କୋଣାର୍କ : କୋଭିଡ଼ି କଟକଣା ଯୋଗୁଁ ଦୀର୍ଘ ୯ମାସ ରୁ ଅଧିକ ସମୟ ଲୋକ ମାନେ ନିଜ ନିଜ ଘରେ ରହି ସମୟ ଅତିଭାହିତ କରିଥିବାବେଳେ ।କୋଭିଡ଼ି କଟକଣା କୋହଳ ହେଲାପରେ ବର୍ଷ ର ପାରମ୍ଭ ୨୦୨୧ ର ପ୍ରଥମ ରବିବାର ବିଶ୍ଵପର୍ଯ୍ୟଟନ ସ୍ଥଳୀ ସୂର୍ଯ୍ୟ ମନ୍ଦିର ପୁରା ଲୋକାରଣ୍ୟ ହୋଇଉଠିଥିଲା। କିଛି ଘଣ୍ଟାରେ ଅନଲାଇନ ଟିକେଟ ସରିଗଲା ପରେ ପର୍ଯ୍ୟଟକ ଙ୍କ ସମାଗମକୁ ଦେଖି ଅଫ ଲାଇନ ଟିକେଟ ର ବ୍ୟବସ୍ଥା କରିଥିଲେ ଏଏସଆଇ କର୍ତ୍ତୃପକ୍ଷ । ଦୁରଦୂରାନ୍ତରରୁ ପର୍ଯ୍ୟଟକ ମାନେ ଆସି କୋଣାର୍କ ସୂର୍ଯ୍ୟ ମନ୍ଦିର ବୁଲିବା ସହ ଚନ୍ଦ୍ରଭାଗା ର ସ୍ବଣ୍ଣାଭ ବେଳାମାର୍ଗ ରେ ଭିଡ଼ ଯମାଇଥିଲେ ।
ଏତେ ମାତ୍ରା ର ପର୍ଯ୍ୟଟକ ମାନେ ହୋଇଥିଲେଯେ ।ସେତେ ଯେପରି ଏକ ମେଳାର ଭ୍ରମ ସୃଷ୍ଟି ହୋଇଥିଲା। ପର୍ଯ୍ୟଟକ ମାନେ କୋଣାର୍କ ଓ ଚନ୍ଦ୍ରଭାଗା ର ରାସ୍ତା କଡରେ ହଜାର ହଜାର ସଂଖ୍ୟା ରେ ଗାଡି ରଖିବା ଦ୍ବାରା ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିଲା ।କୋଣାର୍କ ଓ ରାମଚଣ୍ଡୀ ଥାନା ତରଫରୁ ଟ୍ରାଫିକିକୁ ନିୟନ୍ତ୍ରଣ କରାଯାଇଥିଲା ।ରାସ୍ତା କଡର ଗାଡି ଗୁଡିକ ହଟା ଯାଇ ଖୋଲା ସ୍ଥାନ ରେ ରଖିବା ପାଇଁ ଉଦ୍ୟମ କରାଯିବାର ପରିଲିକ୍ଷିତ ହେଉଥିଲା ।ଏଠାରେ ସୂଚନା ଥାଉକି ଜାନୁୟାରୀ ୩ ତାରିଖ ସର୍ବସାଧାରଣ ଦରର୍ଶନ ପାଇଁ ପୁରୀ ଜଗନ୍ନାଥ ମନ୍ଦିର ଖୋଲା ଯାଇଥିବାରୁ ।ପର୍ଯ୍ୟଟକ ମାନେ ଶ୍ରୀଜୀଉ ଙ୍କୁ ଦର୍ଶନ କରି କୋଣାର୍କ ଚନ୍ଦ୍ରଭାଗା ଓ ରାମଚଣ୍ଡୀ ପୀଠରେ ଭିଡାଜମାଇଥିଲେ । ଓ କିଛି ପର୍ଯ୍ୟଟକ ମାନେ ନିଜ ପରିବାର ଧରି ରାମଚଣ୍ଡୀ ପୀଠ ଓ ଚନ୍ଦ୍ରଭାଗା ର ବେଳମାର୍ଗ ଝାଉଁ ବଣରେ ଭୋଜି ଭାତ କରି ମଜାନେଉଥିବାର ଦେଖାଯାଇଥିଲା ।
