Odisha news

ରାଜ୍ୟ ଜଳ ସମ୍ପଦ ବିଭାଗ ର ପ୍ରମୁଖ ସଚିବ ଙ୍କ ଆନନ୍ଦପୁର ଗସ୍ତ ୨୦୨୧ ରେ କେନାଲ ଓ ବ୍ୟାରେଜ କାର୍ଯ୍ୟ ଶେଷ ପାଇଁ ନିର୍ଦ୍ଦେଶ

0
ଆନନ୍ଦପୁର ; ରାଜ୍ୟ ଜଳ ସେଚନ ବିଭାଗ ର ପ୍ରମୁଖ ସଚିବ, ଅନୁ ଗର୍ଗ ଆନନ୍ଦପୁର ବୈତରଣୀ ନଦୀରେ ନିର୍ମାଣାଧୀନ ବ୍ୟାରେଜ ଓ ବାମ ପାର୍ଶ୍ଵ କେନାଲ ର ଅଗ୍ରଗତି ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ତଦାରଖ କରି ଆଗାମୀ ୨୦୨୧ ଡିସେମ୍ବର ଶେଷ ସୁଦ୍ଧା କାର୍ଯ୍ୟ ଶେଷ କରି ଚାଷିମାନଙ୍କୁ କେନାଲ ମାଧ୍ୟମରେ ଜଳ ଯୋଗାଇ ଦେବାକୁ ଆୟୋଜିତ ବୈଠକ ରେ ସମସ୍ତ ବିଭାଗୀୟ ମନ୍ତ୍ରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ୬୦ ହଜାର ହେକ୍ଟର ଜମିକୁ ଜଳସେଚନ ଲକ୍ଷ୍ୟ ଥିଲା ବେଳେ କାର୍ଯ୍ୟ ମନ୍ତ୍ର ଗତିରେ ଚାଲିଥିବା ରୁ ଏହା ବର୍ତମାନ ସୁଦ୍ଧା ବିଫଳ ହୋଇଛି । କେନ୍ଦୁଝର, ବାଲେଶ୍ଵର, ଓ ଭଦ୍ରକ ଜିଲ୍ଲାର ଚାଷୀମାନଙ୍କ ଆବଶ୍ୟକତା କୁ ଦୃଷ୍ଟିରେ ରଖି ପୁର୍ବତନ ଜଳସେଚନ ମନ୍ତ୍ରୀ ଅର୍ଜ୍ଜୁନ ସେଠୀଙ୍କ ଉଦ୍ୟମ ରେ ଏହି ବ୍ୟାରେଜ ନିର୍ମାଣ ନିଷ୍ପତ୍ତି ହେଇଥିଲା । ମାତ୍ର ଆନନ୍ଦପୁର ବ୍ୟାରେଜ ର ନିର୍ବାହୀ ଯନ୍ତ୍ରୀ ଙ୍କ ଅପାରଗତା ଯୋଗୁଁ ତଥା କେତେକ ସ୍ୱଳ୍ପ ଜମି ଅଧିଗ୍ରହଣ ହୋଇ ପାରୁନଥିବାରୁ କେନାଲ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରୁନାହିଁ । ନିକଟରେ ମୂଖ୍ୟ ନିର୍ମାଣ ଯନ୍ତ୍ରୀ ରୋହିତ କୁମାର ସେଠୀ ଯୋଗ ଦେବା ପରେ ବ୍ୟାରେଜ ର ଦୁଇ ପାର୍ଶ୍ୱ କାର୍ଯ୍ୟ ଓ ଅସମ୍ପୂର୍ଣ୍ଣ କେନାଲ କାର୍ଯ୍ୟ କୁ ଯୁଦ୍ଧକାଳୀନ ଭିତ୍ତିରେ ନିର୍ମାଣ କରିବା  ପାଇଁ ଜମିହରା ଲୋକଙ୍କ ଆପତ୍ତି ଅଭିଯୋଗ କୁ ବିଚାର କୁ ନେଇ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇବା ସହିତ ଜମି ଅଧିଗ୍ରହଣ ଅଧିକାରୀ ଙ୍କ ସହ ଆଲୋଚନା କରି ଉପଯୁକ୍ତ ପଦକ୍ଷେପ ନେଇ କେନାଲ କାର୍ଯ୍ୟ କୁ ସମ୍ପୂର୍ଣ୍ଣ କରିବାକୁ ଯାରିରଖିବା ଦେଖାଯାଇଛି । ବୈତରଣୀ ନଦୀର ଉଭୟ ପାର୍ଶ୍ଵରେ ଚାଲିଥିବା କାର୍ଯ୍ୟ ସ୍ଥଳରେ ଯନ୍ତ୍ରୀ ମାନେ ଅନୁପସ୍ଥିତ ରହୁଥିବାରୁ କାର୍ଯ୍ୟ ସରକାର ଙ୍କ ଆକଳନ ଅନୁଯାୟୀ ହେଉନଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରୁଛନ୍ତି । ବିଭାଗୀୟ ସଚିବ ବ୍ୟାରେଜ ର ଉଭୟ ପାର୍ଶ୍ଵ ଓ କେନାଲ କାର୍ଯ୍ୟ ତଦାରଖ ପାଇଁ ଆସିଥିବା ବେଳେ ବ୍ୟାରେଜ ନିର୍ବାହୀ ଯନ୍ତ୍ରୀ ଅନୁପସ୍ଥିତ ଥିବାରୁ ପ୍ରମୁଖ ସଚିବ କ୍ଷୋଭ ପ୍ରକାଶ କରି ଉପସ୍ଥିତ ସର୍ବୋଚ୍ଚ ଯନ୍ତ୍ରୀ, ଅତିରିକ୍ତ ସଚିବ ଓ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଙ୍କୁ ପ୍ରଶ୍ନ କରିଥିଲେ । ସୁଚନା ଯୋଗ୍ୟ ବ୍ୟାରେଜ ଓ ବୈତରଣୀ ନଦୀର ଉଭୟ ପାର୍ଶ୍ଵ କାର୍ଯ୍ୟ ବର୍ତମାନ ସୁଦ୍ଧା ସମସ୍ତ କେନାଲ ର ନିର୍ମାଣ କାର୍ଯ୍ୟ ଓ କେତେକ ଜମି ଅଦ୍ୟାବଧି ଅଧିଗ୍ରହଣ ହୋଇନଥିବା  ବାବଦରେ ସମସ୍ତ ବିବରଣୀ ଆନନ୍ଦପୁର ବ୍ୟାରେଜ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଶ୍ରୀ ସେଠୀ ବିଭାଗୀୟ ପ୍ରମୁଖ ସଚିବ ଙ୍କୁ ସମସ୍ତ ତଥ୍ୟ ଅବଗତ କରାଇବା ସହିତ ବଳକା କାର୍ଯ୍ୟ କୁ ସମ୍ପୂର୍ଣ୍ଣ କରିବାପାଇଁ ସମସ୍ତ ଉଦ୍ୟମ ଜାରି ରଖି ଅସମ୍ପୂର୍ଣ୍ଣ କାର୍ଯ୍ୟ କୁ ଯଥା ଶୀଘ୍ର ସମ୍ପୂର୍ଣ କରିବାକୁ ସହମତି ପ୍ରଦାନ କରିଥିଲେ । ୨୦୨୦ ର ଜାନୁଆରୀ ୩୧ ରେ ଏହି ବ୍ୟାରେଜ  କୁ  ମୂଖ୍ୟ ମନ୍ତ୍ରୀ ଉଦ୍ଘାଟନ କରିଥିଲେ । ଦୀର୍ଘ ଏକ ବର୍ଷ ବିତିଯାଇଥିଲେ ମଧ୍ୟ  କେନାଲ କାର୍ଯ୍ୟ ସମ୍ପୂର୍ଣ୍ଣ ସୋଇପାରୁନଥିବା ବାବଦରେ ଅବଗତ ହୋଇଥିଲେ । ବାମ ପାର୍ଶ୍ଵ କେନାଲ ଅଧା ରେ ଅଟକିଥିଲା ବେଳେ ଦକ୍ଷିଣ ପାର୍ଶ୍ବ ର କେନାଲ ଆଗେଇ ପାରୁନାହିଁ । ସମୀକ୍ଷା ବୈଠକ ରେ ପ୍ରମୁଖ ସଚିବ ଙ୍କ ସମେତ ଅତିରିକ୍ତ ସଚିବ ରାଜେନ୍ଦ୍ର କୁମାର ପଟ୍ଟନାୟକ, ସର୍ବୋଚ୍ଚ ଯନ୍ତ୍ରୀ ଯ୍ୟୋର୍ତୀମୟ ରଥ, ବ୍ୟାରେଜ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ରୋହିତ କୁମାର ସେଠୀ, ଆନନ୍ଦପୁର ଉପଜିଲ୍ଲାପାଳ ସରୋଜ କୁମାର ଦତ୍ତ, ଓ ଉପଖଣ୍ଡ ଜମି ଅଧିଗ୍ରହଣ ଅଧିକାରୀ ଉପସ୍ଥିତ ଥିଲେ ।
Nalco
Leave A Reply