Odisha news

ଜିଲ୍ଳାପି ଓ କଚୁଡ଼ି ଖାଇବାର ସଉକ ରଖିଥିବା ମାଙ୍କଡ଼ : ସକାଳ ହେବା ମାତ୍ରେ ଦୋକାନରେ ଆସି କରିଥାଏ ଜଳଖିଆ

0

ନୂଆଦିଲ୍ଲୀ : ରାଜସ୍ଥାନର ଭାରତ ପୁରରେ ଗୋଟିଏ ମାଙ୍କଡ ଚର୍ଚାରେ ରହିଛି ,କାରଣ ଏହି ମାଙ୍କଡଟି ଯେତେବେଳେ ବି ଇଛା କରୁଛି କଚୁଡ଼ି ଓ ଜିଲ୍ଳାପି ଖାଇବା ପାଇଁ ଦୋକାନ ଭିତରକୁ ପଶି ଆସୁଛି l ଏମିତି ମଧ୍ୟ ହେଉଛି ମାଙ୍କଡଟି ସକାଳର ଜଳଖିଆ ଖାଇବା ପାଇଁ ଠିକ ସମୟରେ ଆସି ଦୋକାନରେ ପହଂଚି ଯାଉଛି l ଯେତେବେଳେ ଯାହା ବି ଖାଉଛି ତାକୁ କେହି ଅଟକାଉ ନାହାନ୍ତି କାରଣ ତା କଥାରେ କେହିବି ମୁଣ୍ଡ ପୁରାନ୍ତୁ ତାକୁ ପସନ୍ଦ ନୁହେଁ l ସେଥିପାଇଁ ଲୋକମାନେ ମଧ୍ୟ ତାକୁ କିଛି କହିବାର ସାହସ କରୁ ନାହାନ୍ତି ସେ ନିଜ ଇଛାରେ ଖାଇସାରି ଦୋକାନରୁ ଯିବା ପରେ ଦୋକାନୀ ଅନ୍ୟ ଗ୍ରାହକଙ୍କ କଥା ବୁଝିଥାଅ l

ଏହି ମାମଲାଟି ଚୌଵଉର୍ଜା ଅଂଚଳର l ଯେଉଁଠାରେ ପ୍ରସିଦ୍ଧ କଚୁଡ଼ି ତିଆରି ହୋଇଥାଏ ,ପ୍ରତେକ ଦିନ ସକାଳ ହେବ ମାତ୍ରେ ଗୋଟିଏ ମାଙ୍କଡ଼ ସେଠାକୁ ଆସିଥାଏ ଓ ସେଠାରେ ବସି କଚୁଡ଼ି ସହିତ ଜିଲ୍ଳାପି ଖାଇଥାଏ l ସେ ନିଜ ଖୁସି ଅନୁସାରେ ଅଧ ଘଣ୍ଟା ପର୍ଯ୍ୟନ୍ତ ବସି ନିଜ ଇଛା ଅନୁସାରେ ଯାହା ଚାହିଁଥାଆ ତାହା ଆଣି ଖାଇଥାଏ l ପେଟବିହାରୀ ଖାଇ ସାରିବା ପରେ ସେଠାରୁ ଚାଲି ଯାଇଥାଏ l କିନ୍ତୁ ଆଶ୍ଚର୍ଯ୍ୟର କଥା ହେଲା ମାଙ୍କଡଟି ଠାରେ ପେଟ ଭାରି ଖାଇବା ପରେ ଆଉ ଆସି ନଥାଏ l ଆହୁରି ମଧ୍ୟ ଏହି ମାଙ୍କଡଟି କାହାରି ଉପରେ ଆକ୍ରମଣ କରେ ନାହିଁ l ବେଳେବେଳେ ଯଦି ଇଛା ହୁଏ ଫଳ ଖାଇବା ପାଇଁ ଅନ୍ୟ କୋଉ ଦୋକାନକୁ ଯାଇଥାଏ l ଦୋକାନ ମାଲିକ ମାନେ ମଧ୍ୟ ତାକୁ କୌଣସି ବାଧା ନଦେଇ ଖାଇବାକୁ ଦିଅନ୍ତି ଓ ଗ୍ରାହକ ମାନଙ୍କ କଥା ପରେ ବୁଝନ୍ତି l

Leave A Reply