Odisha news

ଗର୍ଜିଲା ନବନିର୍ମାଣ କୃଷକ ସଂଗଠନ : କୃଷକ ଶୋଷଣ ରୋକିବା ଦାବିକୁ ନେଇ ବେତନଟୀ ବଜାରରେ ଶୋଭାଯାତ୍ରା , ବିଡିଓଙ୍କୁ ଦାବି ପତ୍ର : ଧାନ କିଣା ପୂର୍ବରୁ ଆରଏମସି ଓ ଲ୍ୟାମ୍ପସ ସହିତ ବୈଠକ କରି ତଦନ୍ତ କରିବାକୁ ବିଡିଓଙ୍କ

0

ବେତନଟୀ, ୪/୧୧ : ଆଜି ବେତନଟୀ ଏମପିସି ଖେଳ ପଡିଆରୁ ନବ ନିର୍ମାଣ କୃଷକ ସଂଗଠନ ଦ୍ୱାରା କୃଷକ ଶୋଷଣ ରୋକିବା ଦାବିକୁ ନେଇ ଏକ ଶୋଭାଯାତ୍ରା ବଜାର ପରିକ୍ରମା କରିବା ସହିତ ବେତନଟୀ ବ୍ଲକରେ ପହଞ୍ଚି ଥିଲା । ଗ୍ରାମୀଣ କୃଷକ ମାନଙ୍କ ମଧ୍ୟରୁ ମାତ୍ର ୬ ପ୍ରତିଶତ କୃଷକ ନିଜର ନାମକୁ ସରକାରୀ ଅଭାବୀ ଧାନ ବିକ୍ରି କରିବା ପାଇଁ ସରକାରୀ ମଣ୍ଡିରେ ପଞ୍ଜିକୃତ ହୋଇ ପାରୁଛନ୍ତି । ଏହି କେତେଜଣ ଚାଷୀ ସରକାରଙ୍କ ଦ୍ୱାରା ନିଦ୍ଧାରିତ ସର୍ବନିମ୍ନ ସହାୟକ ମୂଲ୍ୟରେ ନିଜର ବର୍ଷକର ଅମଳ ବିକ୍ରି କରି ପାରୁଛନ୍ତି ।

ଧାନ କିଣାରେ ସ୍ୱଚ୍ଛତା ଓ ସରଳତା ଅବଲମ୍ବନ କରା ଯାଉ ନଥିବାରୁ ୯୪ ପ୍ରତିଶତ ଗ୍ରାମୀଣ କୃଷକ ସେମାନଙ୍କ ଧାନକୁ କଳା ବ୍ୟବସାୟୀ ଓ ଦଲାଲ ମାନଙ୍କୁ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି । ଏହି କଳା ବ୍ୟବସାୟୀ ମାନେ କୃଷକ ମାନଙ୍କ ଠାରୁ ୧୦୦୦ରୁ ୧୨୦୦ ଟଙ୍କା କ୍ୱିଣ୍ଟାଲ ଧାନ କିଣି ନେଇ ଚାଲାଣ କରୁଛନ୍ତି । ଏହା ଦ୍ୱାରା ଚାଷୀ ମାନେ ବିପୁଳ ଭାବରେ କ୍ଷତିଗ୍ରସ୍ତ ହେଉଛନ୍ତି । ଧାନ ମଣ୍ଡିରେ ମଧ୍ୟ ଧାନ କିଣାରେ ସ୍ୱଚ୍ଛତା ଅବଲମ୍ବନ କରା ଯାଉ ନାହିଁ । ଚାଷୀଙ୍କ ଧାନରୁ ୫ରୁ ୧୦ କି:ଗ୍ରା: କଟା ଯାଉଛି । ଏହା ନିୟମ ବିରୁଦ୍ଧ ହୋଇ ଥିବା ବେଳେ ସରକାରୀ ମଣ୍ଡିରେ ଏପରି ଜୁଲୁମ ଖୋଲାଖୋଲି ହେଉଛି ।

ଭାଗ ଚାଷୀ ମାନଙ୍କୁ ଚିହ୍ନଟ କରା ଯାଇ ଚାଷୀର ମାନ୍ୟତା ପ୍ରଦାନ କରିବାକୁ ନବ ନିର୍ମାଣ କୃଷକ ସଂଗଠନ ଦାବି କରିଛି । କୃଷକ ସଂଗଠନ ତରଫରୁ ବିଡିଓ ସ୍ମୃତି ରଞ୍ଜନ ମଲ୍ଲିକଙ୍କୁ ଦାବି ପତ୍ର ପ୍ରଦାନ କରା ଯାଇ ଥିଲା । ଦାବି ପତ୍ର ପ୍ରଦାନ ପରେ ବିଡିଓ ଦାବି ପତ୍ରରେ ହୋଇ ଥିବା ଅଭିଯୋଗକୁ ତଦନ୍ତ କରିବେ ଓ କୃଷକ ମାନଙ୍କୁ ସେମାନଙ୍କ ନ୍ୟାର୍ଯ୍ୟ ପ୍ରଦାନ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି । ଏ ସଂକ୍ରାନ୍ତରେ ଚଳିତ ବର୍ଷ ଖରିଫ ଋତୁ ପୂର୍ବରୁ ବେତନଟୀ ବ୍ଲକ ଅଧୀନରେ ଥିବା ସମସ୍ତ ଲ୍ୟାମ୍ପସ, ଆରଏମସି କତ୍ତୃପକ୍ଷଙ୍କୁ ଡକାଇ ଏକ ବୈଠକ ମାଧ୍ୟମରେ ଧାନ କିଣାରେ ସ୍ୱଚ୍ଛତା ଆଣିବାକୁ ପ୍ରଚେଷ୍ଟା କରିବେ ବୋଲି ବିଡିଓ ପ୍ରତିଶୃତି ଦେଇଛନ୍ତି ।

ନବ ନିର୍ମାଣ କୃଷକ ସଂଗଠନର ଜିଲ୍ଲା ସଂଗଠକ ପ୍ରାଣବନ୍ଧୁ ପଲାଇ, ଜିଲ୍ଲା ପ୍ରଭାରୀ ଚିନୁ ଦାସ, ବେତନଟୀ ବ୍ଲକ ସଂଯୋଜକ ସତ୍ୟରଞ୍ଜନ ମଣ୍ଡଳ, ପଞ୍ଚାୟତ ସଂଯୋଜକ ଶ୍ରବଣ କୁମାର ଛୋଟିଆ, ପଦ୍ମଲୋଚନ ପ୍ରଧାନ, ଅଜୟ କୁମାର ବେହେରା, ହରେକୃଷ୍ଣ ବାରିକ, ପ୍ରଶାନ୍ତ କୁମାର କରଣ, ଜ୍ଞାନରଞ୍ଜନ ମଣ୍ଡଳ ଓ କୃଷକ ମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଥିଲେ । ବେତନଟୀ ଥାନା ଏସଆଇ ବିନୟ ରଞ୍ଜନ ପରିଡା ଓ ଅନ୍ୟ ପୋଲିସ କର୍ମଚାରୀ ମାନେ ଉପସ୍ଥିତ ଥିଲେ । କରୋନା କଟକଣା ହେତୁ ଆବଶ୍ୟକୀୟ ପଦକ୍ଷେପ ନିଆ ଯାଇ ଥିଲା

Nalco
Leave A Reply