ପାରାଦୀପ ବନ୍ଦର ଆଧୁନିକୀକରଣ ଏବଂ ଏହାକୁ ବିଶ୍ୱସ୍ତରୀୟ କରିବା ପାଇଁ ନିଷ୍ପତି ନେଇଥିବାରୁ ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ରାଜ୍ୟ ସଭାପତି , ରାଜ୍ୟରେ ଶିଳ୍ପ ଅର୍ଥନୀତି ବୃଦ୍ଧି ହେବା ସହ ଅଧିକ ରୋଜଗାର ସୃଷ୍ଟିହେବ :ସମୀର ମହାନ୍ତି
ପୂର୍ବୋଦୟ ବିକାଶ ମିଶନରେ ଓଡିଶାକୁ ପ୍ରାଥମିକତା ଦେଉଛନ୍ତି ପ୍ରଧାନମନ୍ତ୍ରୀ
କେନ୍ଦ୍ର କ୍ୟାବିନେଟ ବୈଠକରେ ପାରାଦୀପରେ ୱେଷ୍ଟନ୍ ଡକ୍ ନିର୍ମାଣର ବିକାଶ ସମେତ “ପାରାଦୀପ ବନ୍ଦରର ଆଭ୍ୟନ୍ତରୀଣ ବନ୍ଦର ସୁବିଧା ବଢାଇବା” ସମ୍ପର୍କୀତ ପ୍ରକଳ୍ପକୁ ମଞ୍ଜୁରି
ପାରାଦୀପ ବନ୍ଦରରେ ବିଶ୍ୱର ବିଭିନ୍ନ ରାଷ୍ଟ୍ରରୁ ବଡ଼ ବଡ଼ ଜାହାଜ ଲାଗିବ
ପ୍ରସ୍ତାବିତ ପ୍ରକଳ୍ପର ନିର୍ମାଣ ପର୍ଯ୍ୟାୟରେ ପ୍ରାୟ ୮୦୦ ଲୋକ ଏବଂ ପରିଚାଳନା ପର୍ଯ୍ୟାୟରେ ୨୦୦ ଲୋକ ପ୍ରତ୍ୟକ୍ଷ ନିଯୁକ୍ତି ପାଇବେ ବୋଲି ଆକଳନ କରାଯାଇଛି
ଭୁବନେଶ୍ୱର,ତା.୩୦/୧୨:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ପାରାଦୀପରେ ୱେଷ୍ଟନ୍ ଡକ୍ ନିର୍ମାଣର ବିକାଶ ସମେତ “ପାରାଦୀପ ବନ୍ଦରର ଆଭ୍ୟନ୍ତରୀଣ ବନ୍ଦର ସୁବିଧା ବଢାଇବା” ସମ୍ପର୍କୀତ ପ୍ରକଳ୍ପକୁ ମଞ୍ଜୁରି ଦିଆଯାଇଛି । ୩ ହଜାର ୪ କୋଟି ୬୩ ଲକ୍ଷ ଟଙ୍କା ବ୍ୟୟରେ ହେବାକୁ ଥିବା ଏହି ପ୍ରକଳ୍ପ ସରକାରୀ ଓ ବେସରକାରୀ ସହଯୋଗ ତଥା ପିପିପି ମୋଡ଼ରେ ନିର୍ମାଣ କରାଯିବ । ପାରାଦୀପ ବନ୍ଦର ଆଧୁନିକୀକରଣ ଏବଂ ଏହାକୁ ବିଶ୍ୱସ୍ତରୀୟ କରିବା ପାଇଁ ନିଷ୍ପତି ନେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ ମନସୁଖ ମଣ୍ଡଭିୟଙ୍କୁ ଧନ୍ୟବାଦ ଜଣାଇଛନ୍ତି ରାଜ୍ୟ ସଭାପତି ସମୀର ମହାନ୍ତି ।
ଶ୍ରୀ ମହାନ୍ତି କହିଛନ୍ତି ଯେ, ପ୍ରସ୍ତାବିତ ୱେଷ୍ଟନ୍ ଡକ୍ ନିର୍ମାଣ କରାଯିବାର ନିଷ୍ପତି ଫଳରେ ଆଗାମୀ ଦିନରେ ପାରାଦୀପ ବନ୍ଦରକୁ ବଡ଼ ବଡ଼ ଜାହାଜ ସହଜରେ ଆସିପାରିବ । ପାରାଦୀପ ବନ୍ଦରରେ ଏହି ବିକାଶର କାମ ଖୁବ ଶୀଘ୍ର ଆରମ୍ଭ ହେବ । ପାରାଦୀପ ବନ୍ଦରରେ ବିଶ୍ୱର ବିଭିନ୍ନ ରାଷ୍ଟ୍ରରୁ ବଡ଼ ବଡ଼ ଜାହାଜ ଲାଗିବ । ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ବଡ଼ ବଡ଼ ଜାହାଜରୁ କୋଇଲା ସହଜରେ ଅନଲୋଡ୍ ହୋଇପାରିବ, ସମୁଦ୍ରରେ ମାଲ ପରିବହନ ମୂଲ୍ୟ ହ୍ରାସ ହେବା ଏବଂ ବନ୍ଦରରେ ଶିଳ୍ପ ଅର୍ଥନୀତିକୁ ବୃଦ୍ଧି କରିବା ସହ ଅଧିକ ରୋଜଗାର ସୃଷ୍ଟି ହେବ ।
ପୂର୍ବୋଦୟ ବିକାଶ ମିଶନରେ ପ୍ରଧାନମନ୍ତ୍ରୀ ଓଡିଶାକୁ ପ୍ରାଥମିକତା ଦେଉଛନ୍ତି । ଏହି ପ୍ରକଳ୍ପ ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟ ଏବଂ ଆତ୍ମନିର୍ଭର ଭାରତ ଦୃଷ୍ଟିକୋଣରେ ମହତ୍ୱପୂର୍ଣ୍ଣ ଭୂମିକା ନେବ । ପ୍ରସ୍ତାବିତ ପ୍ରକଳ୍ପର ନିର୍ମାଣ ପର୍ଯ୍ୟାୟରେ ପ୍ରାୟ ୮୦୦ ଲୋକ ଏବଂ ପରିଚାଳନା ପର୍ଯ୍ୟାୟରେ ୨୦୦ ଲୋକ ପ୍ରତ୍ୟକ୍ଷ ନିଯୁକ୍ତି ପାଇବେ ବୋଲି ଆକଳନ କରାଯାଇଛି । ଆସନ୍ତା ୫ ବର୍ଷ ମଧ୍ୟରେ ବନ୍ଦର ମାଧ୍ୟମରେ ଆଶା କରାଯାଉଥିବା କାରବାର ବାର୍ଷିକ ୧୭୦ ମିଲିୟନ ଟନ୍ ଅତିକ୍ରମ କରିବ । ଏହି ପ୍ରକଳ୍ପ ମାଧ୍ୟମରେ ବନ୍ଦରର ପାରିପାଶ୍ୱର୍ିକ କ୍ଷେତ୍ରର ଆବଶ୍ୟକତାକୁ ଦୃଷ୍ଟିରେ ରଖି ବାର୍ଷିକ ୨୫ ମିଲିୟନ ଟନ୍ କ୍ଷମତା ସୃଷ୍ଟି କରିବାକୁ ଯୋଜନା କରାଯାଇଛି ।