Odisha news

ଜାତୀୟ ହସ୍ତତନ୍ତ ମେଳା ଉଦ୍‍ଯାପିତ

ଭୁବନେଶ୍ୱର, ତା.୧୭/୦୨/୨୦୨୧ମହାମାରୀ କୋଭିଡ୍‍-୧୯ର ପ୍ରତିବନ୍ଧକ ମଧ୍ୟରେ ବୟନିକା ଦ୍ୱାରା ଭୁବନେଶ୍ୱରସ୍ଥିତୟୁନିଟ୍‍-୩ ପ୍ରଦର୍ଶନୀ
ପଡ଼ିଆରେ ଆୟୋଜିତ ଜାତୀୟ ହସ୍ତତନ୍ତ ମେଳା ଆଜି ଉଦ୍‍ଯାପିତ ହୋଇଯାଇଛିା ଜାନୁଆରୀ ୨୦ ତାରିଖରୁ
ଆର ମ୍ଭ ହୋଇଥିବା ଏହି ମେଳା ଦୀର୍ଘ ୨୯ ଦିନର ଲ ମ୍ବା ଯାତା୍ର ପରେ ଆଜି ସମାପ୍ତ ହୋଇଯାଇଛିା ଗ୍ରାହକ ମାନ ଙ୍କ
ମଧ୍ୟରେ “ଜାତୀୟ ହସ୍ତତନ୍ତ ମେଳା’ ବିଶେଷ ଭାବରେ ଆଦୃତି ଲାଭ କରିଥିଲାା ଏହି ମେଳାର ଆକର୍ଷଣୀୟ
ସାଜସଜ୍ଜା, ମେଳା ମଧ୍ୟରେ ଉନ୍ମୁକ୍ତ ଖୋଲା ସ୍ଥାନ ଗ୍ରାହକମାନଙ୍କୁ ମେଳାରେ ବୁଲିବା ଓ ଷ୍ଟଲକୁ ଜିନିଷ କିଣିବା ପାଇଁ
ବିଶେଷ ଭାବରେ ଉତ୍ସାହିତ କରିଥିଲାା
ଏହି ମେଳାରେ ଲକ୍ଷ ହିସାବରେ ୯କୋଟିରୁ ଊର୍ଦ୍ଧ୍ୱର୍ ଟଙ୍କାର ବ୍ୟବସାୟ ହୋଇଥିଲାା କେବଳ ବୟନିକା
୧.୫୧ କୋଟି ଟଙ୍କାର ବ୍ୟବସାୟ କରିଥିବାବେଳେ, ପ୍ରାୟ ୩ କୋଟି ଟଙ୍କାର ଓଡ଼ିଶା ହସ୍ତତନ୍ତ ବସ୍ତ୍ର ବିକି୍ର
ହୋଇଛିା ଏହା ବ୍ୟତୀତ ତାମିଲନାଡ଼ୁର କୋପ୍‍ଟେକ୍ସ, ଆନ୍ଧ୍ରପ୍ରଦେଶର “ଆପ୍‍କୋ’, ମଧ୍ୟପ୍ରଦେଶର “ମୃଗନୟନୀ’,
କାଶ୍ମୀରର “କାସ୍‍ଫାବ୍‍’ ଗତବର୍ଷ ତୁଳନାରେ ଚଳିତ ବର୍ଷ ଭଲ ବ୍ୟବସାୟ କରି ନିଜର ଖୁସି ଜାହିର କରିଥିଲୋ
ଆଜି ମେଳାର ଅନ୍ତିମ ଦିବସରେ କ୍ରେତା-ବିକ୍ରେତା ସମ୍ମିଳନୀ ଆୟୋଜିତ ହୋଇଥିଲାା ଉଦ୍‍ଯାପନ
ଦିବସରେ ପ୍ରତ୍ୟେକ ଷ୍ଟଲ୍‍ର ଇନ୍‍ଚାର୍ଯମାନଙ୍କୁ ଏକ ଉତ୍ତରୀୟ, ମିଷ୍ଟାନ୍ନ ଓ ମାନପତ୍ର ଦେଇ ସମ୍ମାନିତ
କରାଯାଇଥିଲାା ଉଦ୍‍ଯାପନୀ ଉତ୍ସବର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ଶ୍ରୀ ଜ୍ୟୋତିପ୍ରକାଶ ଦାସ, ବୟନଶିଳ୍ପ
ନିର୍ଦ୍ଦେଶକ ତଥା ପରିଚାଳନା ନିର୍ଦ୍ଦେଶକ, ବୟନିକାା ଏହି ଉତ୍ସବରେ ଯୋଗଦାନ କରିଥିଲେ ବୟନଶିଳ୍ପ ନିର୍ଦ୍ଦେଶାଳୟ,
ବୟନିକା ଓ ବୁଣାକାର ସେବାକେନ୍ଦ୍ର, ଭୁବନେଶ୍ୱରର ଅଧିକାରୀବୃନ୍ଦା ମେଳାର ସଫଳତା ପାଇଁ ସମସ୍ତ ଦର୍ଶକ ଓ
ଗ୍ରାହକଙ୍କୁ ବୟନିକା ତରଫରୁ ଅଶେଷ ଧନ୍ୟବାଦ ପ୍ରଦାନ କରାଯାଇଥିଲାା

Nalco

Comments are closed.