Odisha news

ଖାରି ମୁଠା ଠାରେ ଖଦାଳ କୁଳ ରଜିଲା ସଭାପତିଙ୍କ ଦ୍ବାରା କୋଠ ଘର ପ୍ରତିଷ୍ଠା ସହ ଉଦଘାଟନ

ପୋଲସରା :(ରଂଜୟ ପାଣିଗ୍ରାହୀ)ଆଜି ଆଠଗଡ ତାଲୁକା ବାଉରୀ ଖଦାଳ କୁଳ ମହାସଂଘ ତରଫରୁ ଖାରିମୁଠା ଠାରେ ଖଦାଳକୁଳ କୋଠଘର ପ୍ରତିଷ୍ଠା ସହ ଉଦଘାଟନ ହୋଇଯାଇଅଛି ।ଏହି କୋଠ ଘରକୁ ଜିଲାସଭାପତି ଶ୍ରୀ ଶୁନ୍ୟ ଦାଶ ଉଦଘାଟନ କରିଥିବାବେଳେ।ମୁଖ୍ୟ ଅତିଥି ଭାବେ ବଡ ଖରିଡା ସରପଞ୍ଚ କେଶରୀ ନାହାକ ଅତିଥି ଭାବେଭୁତସରସିଂ ସରପଞ୍ଚ ସରୋଜିନୀ ନାହାକ ପ୍ରମୁଖ ଉପସ୍ଥିତଥିଲେ । ଦେବରାଜ ନାହାକ ,ଶ୍ରୀ ଭାଇଗ ନାହାକ ଓ ଶ୍ରୀ ବିଷ୍ଣୁ କୁମାର ନାହାକ ଏବଂ ଖାରି ମୁଠା ର ଜନ ସାଧାରଣ ଙ୍କ ସହଯୋଗ ରେ ଅନୁଷ୍ଠିତ ହୋଇଥିଲା ।
ଘର ପ୍ରତିଷ୍ଠା ସହିତ କୁଳ ର ସାଧାରଣ ବୈଠକ ଅନୁଷ୍ଠିତ କରାଯାଇଥିଲା ।ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବଡ଼ଖରୀଡା ସରପଞ୍ଚ କେଶରୀ ନାହାକ ଓ ଭୂତସରସିଙ୍ଗି ସରପଞ୍ଚ ସରୋଜିନୀ ନାହାକ ଏବଂ ସାଂମ୍ମାନୀତ ଅତିଥି ଭାବେଆଠଗଡତାଲୁକା ସଭାପତି ଶ୍ରୀ ଅମର ନାହାକ ଓ ଜିଲ୍ଲା ସମ୍ପାଦକ ଶ୍ରୀ ଅର୍ଜ୍ଜୁନ ନାହାକ ଯୋଗଦେଇଥିଲେ ।ଏହି କୋଠ ଘରଟି ଖାରି ମୁଠା ର ସମସ୍ତ ଖଦାଳ କୂଳରଲୋକଙ୍କ ଦ୍ବାରା ନିର୍ମିତ କରାଯାଇଅଛି ।ଆଜି ଉଦଘାଟନ ଜିଲ୍ଲା ସଭାପତି ଙ୍କ ଦ୍ଵାରା ପ୍ରତିଷ୍ଠିତ ହେବା ସହ କୁଳ ର ଉନ୍ନତି ଦିଗରେ ପଦକ୍ଷେପ ଗ୍ରହଣ କରାଯାଇଛି ।
ସଭାଟିକୁ ସୁଚାରୁ ରୂପେ ଜିଲ୍ଲା ତଥା ତାଲୁକା ସମ୍ପାଦକ ଶ୍ରୀ ହୀନ ନାହାକ ପରିଚାଳନା କରିଥିଲେ ।ଜିଲ୍ଲା ର 12ଗୋଟି ତାଲୁକା ର ସଭାପତିଙ୍କ ସହ ଖାରି ମୁଠା ର   ଜନ ସାଧାରଣଉପସ୍ଥିତ ରହି ଜିଲ୍ଲା ସଂଗଠନ ଗଠନ ପାଈଁ ପୂର୍ଣ୍ଣ ସମର୍ଥନ ଜଣାଇବା ସହ ଆସନ୍ତା ଦିନରେ ଏହିପରି ପ୍ରତି ମୁଠାରେ ସଭା ଅନୁଷ୍ଠିତ ହେବା ସହ କୂଳରେ ଗରିବ ଲୋକମାନଙ୍କୁ ଶୋଷଣ ସହ ଲୋଭର ପ୍ରଲଭନ ଦେଖାଇ ବିଶୁଙ୍ଖଳା କରୁଥିବା ବେପାରୀ ଗୋଷ୍ଠୀର ସଦସ୍ୟମାନଙ୍କ ଠାରୁ ଦୁରେଇ ରୁହନ୍ତୁ ବୋଲି ଜିଲା ସଭାପତି ଶ୍ରୀ ଦାଶ ସଭାରେ ଉପସ୍ଥିତ ଥିବା ସମସ୍ତ କାର୍ଯ୍ୟ କର୍ତ୍ତା ମାନଙ୍କୁ ସମସ୍ତ ମୁଠାରେ ଜଣାଇ ଦେବାକୁ ଘୋଷଣା କରିଥିଲେ ।ଆଜି ର ସଭା ଟି ଖାରି ପୋଲି ମୁଠାର ଲୋକମାନ ଙ୍କ ଦ୍ଵାରା ପ୍ରସ୍ତୁତ କରାଯାଇଥିଲା ।
Nalco

Comments are closed.