ନର୍ଲା- (ଦୀପକ କୁମାର ଠାକୁର ) କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡର କେଶିଙ୍ଗା ବନାଞ୍ଚଳ ଅଧିନସ୍ଥରେ ଥିବା ରୁପ୍ରାରୋଡ ଶିଶୁ ବିଦ୍ୟା ମନ୍ଦିର ପରିସରରେ ବନ ବିଭାଗ ପକ୍ଷରୁ ୭୨ ତମ ବନମହୋସବ ସପ୍ତାହ ପାଳନ ହୋଇଯାଇଛି ।ରୁପ୍ରା ରୋଡ ସମିତି ସଭ୍ୟ କିଶୋର ଭୋଇ ଶିଶୁ ବିଦ୍ୟା ମନ୍ଦିର ପରିସରରେ ବୃକ୍ଷ ରୋପଣର କାର୍ୟ୍ୟ କ୍ରମର ଶୁଭାରମ୍ଭ କରିଥିଲେ । ଅଞ୍ଚଳର ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ ସାଙ୍ଗକୁ ମାସ୍କ ପ୍ରଦାନ କରିଥିଲେ ,ଅନ୍ୟ ମାନଙ୍କ ମଧ୍ୟରେ ଜଙ୍ଗଲ ବିଭାଗ ପକ୍ଷରୁ ରୁପ୍ରାରୋଡ ବନପାଳ ବିଶ୍ଵଜିତ ଠାକୁର ,ଅତିରିକ୍ତ ରେଞ୍ଜର ଯୁଧିଷ୍ଟିର ଜାଲ ,ତପନ ବେହେରା ,ଫକିର ବିଶ୍ଵାଳ ,ନିଗମ ସାହୁ ଉପସ୍ଥିତ ଥିବା ବେଳେ ଜଙ୍ଗଲ କମିଟିର ସଭାପତି ଦୁଲ୍ଲବ ମାହାର , ଏ ଜେ ୱାଇ ସଂସ୍ଥାର ହେମନ୍ତ ସାହୁ ,ବୋରିଙ୍ଗ ପଦର ଜଙ୍ଗଲ ବିଭାଗର ଭି ଏସ ଏସ ଅମିତ ଭୋଇ ,ବିଲାଟ ଗ୍ରାମର ସଦସ୍ୟ ରୁବି ଚନ୍ଦ୍ର ମାଝି ,ଶିଶୁ ବିଦ୍ୟା ମନ୍ଦିର ର ଆଚାର୍ୟ୍ୟ ହେମନ୍ତ କୁମାର ଭୋଇ ,ରମେଚନ୍ଦ୍ର ତ୍ରିପାଠୀ ସମେତ ନର୍ଲା ଗଣମାଧ୍ୟମ ପ୍ରତିନିଧି ଦୀପକ କୁମାର ଠାକୁର ,ତ୍ରିଲୋଚନ ଗଉଡ ,ପ୍ରଦୀପ ଗଉଡ ,ଅନିଲ କୁମାର ଅଗ୍ରୱାଲ ପ୍ରମୁଖ ୭୨ ତମ ବନମହୋସବ ସପ୍ତାହ ପାଳନ ରେ ଉପସ୍ଥିତ ଥିଲେ ।

Comments are closed.