Odisha news

ହେପାଟାଇଟିସ ବି ସଚେତନତା କାର୍ଯ୍ୟକ୍ରମ

0

ଡେଲାଙ୍ଗ, ୦୯/୦୩ : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ବେରବୋଇ ପଞ୍ଚାୟତର ଡଂପୁରୁ ସ୍ଥିତ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଆଭା ପରିସରରେ ହେପାଟାଇଟିସ ବି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ଅନୁଷ୍ଠାନର ସମ୍ପାଦକ ସୁଧୀରଚନ୍ଦ୍ର ଦାଶଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ଭାବେ ସମ ହସ୍ପିଟାଲର ବିଶେଷଜ୍ଞ ଡାକ୍ତର ପ୍ରଫେସର ଗିରୀଶ କୁମାର ପତି, ଡାଃ ବୈଭବ ଭେଙ୍କଟସ୍, ରିସର୍ଚ୍ଚ ଅଶିଷ୍ଟାଣ୍ଟା ପ୍ରଦୀପ ମଲ୍ଲିକ, ଉତ୍ତମ ସାହୁ ଯୋଗଦେଇ ଓଡ଼ିଶାରେ ପ୍ରତିବର୍ଷ ୪ରୁ ୫ ହଜାର ଲୋକ ହେପାଟାଇଟିସ୍‌ରେ ଆକ୍ରାନ୍ତ ହେଉଛନ୍ତି। ରାଜ୍ୟର କେତେକ ଜନଜାତିଙ୍କଠାରେ ହେପାଟାଇଟିସ ‘ବି’ ମାତ୍ରା ଅଧିକ। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଏହି ରୋଗ ନିରୂପଣ କରିବା କଷ୍ଟସାଧ୍ୟ। ରାଜ୍ୟରେ ହେପାଟାଇଟିସ୍‌ ‘ଏ’ ଏବଂ ‘ଇ’ ଅଧିକ ଦେଖାଯାଉଛି। ଦୂଷିତ ଜଳ ଏବଂ ଖାଦ୍ୟପଦାର୍ଥ ଗ୍ରହଣ ଯୋଗୁ ହେପାଟାଇଟିସ ‘ଏ’ ସଂକ୍ରମଣ ହୋଇଥାଏ। ବିଭିନ୍ନ ସ୍ଥାନରେ ରହିଥିବା  ପାଣି ଟାଙ୍କି ଠିକ୍‌ ଭାବେ ସଫା ହେଉ ନ ଥିବାରୁ ବହୁ ବ୍ୟକ୍ତି ବିଶେଷ ହେପାଟାଇଟିସରେ ସଂକ୍ରମିତ ହେଉଥିବା ସୂଚନା ଦେଇଛନ୍ତି।

ଅନ୍ୟପଟେ ଏହି ରୋଗରୁ ମୁକ୍ତି ପାଇବା ପାଇଁ ବିଭିନ୍ନ ପ୍ରକାରର ପ୍ରତିରୋଧ ରାସ୍ତା ମଧ୍ୟ ଦେଖାଇଥିଲେ।ଏହି କାର୍ଯ୍ୟକ୍ରମକୁ ଆଭା ସମ୍ପାଦକ ଦୁର୍ଯ୍ୟୋଧନ ପରିଡା, ସହ ସମ୍ପାଦକ ବାଲୁଙ୍କେଶ୍ଵର ପରିଡା, ଗୁଆଳିପଡା ସରପଞ୍ଚ କାଳନ୍ଦୀ ଚରଣ ଜେନା, ଡକ୍ଟର କ୍ଷେତ୍ରବାସୀ ପ୍ରଧାନ ପ୍ରଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ।ଏଥିରେ ୨୫୦ ଜଣଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇଥିଲା।ମେଡିକାଲ ଷ୍ଟାଫ ଭାଗ୍ୟଲକ୍ଷ୍ମୀ ବଳିଆରସିଂ,ଭବାନୀ ପ୍ରିୟଦର୍ଶିନୀ ଲେଙ୍କା, ଉତ୍ତମ ସାହୁ, ନୂର ୱାରସୀ ପ୍ରମୁଖ ଅନ୍ତେବାସୀଙ୍କ ରକ୍ତ ନମୁନା ସଂଗ୍ରହ କରିଥିଲେ।ସେହିପରି ବିଶ୍ଵ ମହିଳା ଦିବସ ଉପଲକ୍ଷେ ଆଭା ପରିସରରେ ଥିବା ମହିଳା ଅନ୍ତେବାସୀ ଓ ମହିଳା କର୍ମଚାରୀ ମାନଙ୍କ ମଧ୍ୟରେ ଝୋଟି, ମ୍ୟୁଜିକ ଚେୟାର, ହୁଳହୁଳି ପ୍ରତିଯୋଗିତା କରାଯାଇଥିଲା।ଏଥିରେ କୃତକାର୍ଯ୍ୟ ହୋଇଥିବା ମହିଳା ମାନଙ୍କୁ ପୁରସ୍କୃତ କରାଯାଇଥିଲା।ଅନୁଷ୍ଠାନର  କବିତା ସାହୁ, ସ୍ଵତୀଶ୍ରୀ ମହାପାତ୍ର, ସନ୍ତୋଷ କୁମାର ରଣା, ପୂର୍ଣ୍ଣଚନ୍ଦ୍ର ସାହାଣୀ, ଦୀପକ କୁମାର ସ୍ଵାଇଁ ପ୍ରମୁଖ ସହଯୋଗ କରିଥିଲେ।

Nalco
Leave A Reply