ସିମୁଳିଆ-୦୨/୦୨ : ମିଲରଙ୍କ ବେପରୁଆ ମନୋଭାବ ଯୋଗୁଁ ଚାଷୀ ହନ୍ତସନ୍ତ ହେବାସହ ମଣ୍ଡୀ ଆଗରେ ବିକ୍ଷୋଭ ପ୍ରଦର୍ଶନ କରୁଥିବାବେଳେ ଘଟଣାସ୍ଥଳରେ ପହଞ୍ଚିଲେ ପୁର୍ବତନ ମନ୍ତ୍ରୀ । ବିବରଣୀରୁ ପ୍ରକାଶ ବାଲେଶ୍ୱର-ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ ମାର୍କୋଣା ଶାଖା ଅଧିନରେ ଥିବା ୬ଗୋଟି ସମବାୟ ସମିତି ଅଛି ସେଥି ମଧ୍ୟରୁ ସିମୁଳିଆ ବ୍ଲକ ଅନ୍ତର୍ଗତ ପୁରୁଷୋତ୍ତମପୁର ପଞ୍ଚାୟତର ବାଲିଖଣ୍ଡ ବଜାରରେ ଥିବା ପୁରୁଷୋତ୍ତମପୁର ସେବା ସମବାୟ ସମିତିରେ ଚାଷୀଙ୍କୁ ଜାନୁୟାରୀ ମାସ୩୦ ତାରିଖରେ ମଣ୍ଡିରେ ଧାନ ବିକ୍ରୟ କରିବାକୁ ଅନୁମତି ମିଳିଥିଲା । ମାତ୍ର ତିନି ଦିନ ଧରି ଧାନ ମଣ୍ଡିରେ ପଡି ରହିଛି । ଧାନ ନଷ୍ଟ ହେବା ସହିତ ଚାଷୀ ହନ୍ତସନ୍ତ ହେଉଥିବାର ଦେଖିବାକୁ ମିଳିଥିଲା । ସିମିତି ଓ ମିଲରଙ୍କ ବେପରୁଆ ମନୋଭାବ ଯୋଗୁଁ ଏଭଲି ଘଟଣା ହେଉଥିବାର ଚାଷୀମାନେ ପ୍ରକାଶ କରିଥିଲେ । ସୋମବାର ଦିନ ଚାଷୀ ସମିତି ଆଗରେ ବିକ୍ଷୋଭ କରୁଥିବାର ଦେଖା ଦେଇଥିଲା । ଖବର ପାଇ ପୂର୍ବତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡା ଘଟଣା ସ୍ଥଳରେ ପହଞ୍ଚି ସମିତିରେ ସଂପାଦକଙ୍କୁ ପଚାରି ବୁଝିଥିଲେ । ଚାଷୀଙ୍କୁ ବୁରା ନ ଦେବା,ଧାନର କାଟଣି ଛାଟନୀ ହେଉଥିବା ତଦାରଖ କରିଥିଲୋ ଏଥି ସହିତ ଉପରିସ୍ଥ ଅଧିକାରୀ ସହିତ କଥାବାର୍ତ୍ତା ହେବା ସହ ପୂଜା ମିଲର ଧାନ ଉଠାଇବାର ଥିଲେ ବି ଧାନ ନ ଉଠାଇ ଚାଷୀଙ୍କୁ ହଇରାଣ କରୁଥିବାରୁ ମିଲର ସହିତ କଥା ହୋଇଥିଲେ । ମିଲର ନିର୍ଦ୍ଦିଷ୍ଟ ସମୟ ଆସିବାକୁ କହି ଆସି ନ ଥିଲେ । ୪ର୍ଥ ଦିନରେ ଆଜି ଆସି ମିଲର ଧାନ ନେଇଥିବାର ଜଣାପଡିଛି । ବାରମ୍ବାର ସିମୁଳିଆରେ ଥିବା ମଣ୍ଡି ଗୁଡିକ ଚାଷୀଙ୍କୁ ହଇରାଣ ହରକତ କରୁଥିବାରୁ ଏଥି ପ୍ରତି ବାଲେଶ୍ୱର ଜିଲ୍ଲାପାଳ ଦୃଷ୍ଟି ଦେବାକୁ ପୁର୍ବତନ ମନ୍ତ୍ରୀ ଶ୍ରୀ ପଣ୍ଡା ଦାବି କରିଛନ୍ତି ।