ସୁଭେନ୍ଦ୍ର ପଟ୍ଟନାୟକ : ଯୁଗ ପରିବର୍ତନ ହେଉଛି ଦେଶ ଆଗଉଛି ଓ ତାମଧ୍ୟରେ ଦେଶର ବିକାଶ ମଧ୍ୟ ଆଗକୁ ଯାଉଛି l ପୁରୁଣା ଯୁଗରୁ ନୂଆ ଯୁଗକୁ ଆସିଲାବେଳେ ଆମେ ଆସ୍ତେ ଆସ୍ତେ ନୂଆ ଯୁଗ ସଙ୍ଗେ ତାଳ ମିଶାଇ ଚାଲୁଛୁ l ଏହି ପରିବର୍ତ୍ତନକୁ ବ୍ୟାଖ୍ୟା କରିବାକୁ ଯାଇ ଦେଶ ଏବେ ଡିଜିଟାଲ ଦ୍ୱାର ଦେଶରେ l
ଲୋକଙ୍କ ମସ୍ତିସ୍କର ବିକଶିତ ହେବl ସାଙ୍ଗେ ନୂତନ ଚିନ୍ତା ଶକ୍ତି ମନରେ ଜାଗ୍ରତ ହେଉଛି l ବିକଶିତ ଦେଶ ମାନଙ୍କ ମଧ୍ୟରେ ଟେକ୍ନୋଲୋଜିରେ ଜର୍ମାନ ସବୁଠୁ ଆଗରେ ଥିବାବେଳେ , ସାଉଥ କୋରିଆ , ଫ୍ରାନ୍ସ , ସିଙ୍ଗାପୁର , ଆମେରିକା ଆଦି ଦେଶମାନେ ଟେକ୍ନୋଲୋଜିରେ ଭାରତ ଠାରୁ ବହୁତ ଆଗରେ ଅଛନ୍ତି lଏହି କମ୍ପୁଟର ଯୁଗରେ ବିକଶିତ ଦେସମାନଙ୍କ ସାଙ୍ଗରେ ଆମକୁ ଖାପ ଖୁଆଇ ଆସ୍ତେ ଆସ୍ତେ ଆମେ ଡିଜିଟାଲ ଅଭିମୁଖେ ଆଗେଇ ଚାଲିଛୁ l ଲୋକମାନେ ବର୍ତମାନ ଟିଭି ଦୁନିଆରୁ ବାହାରି ଇଉଟ୍ୟୁବ , ପୋର୍ଟାଲକୁ ବ୍ୟବହାର କରିବା ଆରମ୍ଭ କଲେଣି l
ସ୍କୁଲ ପିଲା ଓ ଲୋକମାଙ୍କ ମଧ୍ୟରେ ” ଡିଜିଟାଲ ଇଣ୍ଡିଆ ପ୍ରୋଜେକ୍ଟକୁ” ଜାଗୃତ କରିବା ପାଇଁ ଡିଜିଟାଲ ଉଇକ ବ୍ୟାନସ୍ତା କରା ଯାଉଛି , ଯାହାଦ୍ୱାରା ନୂଆ ଟେକ୍ନୋଲୋଜି ଓ ଇ – ଗଭର୍ଣ୍ଣସର ସମ୍ବନ୍ଧରେ ସୂଚନା ଦିଆଯାଉଛି l
ଏହି ଡିଜିଟାଲର ଇଣ୍ଡିଆର ପରିକଳ୍ପନା ପ୍ରଥମେ ଦେଶର ପ୍ରଧାନ ମନ୍ତ୍ରୀ ଜୁଲାଇ 2015 ମସିହାରେ ଆରମ୍ଭ କରିଥିଲେ ଓ ତାର ନାଁ ଦେଇଥିଲେ “ଡିଜିଟାଲ ଇଣ୍ଡିଆ ” l ଏହା ଦ୍ୱାରା ଇଣ୍ଟେରନେଟ ମାଧ୍ୟମରେ ଦେଶରେ ନୂଆ କ୍ରାନ୍ତି ଆଣିବା ଓ ଇଣ୍ଟେରନେଟ ଦ୍ୱାରା ଭାରତର ଟେକ୍ନୋଲୋଜିକୁ ଦୃଢ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଥିଲା l
ଏହି “ଡିଜିଟାଲ ଇଣ୍ଡିଆ “ର ଶୁଭାରମ୍ଭ ଦେଶର ବଡ ବଡ କମ୍ପାନୀର ଚେୟାର ମ୍ୟାନ ଯଥା ଟାଟାର ସାଇରସ ମିସ୍ତ୍ରୀ ,ମୁକେଶ ଆମ୍ବାନୀ , ଅଜିତ ପ୍ରେମଜୀ ଉପସ୍ତିତିରେ ହୋଇଥିଲା l ଦେଶର ଆଇଟି କ୍ଷେତ୍ରରେ ବିକାସ ଓ ସୁଧାର ଆଣିବା ପାଇଁ “ଡିଜିଟାଲ ଇଣ୍ଡିଆ ” ମାଧ୍ୟମରେ ଡିଜିଟାଲ ଲକର ,ଛାତ୍ର ବୃତି ପୋଟାଲ , ଇ – ସ୍ୱାସ୍ଥ୍ୟ , ଇ-ଶିକ୍ଷା , ଇ -ସାଇନ୍ସ , ଇତ୍ୟାଦିର କାର୍ଯ୍ୟକ୍ରମ ଆରମ୍ଭ କରାଗଲା l
- ବ୍ରଡ଼ ବ୍ୟାଣ୍ଡ ସୁବିଧା :
2016 – 17 ରେ ସାରା ଦେଶରେ ଅପ୍ଟିକାଲ ଫାଇବର ବିଛାଇବା ପାଇଁ ଯୋଜନା କରାଯାଇଥିଲା l ଏହି ଯୋଜନା ଦ୍ୱାରା “ଡିଜିଟାଲ ଇଣ୍ଡିଆ ” ମାଧ୍ୟମରେ ଭାରତର ଦୁଇ ଲକ୍ଷ ପଞ୍ଚଯାତକୁ ବ୍ରଡ଼ ବ୍ୟାଣ୍ଡ ସୁବିଧା ଯୋଗାଇବା ଲକ୍ଷ ରଖାଯାଇଛି l
- ଘରେ ଘରେ ଫୋନ ବ୍ୟବସ୍ଥା :
ଭାରତରେ ମୋବାଇଲ ଫୋନ ଉପଭୋକ୍ତା ମାନେ ୨୦୧୪ ସୁଦ୍ଧା ୫୮୧ ମିଲିୟନ ଅତିକ୍ରମ କରିସାରିଥିଲେ ଓ ବିଗତ ୧୦ ବର୍ଷ ମଧ୍ୟରେ ଇ – ମାର୍କେଟର ଏକ ସର୍ବେକ୍ଷେଣ ଅନୁସାରେ ଭାରତରେ ୨୦୧୯ ସୁଦ୍ଧା ତାହା ୮୦୦ ମିଲିୟନ ରୁ ଅଧିକ ମୋବାଇଲ ଫୋନ ଉପଭୋକ୍ତା ହୋଇ ସାରିଥିଲେ l
3 . ରାଷ୍ଟ୍ରୀୟ ଗ୍ରାମୀଣ ଇଣ୍ଟରନେଟ ମିଶନ ଦ୍ୱାରା ପ୍ରତି ଗାଁରେ ଇଣ୍ଟରନେଟ ସେବା ଯୋଗାଇବା l ଏହା ଦ୍ୱାରା ସରକାରଙ୍କ ଲକ୍ଷ 2,50,000 ଗାଁରେ ଇଣ୍ଟରନେଟ ସେବା ଯୋଗାଇବା l
- ସରକାର ଇ – ଗଭର୍ଣ୍ଣlନ୍ସ ଦ୍ୱାରା ସ୍କୁଲ ପ୍ରମାଣ ପତ୍ର ଓ ଭୋଟର କାର୍ଡ ଇତ୍ୟାଦିକୁ ଆଇଟି ମାଧ୍ୟମରେ ଗୋଟେ ପ୍ଲାଟଫର୍ମରେ ସମସ୍ତ ସେବାକୁ ଯୋଗାଇବାର ଲକ୍ଷ ରଖାଯାଇଛି l
- ସରକାର ଇ – କ୍ରାନ୍ତି ଦ୍ୱାରା କୃଷି , ଶିକ୍ଷା , ସ୍ୱାସ୍ଥ୍ୟ ,ନ୍ୟାୟ ଓ ସୁରକ୍ଷା କ୍ଷେତ୍ରରେ ଉଦ୍ୟୋଗ ଗୁଡିକୁଉନ୍ନତ ସେଵା ପ୍ରଦାନ କରିବା ମଧ୍ୟ ସାମିଲ ରହିବ l କୃଷି କ୍ଷେତ୍ରରେ ଚାଷୀମାନଙ୍କ ପାଇଁ ଉଦ୍ୟୋଗୀକ ବିକାଶକୁ ନେଇ ସଠିକ ସମୟରେ ତଥ୍ୟ ଦିଆଯିବ l
6.ସରକାର ସମସ୍ତଙ୍କୁ ସବୁ ବିଷୟରେ ଅନଲାଇନରେ ତଥ୍ୟ ପ୍ରଦାନ କରିବା ଓ ୱେବସାଇଟ ମାଧ୍ୟମରେ ପ୍ରମାଣ ପତ୍ରକୁ ତଦାରଖ କରିବା ସାମିଲ ରହିବ l
- ଭାରତରେ ଇଲୋଟ୍ରୋନିକ୍ସ କୁ ଵିନିର୍ମାଣ କରିବା ପାଇଁ ବର୍ତ୍ତମାନ ସମୟରେ ଆହୁରି ମଜବୁତ କରିବାକୁ ପଡିବ , ଆଗକୁ ଆସୁଥିବା ଦିନରେ ଏହି ଡୋମେନ ଜରିଆରେ ବୀନାନେଟରେ କିପରିକାର୍ଯ୍ୟ ହେବ ତାହା ଲକ୍ଷ ରଖାଯାଇଛି l
8.ଏହି କାର୍ଯ୍ୟକ୍ରମର ଉଦେଶ୍ୟ ହେଲାଯେ ଆଇଟି ସେକ୍ଟରରେ ଚାକିର ପାଇଁ ଗାଁ ଓ ଛୋଟ ସହରର ବ୍ୟକ୍ତି ମାନଙ୍କୁ ପ୍ରଶିକ୍ଷଣ ଦେବା l
9.ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଗ୍ରାମୀଣ ଅଞ୍ଚଳରେ ଅନେକ ଗୁଡିଏ ଯୋଜନା ଆରମ୍ଭ ହେଉଛି l ଇଣ୍ଟେର୍ନେଟ ମାଧ୍ୟମରେ ଗ୍ରାମ ସ୍ତରରେ ଆଧାର ମୂଳକ ସୁବିଧା ସୁଯୋଗ ଦିଆଯିବାର ଯୋଜନା ରହିଛି l