Odisha news

ବିନା ସୂଚନା ଫଳକରେ ଚାଲିଛି କାର୍ଯ୍ୟ ନିର୍ବାହ ଅଧିକାରୀଙ୍କ କାର୍ଯ୍ୟାଳୟ ନିର୍ମାଣ

ନର୍ଲା (ଦୀପକ କୁମାର ଠାକୁର) ନର୍ଲା ବ୍ଳକ ଅନ୍ତର୍ଗତ ବାଗପୁର ପଞ୍ଚାୟତ ପରିସରରେ ନିର୍ମାଣ ହେଉଛି ସ୍ଥାନୀୟ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟ । ତେବେ ଏଠାରେ ଜଣେ ସରକାରୀ ଯନ୍ତ୍ରୀ ବାରମ୍ବାର ସରକାରଙ୍କ ନିୟମକୁ ଉଲ୍ଲଂଘନ କରୁଥିବା ଅଭିଯୋଗ ହେଉଛି। ଏଠାରେ  ବିନା ସୂଚନା ଫଳକରେ ସରକାରୀ ଗୃହ ନିର୍ମାଣ ହେଉଥିବାବେଳେ ଏଥିପାଇଁ ଜନସାଧାରଣରେ ଦ୍ଵନ୍ଦ ଦେଖାଯାଇଛି। ସରକାରୀ ସୂଚନା ମୁତାବକ କାର୍ଯ୍ୟ ଆରମ୍ଭ ପୂର୍ବରୁ ସୂଚନା ଫଳକରେ କେଉଁ ପାଣ୍ଠିରୁ କେତେ ଟଙ୍କା ଅଟକଳରେ ନିର୍ମାଣ କାର୍ଯ୍ୟ ଚାଲିଛି ତାହା ଉଲ୍ଲେଖ ରହିଥାଏ।ପୁଣି କି ପ୍ରକାର ନିର୍ମାଣ ହେବ ଓ ଦିନ ମଜୁରିଆଙ୍କ ପାରିଶ୍ରମିକ କେତେ ରହିବ ଏସବୁ ଉଲ୍ଲେଖ ରହିଥାଏ। ସରକାରୀ ନିୟମର ଅଣଦେଖା ସହ କାର୍ଯ୍ୟ ସ୍ଥଳରେ କୈ।ଣସି କନିଷ୍ଠ ଯନ୍ତ୍ରୀ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ କି ଠିକାଦାରଙ୍କ ଦେଖା ଦର୍ଶନ ମିଳୁ ନ ଥିବାରୁ କେବଳ ଶ୍ରମିକ ମାନେ ହିଁ କାର୍ଯ୍ୟର ମାଲିକ ସାଜିଥିବାରୁ ଏହା ଭୂତ ନିବାସ ନା ସରକାରୀ ଗୃହ ବୋଲି ଜନସାଧାରଣରେ ଆଲୋଚନା ହେଉଛି। ଏଥିପ୍ରତି ଜିଲ୍ଲାପାଳ ସ୍ଵତନ୍ତ୍ର ଦୃଷ୍ଟି ଦେବାକୁ ବିଭିନ୍ନ ମହଲରୁ ଦାବି ହେଉଛି।

Comments are closed.