ବାରିପଦା : କେନ୍ଦ୍ରୀୟ ସତର୍କତା ଆୟୋଗ ଏବଂ ଓଡିଶା ରାଜ୍ୟସରକାରଙ୍କ ନିଦେ୍ର୍ଦଶକ୍ରମେ ମୟୂରଭଞ୍ଜ ଜିଲ୍ଲାପ୍ରସାଶନ ତତ୍ୱାବଧାନରେ ଦୁର୍ନିତି ନିବାରଣ ସଚେତନତା ସପ୍ତାହ ୨୭ ଅକ୍ଟୋବର ଠାରୁ ୦୨ ନଭେମ୍ବର-୨୦୨୦ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ମଧ୍ୟରେ ପାଳିତ ହୋଇଯାଇଅଛି । ସପ୍ତାହ ପାଳନର ପ୍ରଥମ ଦିବସରେ ଜିଲ୍ଲାର ସମସ୍ତ ସରକାରୀ ଓ ସାଧାରଣ ଉଦ୍ୟୋଗ ଆଦି କାର୍ଯ୍ୟାଳୟର ସଂପୃକ୍ତ ପଦାଧିକାରୀ/କର୍ମଚାରୀଙ୍କ ମଧ୍ୟରେ କାର୍ଯ୍ୟକ୍ଷେତ୍ରରେ ସାଧୁତା ଓ ସଚ୍ଛତା ବଜାୟ ରଖିବା ପାଇଁଁ ଶପଥପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାବେଳେ କର୍ମଚାରୀ ଓ ତାଙ୍କ ପରିବାର ସଦସ୍ୟ/ସଂପର୍କୀୟ ଏବଂ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ “ଭିଜିଲାଣ୍ଟ ଇଣ୍ଡିଆ, ପ୍ରସ୍ପରସ୍ ଇଣ୍ଡିଆ, ସତର୍କ ଭାରତ, ସମୃଦ୍ଧ ଭାରତ” ଶିର୍ଷକ ବିଷୟ ଉପରେ ଉଭୟ ଇଂରାଜୀ ଓ ଓଡିଆରେ ପ୍ରବନ୍ଧ/ତର୍କ ପ୍ରତିଯୋଗିତା ଭର୍ଚୁଆଲ ମୋଡରେ ହ୍ୱାର୍ଟସ୍ଆପ ଜରିଆରେ ଅନୁଷ୍ଠିତ ହୋଇଥିଲା । ସପ୍ତାହ ପାଳନର ଉଦ୍ୟାପନୀ ଦିବସ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଫାସିଲିଟେସନ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟାକ୍ରମରେ ଅତିରିକ୍ତ ଜିଲ୍ଲାପାଳ ମୟୂରଭଞ୍ଜ ରୁଦ୍ରନାରାୟଣ ମହାନ୍ତି, ବାରିପଦା ଭିଜିଲାନ୍ସ ଡିଏସ୍ପି ଶରତ କୁମାର ମହାପାତ୍ର ପ୍ରମୁଖ ଯୋଗଦେଇ ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ବିବେଚିତ କର୍ମଚାରୀ ଓ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ।
ଉଭୟ ଇଂଗ୍ରାଜୀ/ଓଡିିଆ ଭାଷାରେ ଆୟୋଜିତ ଉକ୍ତ ପ୍ରତିଯୋଗିତାରେ ଯଥାକ୍ରମେ ସତ୍ୟସାଇ ବିଦ୍ୟାବିହାର ସ୍କୁଲ୍ର ଛାତ୍ରୀ ସୁଧାଂଶୁବାଳା ବିଶ୍ୱାଳ ଓ ବାରିପଦା ପୌରପରିଷଦ କାର୍ଯ୍ୟାଳୟର ବରିଷ୍ଠ ସହାୟକ ରମାକାନ୍ତ ପଲାଇ-ପ୍ରଥମ, ଏମ୍ପିସି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,ବାରିପଦା ଇଶା ବୈଶାଖି ଗିରି-ଦ୍ୱିତୀୟ ଓ କରଂଜିଆ ବ୍ଲକ୍ (କୁରୁଳିଆ କ୍ଲଷ୍ଟର) ସିଆରସିସି ସଙ୍କଳନ ସେଠୀ-ତୃତୀୟ ବିବେଚିତ ହୋଇଥିବା ବେଳେ ଓଡିଆ ପ୍ରବନ୍ଧ/ତର୍କ ପ୍ରତିଯୋଗିତାରେ ସରସ୍ୱତୀ ଶିଶୁବିଦ୍ୟା ମନ୍ଦିର ଉଦଳାର ଛାତ୍ରୀ ସିମନପାଲ ସାହୁ-ପ୍ରଥମ, ଏମ୍ପିସି (ଅଟୋନମସ୍) କଲେଜର ଛାତ୍ରୀ ଅପର୍ଣ୍ଣା ସିଂ-ଦ୍ୱିତୀୟ ଓ ଆକ୍ଷରିକା ମହାନ୍ତି ଉଦଳା-ଦ୍ୱିତୀୟ ଏବଂ ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟର କନିଷ୍ଠ ସହାୟକ ସମରଜିତ ଗଢେଇ- ତୃତୀୟ ସ୍ଥାନ ହାସଲ କରି ପୁରସ୍କୃତ ହୋଇଥିଲେ । ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ରବୀନ୍ଦ୍ର କୁମାର ନାୟକଙ୍କ ସଂଯୋଜନାରେ କାର୍ଯ୍ୟକ୍ରମ ପରିଚାଳନା ହୋଇଥିବାବେଳେ ବାରିପଦା ଭିଜିଲାନ୍ସ ଇନ୍ସପେକ୍ଟର ସୁଶୀଲ ଏକ୍କା ଏବଂ ସଂପୃକ୍ତ ବିଭାଗ କର୍ମଚାରୀମାନେ ସହଯୋଗ କରିଥିଲେ । କୋଭିଡ୍ – ୨୦୧୯ ମାର୍ଗଦର୍ଶିକା ଅନୁପାଳନ ଭିତରେ ଜିଲ୍ଲାରେ ଦୁର୍ନୀତି ନିବାରଣ ସପ୍ତାହ ପାଳିତ ହୋଇଥିଲା ।
