କୋଣାର୍କ : ମଙ୍ଗଳବାର ଦିନ ରାଜ୍ୟ ପର୍ଯ୍ୟଟନ ବିଭାଗର ନିର୍ଦ୍ଧେଶ ଓ ପୁରୀ ଜିଲ୍ଲାପାଳ କୋଣାର୍କ- ପୁରୀ ବେଳାମାର୍ଗରେ ଆୟୋଜିତ ହେବାକୁଥିବା ଇକୋ ରିଟ୍ରିଟ ଉତ୍ସବ ପାଇଁ ସ୍ଥିତି ଅନୁଧ୍ୟାନ କରିଥିଲେ ।ସେମାନେ ଫେରିବା ପରେ ଏହି ଉତ୍ସବ ଆୟୋଜନ ପାଇଁ ଠିକାଦାରୀ ନେଇଥିବା ଗୁଜୁରାଟର ଲାଲୁଜୀ ଆଣ୍ଡ ସନ ନାମକ ଏକ ଘରୋଇ ସଂସ୍ଥା ଆଜି ଠାରୁ ଉତ୍ସବର ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ କରିଛନ୍ତି ।ଚଳିତବର୍ଷ ମହାମାରୀ କରୋନାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ପ୍ରଦତ୍ତ କରୋନା କଟକଣାକୁ କଡ଼ାକଡ଼ି ଭାବେ ପାଳନ କରାଯାଇ ଏହି ଉତ୍ସବ ଆୟୋଜନ କରାଯିବ ।
ଏହି ଉତ୍ସବରେ ଚଳିତବର୍ଷ ୫୦ ଟି ଟେଣ୍ଟ କଟେଜ ନିର୍ମାଣ ହେବ ।ସାସ୍କୃତିକ କାର୍ଯ୍ୟକ୍ରମ ବନ୍ଦ ରହିବା ସହିତ ଜନଗହଳି ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ ।ସାମାଜିକ ଦୁରତା ଓ ମାସ୍କ ପରିଧାନ ବାଧ୍ୟତା ମୂଳକ ବୋଲି ସୂଚନା ମିଳିଛି ।ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଡ଼ିସେମ୍ବର ୧ ତାରିଖରୁ ପାଞ୍ଚ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେଉଥିବା କୋଣାର୍କ ଉତ୍ସବ ଓ ଆର୍ନ୍ତଜାତୀୟ ବାଲୁକାକଳା ପ୍ରଦର୍ଶନୀ ସହିତ ଚଳିତବର୍ଷ ଡ଼ିସେମ୍ବର ୧ ତାରିଖରୁ ଏହି ଉତ୍ସବ ଆୟୋଜନ କରାଯିବ ବୋଲି ଜଣାପଡ଼ିଛି । ବେଳାମାର୍ଗରେ ହେବାକୁଥିବା ଏହି ଉତ୍ସବ ତିନିମାସ ଧରି ଚାଲିବ।
