପୂର୍ବରୁ ଅଲଗା ହେବା ପାଇଁ ନିଷ୍ପତି ନେଇଥିଲୁ ଓ ବର୍ତ୍ତମାନ୍ ହୋଇଗଲୁ ।
ଉଭୟ ନିଜ ପୁଅ ଆଜାଦ୍ ଙ୍କ ପାଇଁ କହିଛନ୍ତି ଯେ ” ଆମେ ନିଜ ପୁଅ ଆଜାଦ୍ ପାଇଁ ଗୋଟିଏ ସମର୍ପିତ ପିତାମାତା ହୋଇ ରହିବୁ ଏବଂ ତାକୁ ମିଳିତ ଭାବରେ ବଡ଼ କରିବୁ । ଏହା ବ୍ୟତୀତ ଚଳଚ୍ଚିତ୍ର , ପାଣି ଫାଉଣ୍ଡେସନ ଓ ଅନ୍ୟ ପ୍ରୋଜେକ୍ଟ ରେ ମିଳିତ ଭାବରେ କାମ କରିବୁ । ଆମ ପରିବାର ସଦସ୍ୟ ଓ ବନ୍ଧୁ ମାନଙ୍କର ସହଯୋଗ , ଆମ ସମ୍ପର୍କକୁ ବୁଝି ପାରିଥିବାରୁ ଅନେକ ଅନେକ ଧନ୍ୟବାଦ୍ । ଏହିସବୁ ବିନା ଆମେ ଏତେବଡ଼ ନିଷ୍ପତି ନେଇ ପାରି ନଥାନ୍ତୁ । ଆମେ ଆମର ଶୁଭ ଚିନ୍ତକ ମାନଙ୍କର ଆଶୀର୍ବାଦ କାମନା କରୁଛୁ । ଆଶା କରୁଛୁ ଯେ ଆପଣ ମାନେ ଏହି ବିଚ୍ଛେଦ କୁ ଗୋଟିଏ ଅନ୍ତ ନଭାବି ଆରମ୍ଭ ଭାବନ୍ତୁ । ଧନ୍ୟବାଦ୍ କିରଣ ଓ ଆମିର୍ ।
୫୬ ବର୍ଷୀୟ ଅମୀର ଖାନ୍ ୨୦୦୫ ରେ କିରଣ ରାଓ ଙ୍କୁ ବିବାହ କରିଥିଲେ । ଏହା ପୂର୍ବରୁ ଅମୀର ରିନା ଦତ ଙ୍କୁ ୧୯୮୬ ରେ ବିବାହ କରିଥିଲେ । ଅମୀର ଓ ରିନା ଙ୍କ ର ଦୁଇଟି ସନ୍ତାନ , ଯୁନେଦ୍ ଓ ଜାଇରା ଖାନ୍ । ଅମୀର ଓ ରିନା ଙ୍କ ବିବାହ ବିଚ୍ଛେଦ ୨୦୦୨ ରେ ହୋଇଥିଲା । ଅମୀର ନିକଟରେ ନିଜର ଚଳଚ୍ଚିତ୍ର ଲାଲ୍ ସିଂହ ଚଢ଼ା ରେ ନଜର ଆସିବେ । ଯାହା ଚଳିତ ବର୍ଷ କ୍ରିସ୍ ମାସ ରେ ରିଲିଜ୍ ହେବ ।

Comments are closed.