ପାଣିକୋଇଲି, ୧୮ା୧: ଗୋଳେଇପୁର ପଂଚାୟତର ତେଲିଆ ଗ୍ରାମରେ ଆଜି ସୋଲାର ପାନୀୟ ଜଳ ପ୍ରକଳ୍ପ କୋରାଇ ବିଧାୟକ ଅଶୋକ ବଳଙ୍କ କରମଳରେ ଉଦ୍ଘାଟିତ ହୋଇଛି । କୋରାଇ ବିଡିଓ ଶ୍ୱେତା ସିଗ୍ଧା, ସ୍ଥାନୀୟ ସରପଂଚ କାର୍ତିକ ଦାସ, ଓ୍ାର୍ଡ ସଭ୍ୟା ପ୍ରିମିୟମୀ ବିଶ୍ୱାଳ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଏଥି ସହିତ ତେଲିଆ ଗ୍ରାମ ଠାରୁ ଅନନ୍ତେଶ୍ୱର ପୀଠକୁ ରାସ୍ତା ସଂଯୋଗୀ କରଣର ସମୀକ୍ଷା କରିବା ସହ ଗ୍ରାମ୍ୟ ପୋଖରୀ ଓ କ୍ଳବର ଉନ୍ନତୀ କରଣ ପାଇଁ ବିଧାୟକ ଶ୍ରୀ ବଳ ପ୍ରତିଶୃତି ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଯୁବ ବିଜେଡି ସଭାପତି ପ୍ରତାପ କୁମାର ମହାନ୍ତି, ସନ୍ତୋଷ କୁମାର ସାହୁ, ଗଙ୍ଗାଧର ମହାପାତ୍ର, ଦୁଶାସନ ପ୍ରଧାନ, ଗଦାଧର ବିଶ୍ୱାଳ, ଦିଳ୍ଲୀପ କୁମାର ମହାପାତ୍ର, ଭାଗିରଥି ବିଶ୍ୱାଳ, ଉମାକାନ୍ତ ସାହୁ, ନିତ୍ୟାନନ୍ଦ ବିଶ୍ୱାଳ, ଗୌରାଙ୍ଗ ବିଶ୍ୱାଳ, ଚିତରଂଜନ ସାହୁ, ବିଜୟ ଦଳାଇ, ଗୋପାଳ ସାହୁ, କାଳନ୍ଦୀ ବିଶ୍ୱାଳ, ପଦ୍ମନାଭ ଦଳାଇ, ଘନା୍ୟାମ ବିଶ୍ୱାଳଙ୍କ ସମତେ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ ।
