ତିହିଡ଼ି, ୨୩/୦୧, ତିହିଡି ବ୍ଲକ ଅଧିନ ପାଳିଆବିନ୍ଧାସ୍ଥିତ ବିଏନଏମ୍ଏ କଲେଜର ଏନସିସି କ୍ୟାଡେଟ୍ମାନେ ଚଳିତବର୍ଷର କେନ୍ଦ୍ର ସରକାରଙ୍କ ନିଷ୍ୱପତ୍ତି ଅନୁଯାୟୀ ନେତାଜୀ ସୁଭାଷଚନ୍ଦ୍ର ବୋଷ ଜୟନ୍ତୀକୁ ‘ପରାକ୍ରମ ଦିବସ’ ଭାବେ ପାଳନ କରିଛନ୍ତି । କଲେଜ ଅଧ୍ୟକ୍ଷ ଡଃ ଅଜିଜୁର ରହେମାନ ଓ ଏନସିସି ସବଲେପ୍ଟନାଣ୍ଟ କର୍ଣ୍ଣେଲ୍ ଅଧ୍ୟାପକ ଗୋବିନ୍ଦଚନ୍ଦ୍ର ବାଗ୍ଙ୍କ ନେତୃତ୍ୱରେ ଛାତ୍ରଛାତ୍ରୀମାନେ ମିଳିତ ପ୍ୟାରେଡ୍ କରିବା ପରେ ଭଦ୍ରକ ଦ୍ୱିତୀୟ ଓଡ଼ିଶା ନାଭାଲ୍ ୟୁନିଟ୍ ପକ୍ଷରୁ ଅନୁଷ୍ଠିତ ସମାରୋହରେ ଯୋଗଦାନ କରିଥିଲେ । କମାଣ୍ଡିଂ ଅଫସିର କମାଣ୍ଡର ପ୍ରଦୀପ କୁମାର ବସା ଏହାକୁ ଉଦ୍ଘାଟନ କରି ତାଙ୍କ ବକ୍ତବ୍ୟ ମାଧ୍ୟମରେ ନେତାଜୀ ରାଜନୈତିକ ଆନେ୍ଦାଳନ ଓ ଭାରତୀୟ ରାଷ୍ଟ୍ରସେନା ଗଠନ ମାଧ୍ୟମରେ ଦେଶର ମୁକ୍ତିସଂଗ୍ରାମକୁ କେବଳ ସକ୍ରିୟ କରିନଥିଲେ, ସେ ଯୁବବର୍ଗକୁ ସର୍ବଦା ସଜାଗ ଓ ସତେଜ ରହିବାକୁ ପ୍ରୋତ୍ସାହିତ କରିଥିଲେ ବୋଲି କହିଥିଲେ ।
ଦିବସଟିକୁ ସ୍ମରଣୀୟ କରିବା ପାଇଁ ସ୍ୱାଧୀନତା ସଂଗ୍ରାମ, ପରାକ୍ରମ ଓ ଶାରୀରିକ ସତେଜତା ପ୍ରମୁଖ ପ୍ରସଙ୍ଗ ଉପରେ କ୍ୟାଟେଡ୍ମାନଙ୍କ ମଧ୍ୟରେ ଏକ ପେଣ୍ଟିଂ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହାପରେ ଦେଶଗଠନ ଓ ବଳୀଦାନର ଜାତୀୟଭାବ ଯୁବକମାନଙ୍କୁ ସ୍ମରଣ କରାଇବା ଉଦେ୍ଦଶ୍ୟରେ ଚଳଚ୍ଚିତ୍ର ସ୍କ୍ରିନଂ ମାଧ୍ୟମରେ ନେତାଜୀଙ୍କ ଜୀବନୀ ଆଧାରିତ ଏକ ସଂକ୍ଷିପ୍ତ ବିବରଣୀ ପ୍ରଦର୍ଶନ କରାଯାଇଥିଲା । ପାଳିଆବିନ୍ଧା ବିଏନଏମ୍ କଲେଜର କ୍ୟାଡେଟ୍ମାନଙ୍କ ସହିତ ଭଦ୍ରକ ସ୍ୱୟଂଶାସିତ କଲେଜ, ଭଦ୍ରକ ମହିଳା ମହାବିଦ୍ୟାଳୟ, ଭଦ୍ରକ ଜିଲ୍ଲାସ୍କୁଲ୍, ଏସବିଡ଼ି ଇଣ୍ଟରନେସନାଲ୍ ସ୍କୁଲ୍, ବାଗୁରାଇ ହାଇସ୍କୁଲ୍ ଓ ଚରମ୍ପା ଆରସିବିଏଲ୍ର ହାଇସ୍କୁଲ୍ର ମୋଟ ୨୫୦ ଏନସିସି ଏସ୍ଡିଏସ୍ଡବ୍ଲୁ୍ୟ ଓ ଜେଡିଜେଡବ୍ଲୁ୍ୟ କ୍ୟାଟେଡ ଏଥିରେ ଅଂଶଗ୍ରହଣ କରିଥିଲେ । କୃତି ପ୍ରତିଯୋଗୀମାନଙ୍କୁ କମାଣ୍ଡିଂ ଅଫିସର୍ ଶ୍ରୀ ବସା ପୁରସ୍କୃତ କରିଥିଲେ ।