Odisha news

ମରିବା ପୂର୍ବରୁ ପାଞ୍ଚଟି ଲୋକଙ୍କୁ ଜୀବନଦାନ ଦେଇ ଅମର ହୋଇଗଲା ୧୭ ବର୍ଷୀୟ ସେଵାରାମ

0

ନୂଆଦିଲ୍ଲୀ : ରାଜସ୍ଥାନର ଧଉଳିପୁର ଜିଲ୍ଲାର ଗଙ୍ଗା ଦାସ ଗାଁର ୧୭ ବର୍ଷୀୟ ଯୁବକ ମରି ନାହିଁ ବରଂ ସେ ଅମର ହୋଇ ଯାଇଛି l ସେବାରମଙ୍କର ପରିଜନ ମାନେ ତାଙ୍କର ମସ୍ତିସ୍କ କାର୍ଯ୍ୟ ନକରିବାରୁ ,ତାଙ୍କ ଅଙ୍ଗ ଗୁଡିକୁ ଦାନ କରି ପାଞ୍ଚ ଜଣଙ୍କୁ ଜୀବନ ଦାନ ଦେଇଛନ୍ତି l ସେବାରାମ ବର୍ତ୍ତମାନ ଏହି ଦୁନିଆରେ ନାହାନ୍ତି କିନ୍ତୁ ତାଙ୍କର ସ୍ମୃତି ରହି ଯାଇଛି l ତାଙ୍କ ବାପା ମା ବର୍ତ୍ତମାନ ପାଞ୍ଚଜଣ ଲୋକଙ୍କ ମଧ୍ୟରେ ନିଜ ପୁଅକୁ ଦେଖି ପାରିବେ l ମାତା ପିତା ନିଜ ପୁଅର ସେବାରାମ ଦେଇଥିବା ନାମକୁ ନେଇ ଗର୍ବିତ ଅନୁଭବ କରୁଛନ୍ତି l

୧୭ ବର୍ଷୀୟ ସେବାରାମାଙ୍କର ଫେବୃଆରୀ ୧୬ ତାରିଖ ଦିନ ମଟର ସାଇକେଲ ଧକ୍କା ହେବା ଦ୍ୱାରା ମସ୍ତିଷ୍କରେ ଗଭୀର କ୍ଷତ ହୋଇଥିଲା ଓ ସେ ଆହତ ବସ୍ଥାରେ ଜିଲ୍ଲା ଚିକିତ୍ସାଳୟରେ ଭର୍ତି ହୋଇଥିଲେ l କିନ୍ତୁ ତାଙ୍କର ଅବସ୍ଥା ଗମ୍ଭୀର ଥିବାରୁ ଉପଚାର ପାଇଁ ଗୋଆଲିୟର ପଠାଇ ଦିଆଗଲା l କିନ୍ତୁ ସେଠାରେ ମଧ୍ୟ କିଛି ସୁଧାର ଆସିଲା ନାହିଁ l ଏହାପରେ ତାଙ୍କର ପରିଜନ ଜୟପୁରର ସବୁଠୁ ବଡ଼ ଚିକିତ୍ସାଳୟକୁ ନେଇ ଗଲେ ଦୁଇଦିନ ହେଲା ତାଙ୍କର ମସ୍ତିସ୍କ କାମ ନକରିବାରୁ ପରିଜନ ମାନେ ତାଙ୍କର ଅଙ୍ଗ ଦାନ କରିବାକୁ ସ୍ଥିର କଲେ l ଯାହା ଦ୍ୱାରା ପାଞ୍ଚଜଣ ଲୋକଙ୍କୁ ନୂଆ ଜୀବନ ମିଳିଲା l

ଅଙ୍ଗଦାନ ପରେ ଷୋମବାର ଦିନ SMS ଡାକ୍ତର ଖାନାରେ ଡାକ୍ତର ମାନେ ତାଙ୍କୁ ସହିଦ ଘୋଷଣା କରି ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ l ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗହ୍ୱଲତ ଟ୍ୱିଟ କରି ତାଙ୍କ ପରିବାରର ଆଭାର ବ୍ୟକ୍ତ କରିଛନ୍ତି l ସେ ଲେଖିଛନ୍ତି ସେଵାରାମ ଯାଉ ଯାଉ ନିଜର ଅଙ୍ଗଦାନ କରି ପାଞ୍ଚଟି ଲୋକଙ୍କୁ ଜୀବନ ଦାନ ଦେଇଛି l ସେଵାରାମଙ୍କର ହୃତ୍ପିଣ୍ଡ ,ଲିଭର ,ଲଙ୍ଗସ ଓ ଦୁଇଟି କିଡ୍ନୀ ଦାନ କରାଯାଇଛି l ଉକ୍ତ ଡାକ୍ତର ଖାନାର ଚିକିତ୍ସକ କହିଛନ୍ତି ଯେ ସେଵାରାମ ଯାଉ ଯାଉ ଗର୍ବର ସହିତ ନିଜ ଘରଲୋକ ଓ ଗାଁ ଲୋକଙ୍କୁ ବଂଚିବା ଶିଖାଇ ଦେଲା ,ଶେଷ ନିଶ୍ୱାସ ନେଉ ନେଉ ପାଞ୍ଚ ଜଣଙ୍କୁ ଜୀବନ ଦାନ ଦେଲା l

Govt
Leave A Reply