Odisha news

କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କ ବଳିଦାନ କେବେ ବି ବ୍ୟର୍ଥ ଯିବନି:ସମୀର ମହାନ୍ତି

0

ଭୁବନେଶ୍ୱର,ତା.୧୩/୦୧: ବିଜେପିର ବରିଷ୍ଠ କାର୍ଯ୍ୟକର୍ତା ତଥା କଟକ ଜିଲ୍ଲା ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ
କୁଳମଣି ବରାଳ ଏବଂ ଦିବ୍ୟସିଂହ ବରାଳଙ୍କ ଦ୍ୱାଦଶାହ ତିଥିରେ ଆୟୋଜିତ ଶ୍ରଦ୍ଧାଜଂଳି ସଭାରେ ରାଜ୍ୟ ସଭାପତି ସମୀର
ମହାନ୍ତିଙ୍କ ସମେତ ବିଜେପିର ବରିଷ୍ଠ ନେତୃବୃନ୍ଦ ଯୋଗ ଦେଇ ଶ୍ରଦ୍ଧାସୁମନ ଅର୍ପଣ କରିବା ସହ ଅମର ଆତ୍ମାର ସଦଗତି କାମନା
କରିଛନ୍ତି ।
ପ୍ରଧାନମନ୍ତ୍ରୀ ଆବାସ ଦୁର୍ନୀତି ବିରୁଦ୍ଧରେ ସ୍ୱର୍ଗତଃ କୁଳମଣି ବରାଳ ସର୍ବଦା ସ୍ୱର ଉଠାଇ ଆସୁଥିଲେ । ରାଜନୈତିକ
ପ୍ରତିହିଂସା ପରାୟଣ ହୋଇ ତାଙ୍କୁ ହତ୍ୟା କରାଯାଇଛି । ଅନ୍ୟାୟ, ଦୁର୍ନୀତି ବିରୁଦ୍ଧରେ ପ୍ରତିବାଦ କରି ନିଜ ଜୀବନ ହାରିଥିବା
କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କ ବଳିଦାନ କେବେ ବି ବ୍ୟର୍ଥ ଯିବନି । ଆଗାମୀ ଦିନରେ କେନ୍ଦ୍ରୀୟ ଯୋଜନାରେ
ଚାଲିଥିବା ଦୁର୍ନୀତି ବିରୁଦ୍ଧରେ ବିଜେପିର ସମସ୍ତ କାର୍ଯ୍ୟକର୍ତା ପ୍ରତିବାଦ କରିବେ ବୋଲି ନୃତଙ୍ଗ ଠାରେ ଅନୁଷ୍ଠିତ ଶ୍ରଦ୍ଧାଜଂଳି
ସଭାରେ ଶ୍ରୀ ମହାନ୍ତି କହିଛନ୍ତି ।
ଏହି ଅବସରରେ ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର, କଟକ
ସଦର ସଭାପତି ପ୍ରକାଶ ବେହେରା, ଦିଲୀପ ମଲ୍ଲିକ ଓ ଶାରଦା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

IEC 2 years
Leave A Reply