Odisha news

ଜିସିଡି ଜିଲ୍ଲା ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଦର୍ପଣ ପୁସ୍ତିକା ବିତରଣ

0

ରାୟଗଡା,୨ ।୨ : ଜି.ସି.ଡି. ଜିଲ୍ଲା ଉଚ୍ଚ ବିଦ୍ୟାଳୟର ସମ୍ମିଳନୀ କକ୍ଷରେ ବିଶିଷ୍ଟ ଅତିଥି ମାନଙ୍କ ଉପସ୍ଥିତିରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ରାଜ୍ୟ ସରକାରଙ୍କ ଦ୍ୱାରା ଯୋଗାଇ ଦିଆଯାଇଥିବା ପରୀକ୍ଷା ଦର୍ପଣ ପୁସ୍ତିକାର ବିତରଣ କରାଯାଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହରିହର ମହାପାତ୍ରଙ୍କ ପୌରାହିତ୍ୟରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ସମଗ୍ର ଶିକ୍ଷାର ପ୍ରକଳ୍ପ ସଂଯୋଜିକା ଆନେସ୍ଥେସିଆ କେର୍କେଟା ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବିଦ୍ୟାଳୟର ମୋ ସ୍କୁଲ ଅଭିଯାନର ସଭାପତି ତଥା ପ୍ରାକ୍ତାନ ଛାତ୍ର ରାଜେଶ କୁମାର ପାଢୀ ମୂଖ୍ୟବକ୍ତା ଓ (ଏସ.ଏମ.ଡି.ସି)ର ବରିଷ୍ଠ ସଭ୍ୟ ବିଚିତ୍ରାନନ୍ଦ ସାହୁ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଚଳିତ ବର୍ଷ ଦଶମ ଶ୍ରେଣୀରେ ଆଧ୍ୟୟନରତ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଉଦ୍ଧିଷ୍ଟ ପରିକ୍ଷା ଦର୍ପଣ ପୁସ୍ତିକାର ଉପାଦେୟତା ସମ୍ବନ୍ଧରେ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ବୁଝାଇଥିଲେ । ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଶଶୀଭୂଷଣ ପଟ୍ଟନାୟକ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷୟତ୍ରୀ ଜ୍ୟୋସ୍ନରାଣୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଦଶମ ଶ୍ରେଣୀ ଶିକ୍ଷକ ଏମ. ମୁରଲି କ୍ରିଷ୍ଣା, ଅଜୟ ମିଶ୍ର ଓ କ୍ରୀଡା ଶିକ୍ଷକ ସୁନୀଲ କୁମାର ମହାନ୍ତି ଉକ୍ତ କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ପରିଚାଳନା କରିଥିବା ବେଳେ ଉପସ୍ଥିତ ୯୬ ଜଣ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଦର୍ପଣ ପୁସ୍ତିକା ବଣ୍ଟନ କରାଯାଇଥିଲା ।

Nalco
Leave A Reply