ନୂଆଦିଲ୍ଲୀ : ଗତବର୍ଷ କରୋନା ମହାମାରୀ ସଂକ୍ରମଣ ପରେ ଚୀନରେ ଏହି ସମସ୍ୟାକୁ ନେଇ ଅନ୍ୟ ଦେଶମାନେ ଗଭୀର ଆରୋପ ଲଗାଇ ଥିଲେ l ଚୀନର ବୁହାନ ସହରରୁ ଏହି ଭୁତାଣୁ ବ୍ୟାପିବାର ଆରମ୍ଭ ହୋଇଥିଲା l ବର୍ତ୍ତମାନ ଏପରି ଗୋଟିଏ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଚୀନର ବୈଜ୍ଞାନିକ ମାନେ ବାଦୁଡ଼ିର ଗୁମ୍ଫାରେ ସାମ୍ପୁଲ ନେଉଥିବାର ନଜର ଆସୁଛି ଓ ଏହି ସମୟରେ ଗମ୍ଭୀର ଅବହେଳା ହେଉଥିବା ଦେଖା ଯାଉଛି l WHO ର ସୁରକ୍ଷା ନିୟମକୁ ପାଳନ କରାଯାଇ ନାହିଁ l କହି ରଖୁଛୁ ଯେ WHO କରୋନା ମହାମାରୀର ମୁଖ୍ୟ କାରଣକୁ ଯାଞ୍ଚ କରୁଛି l
ମିଳିଥିବା ସୂଚନା ଅନୁସାରେ ବୁହାନର ଗବେଷଣା କେନ୍ଦ୍ରରେ ବୈଜ୍ଞାନିକ ମାନେ ଯେତେବେଳେ ସେମାନେ ଗୋଟିଏ ରହସ୍ୟମୟ ଗୁମ୍ଫାରୁ ବାଦୁଡ଼ି ମାନଙ୍କର ନମୁନା ଆଣିବାକୁ ଯାଇଥିଲେ ସେହି ସମୟରେ କିଛି ବାଦୁଡ଼ି ତାଙ୍କୁ କାମୁଡ଼ିଥିଲେ l ବର୍ତ୍ତମାନ ସେହି ରହସ୍ୟମୟ ଗୁମ୍ଫାକୁ କୁହାଯାଉଛି ବାଦୁଡ଼ି ମାନଙ୍କର ସଂକ୍ରମିତ ଘର l କିଛି ସୂତ୍ରରୁ ଜଣ ପଡିଛି ଯେ ବାଦୁଡ଼ି ମାନଙ୍କର ନମୁନା ନେଲାବେଳେ ବୈଜ୍ଞାନିକ ମାନେ ଅବହେଳା କରିଥିବାରୁ ସେମାନଙ୍କର ଶିକାର ହୋଇଥିଲେ l ସେହି ଭିଡିଓରେ ଦେଖା ଯାଉଛି ଯେ ବୈଜ୍ଞାନିକ ମାନେ ସେହି ରହସ୍ୟମୟୀ ଗୁମ୍ଫାରେ ବାଦୁଡ଼ି ମାନଙ୍କର ସଂକ୍ରାମକ ମଳକୁ କେବଳ ଟି ସାର୍ଟ ପିନ୍ଧି ଏକାଠି କରୁଛନ୍ତି l
ଗୋଟିଏ ନିୟୁଜ ଚ୍ୟାନେଲ ପକ୍ଷରୁ କୁହାଯାଇଛି ଡିସେମ୍ବର ୨୯ ତାରିଖ ୨୦୧୭ ରେ ଏହି ଭିଡିଓ କୁ ଚୀନ ବୈଜ୍ଞାନିକ ମାନଙ୍କ ଦ୍ୱାରା ଅବହେଳା ପୂର୍ଣ୍ଣ କାର୍ଯ୍ୟର ପ୍ରମାଣ ମିଳୁଛି l ବୁହାନର ଜଣେ ଗବେଷକ କହିଛନ୍ତି ରବର ତିଆରି ଗ୍ଳୋବ୍ସକୁ ପିନ୍ଧି ଯେତେବେଳେ ସେମାନେ ବାଦୁଡ଼ି ମାନଙ୍କର ସାମ୍ପୁଲ ଆଣିଥିଲେ ସେମାନଙ୍କର ବିଷାକ୍ତ ଦାନ୍ତ ବୈଜ୍ଞାନିକ ମାନଙ୍କ ହାତରେ ଗଲି ଯାଉଥିଲା l ଜଣେ ମହିଳା ବୈଜ୍ଞାନିକ କହିଛନ୍ତି ମତେ ଗୋଟିଏ ବାଦୁଡ଼ି କାମୁଡିବା ପରେ ମୋର ସେହି କ୍ଷତ ସ୍ଥାନଟି ଫୁଲି ଯାଇଥିଲା l ଏହି ଭିଡ଼ିଓଟି ବର୍ତ୍ତମାନ ସାମ୍ନାକୁ ଆସିବା ପରେ WHO ର କଡା ନଜର ଚୀନ ଉପରେ ବୁଲୁଚି l
