Odisha news

ମନରେ କରୁଣା ଭାବ ଜାଗ୍ରତ କରିବାକୁ ହେଲେ ଗୌତମ ବୁଦ୍ଧଙ୍କର ଏହି ଛୋଟ କଥାଟିକୁ ଆପଣେଇବାକୁ ପଡିବ

ଗୌତମ ବୁଦ୍ଧ ପ୍ରଭୁଙ୍କୁ ଧ୍ୟାନ କରିବା ପରେ ନଗରକୁ ଭିକ୍ଷା କରିବାକୁ ନିଶ୍ଚିନ୍ତ ଯାଉଥିଲେ l ପ୍ରବଳ ଖରା ହେଉ କି ପ୍ରବଳ ବର୍ଷା ହେଉ ,ସେ ନିଜ ନିୟମକୁ ଅବଶ୍ୟ ପାଳନ କରୁଥିଲେ l ଦିନକର ଘଟଣା ବୁଦ୍ଧ ଭିକ୍ଷା କରି ଫେରୁଥିଲେ l ସେ ଅନ୍ୟ ଗୋଟିଏ ଦିଗକୁ ଚାଲିଲେ ଯେଉଁଠି ତାଙ୍କୁ ଅନ୍ୟ କାହାର ସ୍ୱର ଶୁଣା ଯାଉଥିଲା l କିଛି ବାଟ ଚାଲିଲା ପରେ ଦେଖିବାକୁ ପାଇଥିଲେ ଅନ୍ୟ ଜଣେ ଭିକ୍ଷୁଙ୍କୁ l ମଳ – ମୂତ୍ରରେ ଘାଣ୍ଟି ହୋଇ ଚିତ୍କାର କରୁଥିଲା l

ତାକୁ ଏପରି ଅବସ୍ଥାରେ ଦେଖି ବୁଦ୍ଧଙ୍କ ଚକ୍ଷୁରେ ଅଶ୍ରୁ ଆସିଗଲା l ସେ ଏହାପରେ ଭିକ୍ଷୁଙ୍କ ପାଖକୁ ଯାଇ ସମସ୍ତ ଘଟଣା ବିଷୟରେ ଜାଣିବାକୁ ଇଛା କରିଥିଲେ ଓ ପଚାରିଥିଲେ ଆପଣଙ୍କର ଏପରି ଅବସ୍ଥା କିପରି ହେଲା l ଏହାପରେ ଭିକ୍ଷୁ ଜଣଙ୍କ କହିଥିଲେ “ହେ ମହାତ୍ମା ,ମତେ ଗୋଟିଏ ବଡ଼ ରୋଗ ହୋଇଯାଇଛି l ଏହି ରୋଗ ଶୀଘ୍ର ଭଲ ହେବନାହିଁ l “ବୁଦ୍ଧ ପଚାରିଥିଲେ “ତୁମ ସାଥି କେଉଁଠାରେ ଅଛି ?ଏହାପରେ ଭିକ୍ଷୁ କହିଥିଲେ ସେମାନେ ମତେ ସମସ୍ତେ ଛାଡି ଚାଲିଗଲେ l ମୁଁ ଏତେ ଅକ୍ଷମ ଯେ ନିଜ ଶରୀରକୁ ମଧ୍ୟ ସଫା କରି ପାରିବି ନାହିଁ l

ଏହାପରେ ବୁଦ୍ଧ ନିକଟରୁ ଗୋଟିଏ ସରୋବରରୁ ଜଳ ଆଣିଥିଲେ ଓ ଭିକ୍ଷୁଙ୍କୁ ସଫା ସୁତୁରା କରିଥିଲେ ଓ ତା ପରେ ନିଜ ଭିକ୍ଷାର ଖାଦ୍ୟ ତାଙ୍କୁ ଦେଇଥିଲେ l ଏହାପରେ ନିଜ କାନ୍ଧରେ ଉଠାଇ ବୌଦ୍ଧ ବିହାର ନେଇ ଯାଇଥିଲେ l ଏହାପରେ ସେଠାରେ ସେ ନିଜ ଶିଷ୍ୟ ମାନଙ୍କୁ କହିଥିଲେ ଭିକ୍ଷୁଙ୍କର ସେବା କରିବା ପାଇଁ l ଏହାପରେ ଶିଷ୍ୟମାନେ ପଚାରିବାରୁ କହିଥିଲେ ଇଏ ହେଉଛନ୍ତି ଜଣେ ଅଭାଗା ଭିକ୍ଷୁ l ଯେତେବେଳେ ଏହାର ଖରାପ ସମୟ ଆସିଲା ତାଙ୍କ ବନ୍ଧୁମାନେ ତାଙ୍କୁ ଛାଡି ଚାଲିଗଲେ l

ଏପରି କରିବା ଉଚିତ ନୁହେଁ ,କାରଣ ଅସୁବିଧା ସମୟରେ ଜଣେ ଆଉ ଜଣଙ୍କର ସହାୟତା କରିବା ଆବଶ୍ୟକ  l ଯଦି ନିଜ ମନରେ କରୁଣାର ଭାବ ନାହିଁ ,ତେବେ ଏହି ମଣିଷ ଜନ୍ମ ବ୍ୟାର୍ଥ ଅଟେ l କିଛି ଦିନ ପର୍ଯ୍ୟନ୍ତ ତାଙ୍କର ଶିଷ୍ୟ ମାନେ ଭିକ୍ଷୁ ଜଣଙ୍କର ସେବା କରିଥିଲେ ଓ ସେ ମଧ୍ୟ ସୁସ୍ଥ ହୋଇଥିଲେ l ବୁଦ୍ଧ କହିଥିଲେ ଜୀବନରେ କରୁଣା ଭାବ ରଖିବା ଦ୍ୱାରା ମଣିଷକୁ ଈଶ୍ୱରଙ୍କ ଆଶୀର୍ବାଦ ମିଳିଥାଏ

Comments are closed.